ରିଅଲ୍‌ମି ୧୧ ସିରିଜ୍ ୫ଜି ଓ ରିଅଲ୍‌ମି ବଡ୍‌ସ ଏୟାର ୫ ସିରିଜ୍ ଉନ୍ମୋଚିତ

Spread the love

ଭୁବନେଶ୍ୱର: ସବୁଠାରୁ ନିର୍ଭରଯୋଗ୍ୟ ସ୍ମାର୍ଟଫୋନ୍ ନିର୍ମାତା ରିଅଲ୍‌ମି ପକ୍ଷରୁ ଏହାର ହିରୋ ନମ୍ବର ସିରିଜ୍ ଓ ଏଆଇଓଟି ସେଗ୍‌ମେଂଟ୍‌ରେ ୪ଟି ବୈପ୍ଳବିକ ନୂତନ ଉତ୍ପାଦ- ରିଅଲ୍‌ମି ୧୧ ୫ଜି, ରିଅଲ୍‌ମି ୧୧ ଏକ୍ସ ୫ଜି, ରିଅଲ୍‌ମି ବଡ୍‌ସ ଏୟାର ୫ ଓ ରିଅଲ୍‌ମି ବଡ୍‌ସ ଏୟାର ୫ ପ୍ରୋର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଉନ୍ମୋଚନ ଅବସରରେ ରିଅଲ୍‌ମିର ବକ୍ତା କହିଛନ୍ତି, ‘ଆମେ ଏବେ ରିଅଲ୍‌ମି ୧୧ ସିରିଜ୍ ୫ଜି ଏବଂ ଆମର ବିବିଧ ଏଆଇଓଟି ଶୃଙ୍ଖଳାରେ ରିଅଲ୍‌ମି ବଡ୍‌ସ ଏୟାର ୫ ସିରିଜ୍‌ର ଶୁଭାରମ୍ଭ କରି ଉତ୍ସାହିତ ଅଛୁ ଯାହା ଉଦ୍ଭାବନ ଓ ଉତ୍କର୍ଷତା ପ୍ରତି ଆମର ନିରବଚ୍ଛିନ୍ନ ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ । ୪ଟି ବୈପ୍ଳବିକ ଉତ୍ପାଦର ଶୁଭାରମ୍ଭ ସହିତ ଆମେ ସ୍ମାର୍ଟଫୋନ୍ ଓ ଏଆଇଓଟି ଶିଳ୍ପରେ ନୂଆ ବେଂଚ୍‌ମାର୍କ ସ୍ଥାପନ କରିବା ପାଇଁ ପ୍ରସ୍ତୁତ ରହିଛୁ ।” ଏହି ସହଭାଗିତା ସମ୍ପର୍କରେ ଏଆଇଏମ୍‌ଆର୍‌ଏ (ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏଶନ)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କୈଳାଶ ଲକ୍ଷ୍ୟାନି କହିଛନ୍ତି, ‘ଏଆଇଏମ୍‌ଆର୍‌ଏ, ରିଅଲ୍‌ମି ସହ ସହଭାଗିତା କରି ପ୍ରକୃତରେ ଗର୍ବିତ ଅନୁଭବ କରୁଛି । ଶିଳ୍ପରେ ଏକ ବେଂଚ୍‌ମାର୍କ ସ୍ଥାପନ କରି ନୂଆ କରି ଲଂଚ୍ ହୋଇଥିବା ୧୧ ୫ଜି ସିରିଜ୍ ହେଉଛି ଏକ ଚମତ୍କାର ସ୍ମାର୍ଟଫୋନ୍ ଯାହା ସେଗ୍‌ମେଂଟ୍‌ର ସବୁଠାରୁ ବଡ ୩ଗୁଣ ଇନ୍‌-ସେନ୍ସର ଜୁମ୍‌କୁ ସପୋର୍ଟ କରୁଥିବା ସର୍ବୋତମ ୧୦୮ ଏମ୍‌ପି ମେନ୍ କ୍ୟାମେରା ଭଳି ପାୱାର୍ ପ୍ୟାକ୍‌ଡ ଫିଚରଗୁଡିକୁ ଧାରଣ କରିଛି । ଏଥିରେ ସେଗ୍‌ମେଂଟ୍‌ର ଦ୍ରୁତତମ ୬୭ୱାଟ୍ ସୁପର୍‌ଭିଓଓସି ଚାର୍ଜିଂ ସଲ୍ୟୁଶନ ସହିତ ଏକ ବିଶାଳ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି ।

ରିଅଲ୍‌ମି ୧୧ ୫ଜି ଦୁଇଟି ଆକର୍ଷଣୀୟ ରଙ୍ଗ ଗ୍ଲୋରୀ ଗୋଲ୍ଡ ଓ ଗ୍ଲୋରୀ ବ୍ଲାକ୍‌ରେ ଉପଲବ୍ଧ ହେଉଛି ଏବଂ ଏହା ଦୁଇଟି ଷ୍ଟୋରେଜ୍ ଭରିଆଂଟ୍ ୮ଜିବି+୧୨୮ଜିବି ପାଇଁ ୧୮,୯୯୯ ଟଙ୍କା ଏବଂ ୮ଜିବି+୨୫୬ଜିବି ପାଇଁ ୧୯,୯୯୯ ଟଙ୍କାରେ ଆସୁଛି । ଅଲ୍ଟିମେଟ୍ ୫ଜି ଗେମ୍ ଚେଞ୍ଜର ରିଅଲମି ୧୧ଏକ୍ସ ୫ଜିରେ ୨ଗୁଣ ଇନ୍‌-ସେନ୍ସର ଜୁମ୍‌କୁ ସପୋର୍ଟ କରୁଥିବା ୬୪ ଏମ୍‌ପି କ୍ୟାମେରା ଏବଂ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ସହ ରହିଥିବା ୩୩ୱାଟ୍ ସୁପର୍‌ଭିଓଓସି ଚାର୍ଜିଂ ସଲ୍ୟୁଶନ ସହିତ ଆସୁଛି । ରିଅଲ୍‌ମି ୧୧ଏକ୍ସ ୫ଜି ଦୁଇଟି ଚମତ୍କାର ରଙ୍ଗ ପର୍ପଲ୍ ଡନ୍ ଓ ମିଡ୍‌ନାଇଟ୍ ବ୍ଲାକ୍‌ରେ ଉପଲବ୍ଧ ହେଉଛି ଏବଂ ଏହା ଦୁଇଟି ଷ୍ଟୋରେଜ୍ ଭାରିଆଂଟ୍‌ରେ ୬ଜିବି+୧୨୮ଜିବି ପାଇଁ ୧୪,୯୯୯ ଟଙ୍କା ଏବଂ ୮ଜିବି+୧୨୮ଜିବି ପାଇଁ ୧୫୯୯୯ ଟଙ୍କାରେ ଆସୁଛି । ରିଅଲ୍‌ମି ବଡ୍‌ସ ଏୟାର ୫ ପ୍ରୋ କୋକ୍ସିଆଲ ଡୁଆଲ ଡ୍ରାଇଭର (୧୧ଏମ୍‌ଏମ୍‌+୬ଏମ୍‌ଏମ୍‌) ସମେତ, ୫୦ଡିବି ଆକ୍ଟିଭ୍ ନଏଜ୍ କ୍ୟାନ୍ସେଲେଶନ, ୪୦୦୦ ଏଚ୍‌ଜେଡ୍ ଅଲ୍‌ଟ୍ରା-ୱାଇଡ୍‌ବ୍ୟାଣ୍ଡ ନଏଜ୍ କ୍ୟାନ୍ସେଲେଶନ, ୬-ମାଇକ୍ କଲ୍ ନଏଜ୍ କ୍ୟାନ୍ସେଲେଶନର ଆଡ୍‌ଭାନ୍‌ସମେଂଟ୍‌କୁ ଅନ୍ତର୍ଭୁକ୍ତ କରି ନିଜ ସେଗ୍‌ମେଂଟ୍‌ରେ ପ୍ରଥମ ଉତ୍ପାଦରେ ପରିଣତ ହୋଇଛି । ଦୁଇଟି ଚମତ୍କାର ରଙ୍ଗ ଆଷ୍ଟ୍ରାଲ୍ ବ୍ଲାକ୍ ଓ ସନ୍‌ରାଇଜ୍ ବିଜ୍‌ରେ ଉପଲବ୍ଧ ରିଅଲ୍‌ମି ବଡ୍‌ସ ଏୟାର ୫ ପ୍ରୋର ମୂଲ୍ୟ ୪୯୯୯ ଟଙ୍କା ରହିଛି । ରିଅଲ୍‌ମି ବଡ୍‌ସ ଏୟାର ୫ ପ୍ରୋ ଦୁଇଟି ଚମତ୍କାର ରଙ୍ଗ ଆଷ୍ଟ୍ରାଲ୍ ବ୍ଲାକ୍ ଓ ସନ୍‌ରାଇଜ୍ ବିଜ୍‌ରେ ଉପଲବ୍ଧ ହେଉଛି । ରିଅଲ୍‌ମି ବଡ୍‌ସ ଏୟାର ୫ ଦୁଇଟି ଆକର୍ଷଣୀୟ ରଙ୍ଗ ଡିପ୍ ସି ବ୍ଲୁ ଓ ଆର୍କଟିକ୍ ହ୍ୱାଇଟ୍‌ରେ ଉପଲବ୍ଧ ହେଉଛି ଏବଂ ଏହାର ମୂଲ୍ୟ ୩୬୯୯ ଟଙ୍କା ରହିଛି ।

ରିଅଲ୍‌ମି ୧୧ ୫ଜି (୮ଜିବି+୧୨୮ଜିବି) ପାଇଁ ଗ୍ରାହକମାନେ ୫୦୦ ଟଙ୍କାର କୁପନ , ୧୦୦୦ ଟଙ୍କାର ବ୍ୟାଙ୍କ ଅଫର୍ ପାଇପାରିବେ, ଉପଭୋକ୍ତାମାନେ ୧୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର୍ ଏବଂ ୨୩ ଅଗଷ୍ଟରୁ ୨୮ ଅଗଷ୍ଟ ୨୦୨୩ ମଧ୍ୟରେ ଫ୍ଲିପ୍‌କାର୍ଟରେ ହେବାକୁ ଥିବା ପ୍ରି-ବୁକିଙ୍ଗ୍ ଉପରେ ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ପାଇପାରିବେ । ଉପଭୋକ୍ତାମାନେ ଫ୍ଲିପ୍‌କାର୍ଟ ଡଟ୍ କମ୍‌ରେ ଅଗଷ୍ଟ ୨୯ ତାରିଖରୁ ସେପ୍ଟେମ୍ବର ୨ ତାରିଖ ୨୦୨୩ ମଧ୍ୟରେ ପ୍ରଥମ ସେଲ୍ ଉପରେ ୧୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ଓ ୬ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ରିଅଲ୍‌ମି ୧୧ ୫ଜି (୮ଜିବି+୨୫୬ଜିବି) ପାଇଁ ଗ୍ରାହକମାନେ ଫ୍ଲିପ୍‌କାର୍ଟରେ ୨୩ ଅଗଷ୍ଟରୁ ୨୮ ଅଗଷ୍ଟ ମଧ୍ୟରେ ଆରମ୍ଭ ହେଉଥିବା ପ୍ରି-ବୁକିଙ୍ଗ୍ ଏବଂ ୨୯ ଅଗଷ୍ଟରୁ ୨ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ପ୍ରଥମ ସେଲ୍ ଉପରେ ୯ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସୁବିଧା ପାଇପାରିବେ । ଗ୍ରାହକମାନେ ରିଅଲ୍‌ମି ଡଟ୍ କମ୍‌ରେ ୨୩ ଅଗଷ୍ଟରୁ ୨୮ ଅଗଷ୍ଟ ମଧ୍ୟରେ ରିଅଲ୍‌ମି ୧୧ ୫ଜି (୮ଜିବି+୧୨୮ଜିବି)ର ପ୍ରି-ବୁକିଙ୍ଗ ଉପରେ ୫୦୦ ଟଙ୍କାର ଏକ କୁପନ ଓ ୧୦୦୦ ଟଙ୍କାର ବ୍ୟାଙ୍କ ଅଫର୍ ପାଇବେ । ଗ୍ରାହକମାନେ ରିଅଲ୍‌ମି ଡଟ୍ କମ୍‌ରେ ରିଅଲ୍‌ମି ୧୧ଏକ୍ସ ୫ଜି (୬ଜିବି+୧୨୮ଜିବି)ର ପ୍ରଥମ ସେଲ୍‌, ୨୩ ଅଗଷ୍ଟରେ ‘ୟଲି ବାର୍ଡ ସେଲ୍‌’, ୨୫ ଅଗଷ୍ଟରେ ‘ଆନିଭର୍ସରୀ ସେଲ୍‌’ ଉପରେ ୫୦୦ ଟଙ୍କାର ଏକ କୁପନ ଓ ୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ପାଇପାରିବେ ।


Spread the love

Leave A Reply

Your email address will not be published.