ଭିତିଭୂମିର ଅବକ୍ଷୟ ହ୍ରାସ କରିବା ପ୍ରସଙ୍ଗରେ ଓଡିଶା ସରକାର ଅଧିକାରୀଙ୍କ ସହ ସାକ୍ଷାତ କରିଛି ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନ (ଆଇଜେଡ୍ଏ)
ଭୁବନେଶ୍ୱର: ଇଂଟରନ୍ୟାଶନାଲ ଜିଙ୍କ ଆସୋସିଏଶନ ପକ୍ଷରୁ ଭୁବନେଶ୍ୱରଠାରେ ‘ଭିତିଭୂମି ଉପରେ ଅବକ୍ଷୟର ଖର୍ଚ୍ଚକୁ ହ୍ରାସ କରିବା’ ପ୍ରସଙ୍ଗ ଉପରେ ଏକ ସୂଚନା ବିସ୍ତାର ଅଧିବେଶନର ଆୟୋଜନ କରାଯାଇଛି ଏବଂ ଏଠାରେ ଉପକୂଳବର୍ତୀ ସହରଗୁଡିକର ଭିତିଭୂମିକୁ ଅବକ୍ଷୟରୁ ସୁରକ୍ଷିତ ରଖିବାର ଅତ୍ୟାବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି । ସେମାନେ ଭିତିଭୂମି କ୍ଷେତ୍ରରେ ଅବକ୍ଷୟ ସମ୍ପର୍କିତ ଚିନ୍ତାଗୁଡିକୁ ପରୀକ୍ଷଣ କରିଥିଲେ ଏବଂ ସମାଧାନ ସନ୍ଧାନ କରିଥିଲେ । ଭିତିଭୂମି ଓ ସାର୍ବଜନିନ ସୁରକ୍ଷା କ୍ଷେତ୍ରରେ ଅବକ୍ଷୟ ଓ ଏହାର ପ୍ରଭାବ ସମ୍ପର୍କିତ ଚିନ୍ତାଗୁଡିକୁ ଆଲୋକପାତ କରି ଆଇଆଇଟି ଭୁବନେଶ୍ୱରର ପ୍ରଫେସର, ପ୍ରଫେସର ପି ଦୀନାକର, ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନର ନିର୍ଦ୍ଦେଶକ (ଭାରତ) ଡଃ ରାହୁଲ ଶର୍ମା ଓ ଆଇଆଇଟି ବମ୍ବେ (ଅବସରପ୍ରାପ୍ତ) ପ୍ରଫେସର ଆନନ୍ଦ ଏସ୍ ଖାନ୍ନାଙ୍କ ସମେତ ବିଶେଷଜଜ୍ଞମାନେ ଏକ ବ୍ୟାପକ ଅବକ୍ଷୟ ସୁରକ୍ଷା ଯାନ୍ତ୍ରିକୀକରଣ ବା କୋରୋସନ ପ୍ରୋଟେକ୍ସନ ମେକାନିଜିମ୍ ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ଯାହା କେବଳ ଭିତିଭୂମିର ଦୀର୍ଘାୟୁତା ସୁନିଶ୍ଚିତ କରିବ ନାହିଁ ବରଂ ଅର୍ଥନୈତିକ ଓ ପରିବେଶୀୟ କ୍ଷତିକୁ ହ୍ରାସ କରିବ । କର୍କନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କୋରୋସନ୍ ଅନୁଯାୟୀ, ଅବକ୍ଷୟର ଆନ୍ତର୍ଜାତୀୟ ଖର୍ଚ୍ଚ ବାର୍ଷିକ ପ୍ରାୟ ୨.୫ ଟ୍ରିଲିୟନ ଡଲାର ରହିଛି ଯାହା ବିଶ୍ୱର ଜିଡିପିର ୩ରୁ ୪% ଏବଂ ଭାରତୀୟ ଜିଡିପିର ପ୍ରାୟ ୪% ସହ ସମାନ ଅଟେ । ଅବକ୍ଷୟ କାରଣରୁ ଭିତିଭୂମିର ବିଫଳତାର ଭିତିଭୂମି କ୍ଷେତ୍ର ଉପରେ ପ୍ରଭାବ ପକାଇଥାଏ, ଯାହାର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନ ହେଉଛି ଏକମାତ୍ର ଶିଳ୍ପ ସଂଘ ଯାହା ଜିଙ୍କ୍ ଓ ଏହାର ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଟେ ।
ଅନେକ ସମସ୍ୟା ମଧ୍ୟରୁ ଭାରତୀୟ ରେଳବିଭାଗ ସମ୍ମୁଖୀନ ହେଉଥିବା ଦୀର୍ଘଦିନର ସମସ୍ୟା ହେଉଛି ରେଳ ଟ୍ରାକ୍ଗୁଡିକର ଅବକ୍ଷୟ କାରଣ ଭାରତରେ ଏକ ଦୀର୍ଘ ଉପକୂଳ ବା କୋଷ୍ଟଲାଇନ୍ ରହିଛି । ଟ୍ରେନ୍ଗୁଡିକରେ ଖୋଲା ଟଏଲେଟ୍ ସମେତ ପଶୁପକ୍ଷୀମାନଙ୍କର ମଳ ରେଳ ଟ୍ରାକ୍ ଅବକ୍ଷୟର ସମସ୍ୟାକୁ ଆହୁରି ବୃଦ୍ଧି କରାଉଛି । ରେଳ ଟ୍ରାକ୍ଗୁଡିକର ଜୀବନକାଳ ୧୨ ବର୍ଷ ହେବା ଉଚିତ କିନ୍ତୁ ଅବକ୍ଷୟ ସମସ୍ୟା କାରଣରୁ ରେଳ ଟ୍ରାକ୍ଗୁଡିକୁ ପ୍ରତି ଦୁଇ ବର୍ଷରେ ଥରେ ବଦଳାଇବାକୁ ପଡୁଛି ବୋଲି ରେଳବିଭାଗର ଅଧିକାରୀମାନେ କହିଛନ୍ତି । ରେଳଲାଇନ୍ରେ ଜିଙ୍କ୍ ଥର୍ମାଲ ସ୍ପ୍ରେ ରେଳ ଟ୍ରାକ୍ଗୁଡିକ ପାଇଁ ମରାମତି ଆବଶ୍ୟକତାକୁ ହ୍ରାସ କରୁଛି । ପ୍ରୋଟେକ୍ଟିଭ୍ ଜିଙ୍କ୍ କୋଟିଙ୍ଗ୍ ଅବକ୍ଷୟ ବିରୋଧରେ ଏକ ଦୀର୍ଘାବଧି ଢାଲ ଭାବେ କାର୍ଯ୍ୟ କରିଥାଏ, ଯାହାଫଳରେ ବାରମ୍ବାର ମରାମତି ଓ ରକ୍ଷଣାବେକ୍ଷଣ ହ୍ରାସ ପାଇଥାଏ । ଏହା ରେଳ ଅଧିକାରୀଙ୍କ ପାଇଁ ଉଭୟ ସମୟ ଓ ସଂଶାଧନଗୁଡିକୁ ସଂଚୟ କରିଥାଏ, ସେମାନଙ୍କୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ରକ୍ଷଣାବେକ୍ଷଣ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଅନୁମତି ଦେଇଥାଏ ।
ଏହା ଉପରେ ମତ ରଖି ଆଇଆଇଟି ଭୁବନେଶ୍ୱରର ପ୍ରଫେସର, ପ୍ରଫେସର ପି.ଦୀନାକର କହିଛନ୍ତି, ନୂଆ ପ୍ରକଳ୍ପଗୁଡିକରେ ଷ୍ଟିଲର ଅବକ୍ଷୟକୁ ଜରୁରୀ ଭାବେ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଥିବା ବେଳେ ପୁରୁଣା, କ୍ଷତିଗ୍ରସ୍ତ ଢାଂଚାଗୁଡିକୁ ମରାମତି କରାଯିବା ଉଚିତ ଏବଂ ଏହା ବର୍ତମାନର ନିୟମଗୁଡିକୁ ଅନୁପାଳନ କରିବା ପାଇଁ ଅନୁକୂଳ ହେବା ଉଚିତ । ଷ୍ଟିଲ୍ର ମାନରେ ବୃଦ୍ଧି କିମ୍ବା କଂକ୍ରିଟ୍ ଚଟ୍ଟାଣ ଉପରେ କୋଟିଙ୍ଗ୍ , ଷ୍ଟିଲ ଚଟ୍ଟାଣ ଉପରେ କୋଟିଙ୍ଗ ଆଦି ମାଧ୍ୟମରେ ଏଭଳି ସୁବିଧାଗୁଡିକର କାର୍ଯ୍ୟକାରିତାକୁ ନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି । ଏକାଧିକ ଅଧ୍ୟୟନ ମୁତାବକ, ଷ୍ଟିଲ୍ର ଅବକ୍ଷୟକୁ ନିୟନ୍ତ୍ରଣ କରିବାର ଅନେକ ପଦ୍ଧତିଗୁଡିକ ମଧ୍ୟରେ ଷ୍ଟିଲ୍ ଚଟ୍ଟାଣଗୁଡିକୁ ଉନ୍ନତ କରିବା ଦ୍ୱାରା ତାହା ଅବକ୍ଷୟକୁ ହ୍ରାସ କରିବାରେ ଉତ୍କୃଷ୍ଟ ଫଳାଫଳ ପ୍ରଦର୍ଶିତ କରିଛି ।
ଏହି ସେମିନାର୍ରେ ରାଜ୍ୟ ପିଡବ୍ଲ୍ୟୁଡି, ଇଡ୍କୋ, ଭାରତୀୟ ରେଳବିଭାଗ, ଭୁବନେଶ୍ୱର ପୌରପାଳିକାର ବରିଷ୍ଠ ଅଧିକାରୀ , ସ୍ମାର୍ଟ ସିଟିର ଅଧିକାରୀ ଓ କିଛି ଅଗ୍ରଣୀ କର୍ପୋରେଟ୍ ଓ ବରିଷ୍ଠ ଆର୍କିଟେକ୍ଟମାନେ ଯୋଗ ଦେଇଥିଲେ ଏବଂ ଅବକ୍ଷୟ ଚିନ୍ତାଜନିତ ପ୍ରସଙ୍ଗ ଉପରେ ଏକତ୍ରିତ ହୋଇ ଆଲୋଚନା କରିଥିଲେ ।
ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରି ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନର ନିର୍ଦ୍ଦେଶକ (ଇଣ୍ଡିଆ) ଡଃ ରାହୁଲ ଶର୍ମା କହିଛନ୍ତି, ‘ଯେକୌଣସି ଦେଶର ଅଭିବୃଦ୍ଧି ଓ ବିକାଶ ତ୍ରେରେ ଭିତିଭୂମିର ଭୂମିକାକୁ ନବୀକରଣ କରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନ, ବିଶ୍ୱର ସର୍ବବୃହତ୍ ଜିଙ୍କ୍ କମ୍ପାନୀ ହିନ୍ଦୁସ୍ତାନ ଜିଙ୍କ୍ ଆସୋସିଏଶନର ସହଯୋଗ ସହିତ ସବୁବେଳେ ଏକ ବିକଳ୍ପ ଭାବେ ଜିଙ୍କ୍ର କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଧ୍ୟାନ ଦେଇଆସିଛି । ଏହି ପ୍ଲାଟ୍ଫର୍ମ ମାଧ୍ୟମରେ ଆମେ ଦେଶଗୁଡିକର ପ୍ରିମିୟମ ଭିତିଭୂମିଗୁଡିକର ଦୀର୍ଘାୟୁତା ଓ ସୁରକ୍ଷାର ଆବଶ୍ୟକତାକୁ ସମ୍ବୋଧିତ କରିବାକୁ ଚାହୁଁଛୁ ଏବଂ ଷ୍ଟ୍ରକ୍ଚର ଗାଲ୍ଭାନାଇଜେଶନ ଭଳି ସ୍ଥାୟୀ ଓ ପ୍ରମାଣିତ ଅବକ୍ଷୟ ସୁରକ୍ଷା ପଦ୍ଧତିଗୁଡିକୁ ଗ୍ରହଣ କରିବାର ଆବଶ୍ୟକତା ପାଇଁ ଆହ୍ୱାନ କରୁଛୁ । ମୁଖ୍ୟତଃ ଅବକ୍ଷୟ-ପ୍ରବଣ ଉପକୂଳବର୍ତୀ ଅଂଚଳଗୁଡିକରେ ସୁରକ୍ଷା ଓ କାର୍ଯ୍ୟଦକ୍ଷତାକୁ ମଜଭୁତ କରିବା ଲକ୍ଷ୍ୟରେ ଆମେ ରେଳ ଟ୍ରାକ୍ଗୁଡିକର ମରାମତି ଉପରେ ବ୍ୟାପକ ରୂପେ ଗୁରୁତ୍ୱ ଦେଉଛୁ, ରେଲ୍ୱେ ବୋର୍ଡ ମଧ୍ୟ ଜିଙ୍କ୍-କୋଟେଡ୍ ରେଳଲାଇନ୍ର ବ୍ୟବହାର ପାଇଁ ଅନୁମତି ଦେଇଛି । ଭାରତୀୟ ରେଳ ବିଭାଗକୁ ଦୁର୍ଘଟଣାକୁ ରୋକିବା ପାଇଁ ଗାଲ୍ଭାନାଇଜ୍ଡ ଷ୍ଟିଲ୍ରେ ନିର୍ମିତ ଉଚ୍ଚମାନର ଟ୍ରାକ୍ଗୁଡିକରେ ନିବେଶ କରିବା, ନିୟମିତ ରକ୍ଷଣାବେକ୍ଷଣରେ ନିବେଶ କରିବା ଏବଂ ଟ୍ରେନ୍ଗୁଡିକର ସୁରକ୍ଷିତ ଯାତାୟତ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି । ଭଲ ଭାବେ ରକ୍ଷଣାବେକ୍ଷଣ କରାଯାଉଥିବା ଟ୍ରାକ୍ଗୁଡିକ ଡିରେଲ୍ମେଂଟ୍ ବା ଲାଇନ୍ଚ୍ୟୁତ ହେବାର ବିପଦକୁ ହ୍ରାସ କରିଥାଏ, ଯାତ୍ରୀ ଓ ରେଳ କର୍ମଚାରୀମାନଙ୍କ ଜୀବନହାନି ଓ ଆଘାତ ସମ୍ଭାବନାକୁ କମ୍ କରିଥାଏ ।
ଭାରତରେ ଅବକ୍ଷୟକୁ ହ୍ରାସ କରିବା ପାଇଁ ଆଇଜେଡ୍ଏ ଦ୍ୱାରା ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱର ଅଧିକାଂଶ ସ୍ଥାନରେ ରେଳ ଟ୍ରାକ୍ଗୁଡିକୁ ଯାନ୍ତ୍ରିକ କାରଣରୁ ବଦଳାଯାଇଥାଏ କିନ୍ତୁ ଭାରତରେ ଏଗୁଡିକ ଅବକ୍ଷୟ କାରଣରୁ ସମୟ ପୂର୍ବରୁ ନଷ୍ଟ ହୋଇଯାଉଛି । ଏହା ହେଉଛି ଏକ ବ୍ୟୟବହୁଳ ଓ ପ୍ରତିରୋଧଯୋଗ୍ୟ ଖର୍ଚ୍ଚ ଏବଂ ଆଇଜେଡ୍ଏ ଅବକ୍ଷୟକୁ ନିୟନ୍ତ୍ରଣ କରିବା ପାଇଁ ଜିଙ୍କ୍ କୋଟିଙ୍ଗ୍ର ଦକ୍ଷ ପ୍ରଭାବକୁ ପ୍ରଦର୍ଶିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ସହ କାର୍ଯ୍ୟ କରୁଛି । ଆଇଜେଡ୍ଏ ରେଲ୍ ସପୋର୍ଟ ୱେ୍ବ୍ଗୁଡିକର ଅବକ୍ଷୟକୁ ରୋକିବା ପାଇଁ ଥର୍ମାଲ ସ୍ପ୍ରେଡ୍ ଜିଙ୍କ୍ର ବ୍ୟବହାର କରି ଏକ ପ୍ରଦର୍ଶନ ପରୀକ୍ଷଣ କରିଛି । ନିକଟରେ ଏହି ପରୀକ୍ଷଣ କରାଯାଇଥିଲା ଏବଂ ଏହାର ଫଳାଫଳ ଥର୍ମାଲ ସ୍ପ୍ରେ ସହିତ ରେଳଲାଇନ୍ର ଜୀବନକାଳରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆସିଥିବା ପ୍ରଦର୍ଶିତ କରିଛି ଏବଂ ଆଶା କରାଯାଉଛି ଯେ, ରେଳ ବିଭାଗ ସମଗ୍ର ସିଷ୍ଟମରେ ଥର୍ମାଲ ସ୍ପ୍ରେ କରାଯାଇଥିବା ରେଳଲାଇନ୍ର ଗ୍ରହଣୀୟତା ପାଇଁ ପଦକ୍ଷେପ ଗ୍ରହଣ କରିବ । ଥର୍ମାଲ ସ୍ପ୍ରେ ବ୍ୟତୀତ ଭାରତ ଏକ ବିଶାଳ ରେଳ ଷ୍ଟେସନ ନବୀକରଣ କାର୍ଯ୍ୟକ୍ରମର ଆୟୋଜନ କରିଛି ଏବଂ ଆଇଜେଡ୍ଏ ଷ୍ଟିଲ୍ ସୂଚକ, ଖୁଂଟ ଓ ଆନୁସଙ୍ଗିକ ଢାଂଚାଗୁଡିକୁ ସୁରକ୍ଷିତ ରଖିବା ଓ ସେଗୁଡିକର ଜୀବନକାଳ ବୃଦ୍ଧି କରିବା ପାଇଁ ଗାଲ୍ଭାନାଇଜିଙ୍ଗକୁ ନିର୍ଦ୍ଧିଷ୍ଟ କରିବାର ଗୁରୁତ୍ୱ ଉପରେ ସେମାନଙ୍କୁ ସଚେତନ କରିବା ପାଇଁ ମନ୍ତ୍ରଣାଳୟ ସହ ମିଶି କାର୍ଯ୍ୟ କରୁଛି । ଆଇଜେଡ୍ଏ ପକ୍ଷରୁ ଏକ ଶିକ୍ଷା ଓ ପହଂଚ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଯାହା ପଥଚାରୀ ଓ ଯାନବାହନ ପୋଲ, ସାଇନ୍ ସପୋର୍ଟ, ସୁରକ୍ଷା ପ୍ରତିବନ୍ଧକ ଓ ଫେନ୍ସିଙ୍ଗ୍, ଡ୍ରେନେଜ୍ ନିୟନ୍ତ୍ରଣ ପାଇଁ ଷ୍ଟିଲ୍ କଲ୍ଭର୍ଟ ସମେତ ଅଣ-ରେଲ୍ୱେ ପ୍ରକଳ୍ପଗୁଡିକ ପାଇଁ ଲକ୍ଷ୍ୟ ରଖିଛି । ଆଇଜେଡ୍ଏ ଏଜେନ୍ସିଗୁଡିକୁ ନିର୍ଦ୍ଧିଷ୍ଟ କରିବା,ଉପସ୍ଥାପନା ଦେବା, ନିର୍ମାଣ ଶିଳ୍ପ କାର୍ଯ୍ୟକ୍ରମଗୁଡିକରେ ସୂଚନା ପ୍ରଦର୍ଶିତ କରିବା ପାଇଁ ନିରନ୍ତର ଭାବେ ଟେକ୍ନୋଲୋଜି ସେମିନାରଗୁଡିକର ଆୟୋଜନ କରୁଛି ଏବଂ ଗାଲ୍ଭାନାଇଜ୍ଡ ରେବାର ଫୋକସ୍ ଗ୍ରୁପ୍ର ଶୁଭାରମ୍ଭ କରିଛି ।