ନୂଆଦିଲ୍ଲୀ, ୨୮ ଜାନୁଆରୀ ୨୦୨୬: ବିଶ୍ୱର ପ୍ରଥମ ଆଜ୍-ଲାଇଭ ଗ୍ଲୋବାଲ ଗେମିଂ ରିଅଲିଟି ଶୋ(Global Gaming Reality Show)’ ଗୁଡ୍ ଗେମ୍ ପକ୍ଷରୁ ଭାରତର ପ୍ରଥମ ଗ୍ଲୋବାଲ ଗେମିଂ ସୁପରଷ୍ଟାର(Global Gaming Superstar)ଙ୍କ ସନ୍ଧାନ କରିବା ପାଇଁ ଭାରତରେ ଏହାର ଲଂଚ ଘୋଷଣା କରାଯାଇଛି। ଲୋକପ୍ରିୟ ଅଭିନେତ୍ରୀ, ଉଦ୍ୟୋଗୀ ଓ ୟୁଥ୍ ଆଇକନ ସାମନ୍ଥ ରୁଥ୍ ପ୍ରଭୁଙ୍କୁ ଭାରତର ଅନ୍ୟତମ ଲୋକପ୍ରିୟ କ୍ରିକେଟ ଖେଳାଳି ରିଷଭ ପନ୍ତ ଏବଂ ଭାରତର ଅନ୍ୟତମ ପ୍ରଭାବଶାଳୀ ଗେମିଂ କ୍ରିଏଟର ଉଜ୍ଜ୍ୱଳ ଚୌରସିଆ (Techno Gamerz)ଙ୍କ ସହିତ ଜଣେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନାମିତ କରାଯାଇଛି। (Good Game)ଗୁଡ୍ ଗେମ୍ ପକ୍ଷରୁ ଏକ କୋଟି ଟଙ୍କା (୧୦୦,୦୦୦ ଡଲାର)ର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି, ଯାହାକି ଭାରତରେ ଯେକୌଣସି ରିଅଲିଟି ଶୋ’ ବିଜେତାଙ୍କ ପାଇଁ ସର୍ବାଧିକ ପୁରସ୍କାର ରାଶି ଅଟେ, ଏଥିସହିତ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମଧ୍ୟ ଏହା ଏକ ସୁଯୋଗ ପ୍ରଦାନ କରିବ। ଗୁଡ୍ ଗେମ୍ ଏହି ଶୋ’ରେ ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବା ପାଇଁ ଯୋଜନା ରଖିଛି ଏବଂ ବର୍ତମାନ ଏହି ସ୍ୱତନ୍ତ୍ର ପ୍ରସ୍ତାବ ସହିତ ଜଡିତ ହେବା ପାଇଁ ବ୍ରାଣ୍ଡ ପାର୍ଟନର ଓ ସ୍ପନ୍ଶରମାନଙ୍କୁ ଆମନ୍ତ୍ରଣ କରୁଛି ଯାହା ଭାରତର ମୂଳ ଯୁବ ଦର୍ଶକଙ୍କ ମଧ୍ୟରୁ ସର୍ବନିମ୍ନ ୫୦୦ ମିଲିୟନ ଦର୍ଶକଙ୍କ ନିକଟରେ ପହଂଚିବା ପାଇଁ ପ୍ରତିଶ୍ରୁତି ଦେଉଛି।
ଏକ ପ୍ରଥମ ଧରଣର କମ୍ପିଟିଟିଭ ରିଅଲିଟି ଫର୍ମାଟ ଭାବେ ଡିଜାଇନ କରାଯାଇଥିବା ଗୁଡ୍ ଗେମ୍ ଦେଶରେ ପ୍ରତିଯୋଗିତାମୂଳକ ଗେମିଂ ପାଇଁ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି, ଯାହା ଇସ୍ପୋର୍ଟସ, ମୁଖ୍ୟଧାରାର ମନୋରଞ୍ଜନ ଓ ବାସ୍ତବ ଦୁନିଆର ପ୍ରଦର୍ଶନକୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରିଛି। ପ୍ରତିଯୋଗୀମାନଙ୍କୁ କେବଳ ସେମାନଙ୍କର ଗେମିଂ ଦକ୍ଷତା ଉପରେ ନୁହେଁ ବରଂ ସୃଜନଶୀଳତା, ଅନ୍-ସ୍କ୍ରିନ ଉପସ୍ଥିତି ଏବଂ ଚାପ ମଧ୍ୟରେ ପ୍ରଦର୍ଶନ କରିବାର କ୍ଷମତା ଉପରେ ପରୀକ୍ଷା କରାଯିବ- ଯାହା ଏକ ପେସା ଓ ଲୋକପ୍ରିୟ ସଂସ୍କୃତିର ଏକ ରୂପ ଭାବେ ଗେମିଂର ବିକଶିତ ପ୍ରକୃତିକୁ ପ୍ରତିଫଳନ କରିବ। ଅଡିସନ ପାଇଁ ପଞ୍ଜୀକରଣ, ବର୍ତମାନ https://www.goodgameshow.tv/india-audition-application ରେ ଖୋଲା ରହିଛି, ଯାହା ନୂତନ ଓ ପେସାଦାର ଗେମର, କଂଟେଂଟ କ୍ରିଏଟର ଓ ପର୍ଫର୍ମରଙ୍କୁ ଆମନ୍ତ୍ରଣ କରୁଛି।
ଏହି ଲଂଚ ଅବସରରେ Good Gameର ପ୍ରତିଷ୍ଠାତା ରାଇ କକ୍ଫିଲ୍ଡ କହିଛନ୍ତି, “ଭାରତ ହେଉଛି ବିଶ୍ୱର ଅନ୍ୟତମ ସର୍ବବୃହତ ମନୋରଞ୍ଜନ ଓ ଗେମିଂ କମ୍ୟୁନିଟି ଏବଂ ଆମେ ପ୍ରଥମ ଥର ପାଇଁ ଭାରତରେ ଏଭଳି ଦୁଇଟି ଜେନର ମଧ୍ୟରେ ଅନ୍ତରକୁ ଦୂର କରିଥିବାରୁ ଖୁସି ଅନୁଭବ କରୁଛୁ। ଗୁଡ୍ ଗେମ ଆନ୍ତର୍ଜାତୀୟ ସ୍ୱୀକୃତି ଓ ଜୀବନକାଳ ସୁଯୋଗ ପାଇଁ ବାଟ ଫିଟାଇବା ଲାଗି ଭାରତବ୍ୟାପୀ ପ୍ରତିଭାମାନଙ୍କୁ ସଶକ୍ତ କରି, ଯାହା ଜୀବନ ଓ କ୍ୟାରିୟରରେ ବଡ ପରିବର୍ତନ ଆଣିପାରିବ। ଆମେ ଏଭଳି ଏକ ସ୍ୱତନ୍ତ୍ର ସୁଯୋଗ ସହିତ ସହଭାଗୀ ହେବା ପାଇଁ ଚାହୁଁଥିବା ବ୍ରାଣ୍ଡଗୁଡିକ ଠାରୁ ଚମତ୍କାର ପ୍ରତିକ୍ରିୟା ପରିଲକ୍ଷିତ କରୁଛୁ ଯାହା ଦୀର୍ଘସ୍ଥାୟୀ କଂଟେଂଟ, ମଜବୁତ ସମୁଦାୟ ଓ ଉଚ୍ଚ କ୍ଷମତାସମ୍ପନ୍ନ ବାଣିଜ୍ୟର ଏକତ୍ରିକରଣ ପ୍ରଦାନ କରୁଛି। ମୁଁ ଏହି ଶୋ’ ପାଇଁ ସେମାନଙ୍କର ସମର୍ଥନ ଓ ବିଶେଷଜ୍ଞତା ଆଣିଥିବାରୁ ଆମର ବ୍ରାଣ୍ଡ ଆମ୍ବାସାଡରମାନଙ୍କ ପ୍ରତି ଗଭୀର ଭାବେ କୃତଜ୍ଞ ଅଟୁ।”
ନିଜର ସହଯୋଗିତା ସମ୍ପର୍କରେ ସାମନ୍ଥା ରୁଥ ପ୍ରଭୁ କହିଛନ୍ତି, “ଆଜି ସ୍ୱପ୍ନଗୁଡିକ କିଭଳି ବିକଶିତ ହେଉଛି ଗୁଡ୍ ଗେମ୍ ତାହାର ପ୍ରତିନିଧିତ୍ୱ କରୁଛି। ପ୍ରତିଭା ଏବେ କେବଳ ଗୋଟିଏ ଢାଂଚାରେ ଫିଟ ହୋଇ ରହୁନାହିଁ ଏବଂ ଆକାଂକ୍ଷାଗୁଡିକ ଗୋଟିଏ ମାର୍ଗ ଅନୁସରଣ କରୁନାହାନ୍ତି। ଏହି ପ୍ଲାଟଫର୍ମ ସମ୍ପର୍କରେ ଯାହା ମୋତେ ଉତ୍ସାହିତ କରିଛି ତାହା ହେଉଛି ଏହା ଚାପ ମଧ୍ୟରେ ପ୍ରଦର୍ଶନ କରିବା ପାଇଁ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ସାହସକୁ ସ୍ୱୀକୃତି ପ୍ରଦାନ କରୁଛି ଏବଂ ଯୁବ ଭାରତୀୟମାନଙ୍କଚ ଆନ୍ତର୍ଜାତୀୟ ମଂଚରେ ନିଜକୁ ଉପସ୍ଥାପନ କରିବା ପାଇଁ ଏକ ସୁଯୋଗ ଦେଉଛି। ଏହା କେବଳ ଏକ ଶୋ’ ନୁହେଁ- ଏହା ପରବର୍ତୀ ପିଢି ପାଇଁ ସଫଳତା କିଭଳି ଦେଖାଯାଇପାରେ ତାହାକୁ ପରିଭାଷିତ କରିବା ପାଇଁ ଏକ ସୁଯୋଗ ଅଟେ।”
ଅଡିସନ ପାଇଁ ପଞ୍ଜୀକରଣ ଏବେ ଖୋଲା ରହିଛି
ଗେୁଡ୍ ଗେମ ଇଣ୍ଡିଆ ଅଡିସନଗୁଡିକ ପାଇଁ ପଞ୍ଜୀକରଣ ଏବେ ଖୋଲା ରହିଛି ଏବଂ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯେକୌଣସି ଭାରତୀୟ ନାଗରିକ ଏଥିପାଇଁ ପଞ୍ଜୀକରଣ କରିପାରିବେ। ମନୋନିତ ଅଂଶଗ୍ରହଣକାରୀଙ୍କୁ ଆସନ୍ତା ଫେବୃଆରୀ ୧୪ ଓ ୧୫ ତାରିଖରେ ମୁମ୍ବାଇରେ ଏବଂ ଫେବୃଆରୀ ୨୮ ଓ ମାର୍ଚ୍ଚ ୧ ତାରିଖରେ ଦିଲ୍ଲୀରେ ଏକ ଇନ୍-ପର୍ସନ ଅଡିସନ ପାଇଁ ସିଧାସଳଖ ଆମନ୍ତ୍ରିତ କରାଯିବ।
ପଞ୍ଜୀକରଣ କରିବା ପାଇଁ ଆବେଦନକାରୀଙ୍କୁ ଆପ୍ଲିକେଶନର ପେଜ୍ ଭିଜିଟ କରି ଏକ କ୍ଷୁଦ୍ର ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ଏଥିରେ ମୌଳିକ ବ୍ୟକ୍ତିଗତ ସୂଚନା ଦାଖଲ କରିବା, ଏକ ପସନ୍ଦର ଅଡିସନ ସହର ଚୟନ କରିବା (ଦିଲ୍ଲୀ କିମ୍ବା ମୁମ୍ବାଇ), ଜଣେ ଗେମର, କ୍ରିଏଟର କିମ୍ବା ଏଂଟରଟେନର ଭାବେ ନିଜର ପୃଷ୍ଠଭୂମିକୁ ବ୍ୟାଖ୍ୟା କରୁଥିବା ଏବଂ ଏହି ଶୋ’ ପାଇଁ ସେମାନେ ଉପଯୁକ୍ତ ବୋଲି ସେମାନେ କାହିଁକି ବିଶ୍ୱାସ କରୁଛନ୍ତି ସେ ବିଷୟରେ ଏକ ସଂକ୍ଷିପ୍ତ ଲିଖିତ ପରିଚୟ ଦାଖଲ କରିବା , ନିଜର ପରିଚୟ ଦେଉଥିବା ଏକ ମିନିଟ ପର୍ଯ୍ୟନ୍ତ ଏକ ଭିଡିଓ ଅପ୍ଲୋଡ କରିବା ଏବଂ ଯଦି ସେମାନେ ଚୟନ ହୁଅନ୍ତି ତେବେ କୌଣସି ପ୍ରାସଙ୍ଗିକ ଦକ୍ଷତା ବା କୌଶଳ ପ୍ରଦର୍ଶନ କରିବା ଆଦି ସାମିଲ ରହିଛି।