ଭୁବନେଶ୍ୱର : ଅବକାରୀ ବିଭାଗ ପକ୍ଷରୁ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୫ ଓ ୨୬ତମ ଦିନରେ, NDPS ଆଇନ ଅନୁସାରେ ୨୪ଟି ମାମଲା ସହ ମୋଟ ୪୮୬ଟି ମାମଲା ରୁଜୁ ହୋଇଛି । ଏଥି ସହିତ ମୋଟ ୨.୯୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଦୁଇ ଦିନର କାର୍ଯ୍ୟାନୁଷ୍ଠାନ ସମୟରେ ମାମଲାରେ ସଂପୃକ୍ତ ମୋଟ ୨୧୮ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୨୬ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ।
ଜବତ ସାମଗ୍ରୀ ମଧ୍ୟରେ ୧୭,୭୬୨ ଲିଟର ବେଆଇନ ମଦ ଓ ୧,୦୩୨ ଲିଟର duty-paid liquor ରହିଛି । ଏହା ସହ ୧,୮୧,୩୦୬ ଲିଟର ମହୁଲି ପୋଚ, ୨୬,୭୦୦ କିଲୋଗ୍ରାମ ଗୁଡ଼ ପୋଚ ଏବଂ ୧,୦୦୦ କିଲୋଗ୍ରାମ ମହୁଲି ଫୁଲ ମଧ୍ୟ ଜବତ କରାଯାଇଛି । ନିଷିଦ୍ଧ ନିଶା ଦ୍ରବ୍ୟ ମଧ୍ୟରେ ୩୯୨ କିଲୋଗ୍ରାମ ଗଞ୍ଜେଇ, ୬୩୯ ଗ୍ରାମ ବ୍ରାଉନ୍ ସୁଗାର ଓ ୧୬.୧ ଲିଟର କଫ୍ ସିରପ ଜବତ ହୋଇଛି ।
ଏଠାରେ ସୂଚନା ଯୋଗ୍ୟକି ଅବୈଧ ମଦ ଉତ୍ପାଦନ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାଙ୍ଗିବା ଓ ମାଦକ ଦ୍ରବ୍ୟ ଚୋରାଚାଲଣକୁ ରୋକିବା ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ମୁଖ୍ୟ ଉଦ୍ୟେଶ I