ରିଅଲ୍‌ମି ପକ୍ଷରୁ ରିଅଲ୍‌ମି ସି୫୩ ଏବଂ ରିଅଲ୍‌ମି ପ୍ୟାଡ୍ ୨ ଉନ୍ମୋଚିତ

Spread the love

ଭୁବନେଶ୍ୱର: ରିଅଲ୍‌ମି ପକ୍ଷରୁ ଏହାର ଚାମ୍ପିଅନ୍ ସିରିଜ୍‌ରେ ନୂତନତମ ଯୋଗ ରିଅଲ୍‌ମି ସି୫୩ ଏବଂ ଯୁବପିଢିଙ୍କ ପାଇଁ ସଠିକ୍ ପ୍ୟାଡ୍‌- ରିଅଲ୍‌ମି ପ୍ୟାଡ୍ ୨ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅତ୍ୟାଧୁନିକ ଫିଚର, ଲିପ୍‌-ଫର୍‌ୱାର୍ଡ ଟେକ୍ନୋଲୋଜିକାଲ ଆଡ୍‌ଭାନ୍ସମେଂଟ୍ ଓ ଶକ୍ତିଶାଳୀ ପ୍ରଦର୍ଶନରେ ସୁସଜ୍ଜିତ ଏହି ଉତ୍ପାଦଗୁଡିକ ଶିଳ୍ପରେ ବିପ୍ଳବ ଆଣିବା ପାଇଁ ପ୍ରସ୍ତୁତ ରହିଛନ୍ତି । ରିଅଲ୍‌ମି ସି୫୩ ସେଗ୍‌ମେଂଟ୍‌ର ପ୍ରଥମ ଓ ଏକମାତ୍ର ସ୍ମାର୍ଟଫୋନ୍ ଯାହାକି ୩ ଗୁଣ ଇନ୍‌-ସେନ୍ସର ଜୁମ୍ ସହିତ ୧୦୮ଏମ୍‌ପି ଅଲ୍‌ଟ୍ରା କ୍ଲିୟର କ୍ୟାମେରା, ୮ଏମ୍‌ପି ସେଲ୍‌ଫି କ୍ୟାମେରା ସହିତ ସୁସଜ୍ଜିତ ରହିଛି ।

ଏହା ୧୨ଜିବି ପର୍ଯ୍ୟନ୍ତ ଡାଇନାମିକ୍ ରାମ୍ ଏବଂ ୧୨୮ଜିବି ରୋମ୍ ସହିତ ଆସୁଛି । ରିଅଲ୍‌ମି ସି୫୩ରେ ୯୦ଏଚ୍‌ଜେଡ୍ ଡିସ୍‌ପ୍ଲେ ସହିତ ଏକ ୭.୯୯ଏମ୍‌ଏମ୍ ଅଲ୍‌ଟ୍ରା ସ୍ଲିମ୍ ସାଇନି ଚାମ୍ପିଅନ୍ ଡିଜାଇନ୍ ଏବଂ ମିନି କ୍ୟାପ୍‌ସୁଲ ଫିଚର ରହିଛି । ଏଥିରେ ୧୮ୱାଟ୍ ସୁପର୍‌ଭିଓଓସି ଚାର୍ଜିଂ ସପୋର୍ଟ ସହିତ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ରହିଛି ଏବଂ ଏହା ୟୁନିସକ୍ ଟି୬୧୨ ଅକ୍ଟାକୋର୍ ଚିପ୍‌ସେଟ୍ ଦ୍ୱାରା ପରିଚାଳିତ । ଏହା ୨ଟି ଆକର୍ଷଣୀୟ ରଙ୍ଗ ଚାମ୍ପିଅନ୍ ଗୋଲ୍ଡ ଓ ଚାମ୍ପିଅନ୍ ବ୍ଲାକ୍‌ରେ ଆସୁଥିବା ବେଳେ ଦୁଇଟି ଷ୍ଟୋରେଜ୍ ଭାରିଆଂଟ୍ ଯଥା ୪ଜିବି+୧୨୮ଜିବି ପାଇଁ ୯୯୯୯ ଟଙ୍କା ଏବଂ ୬ଜିବି+୬୪ଜିବି ପାଇଁ ୧୦,୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।


ରିଅଲ୍‌ମି ପ୍ୟାଡ୍ ୨ ହେଉଛି ସେଗ୍‌ମେଂଟ୍‌ର ପ୍ରଥମ ଟାବ୍‌ଲେଟ୍ ଯେଉଁଥିରେ ୧୨୦ଏଚ୍‌ଜେଡ୍ ୨କେ ଡିସ୍‌ପ୍ଲେ ରହିଛି ଏବଂ ଏହା ଏକ ଆକର୍ଷଣୀୟ ୧୧.୫ ଇଂଚ୍ ଅଲ୍‌ଟ୍ରା-ଲାର୍ଜ ସ୍କ୍ରିନ୍‌, ଆ୍ରଏଡ୍ ୧୩ ଆଉଟ୍ ଅଫ୍ ଦ ବକ୍ସ ଉପରେ ଆଧାରିତ ରିଅଲ୍‌ମି ୟୁଆଇ ୪.୦ ସହିତ ଆସୁଛି । ଏଥିରେ ୨୫୬ ଜିବି ମେମୋରୀ ରହିଛି । ରିଅଲ୍‌ମି ପ୍ୟାଡ୍ ୨ ଦୁଇଟି ଅତୁଳନୀୟ ରଙ୍ଗ: ଇନ୍‌ସ୍ପିରେଶନ ଗ୍ରୀନ୍ ଓ ଇମାଜିନେଶନ ଗ୍ରେ ସହିତ ଆସୁଛି । ରିଅଲ୍‌ମି ପ୍ୟାଡ୍ ୨ର ୬ଜିବି+୧୨୮ଜିବି ଭାରିଆଂଟ୍‌ର ମୂଲ୍ୟ ୧୯୯୯୯ ଟଙ୍କା ଏବଂ ୮ଜିବି+୨୫୬ଜିବି ଭାରିଆଂଟ୍‌ର ମୂଲ୍ୟ ୨୨,୯୯୯ ଟଙ୍କା ରହିଛି ।

ରିଅଲ୍‌ମି ସି୫୩ର ପ୍ରଥମ ସେଲ୍ ଆସନ୍ତା ଜୁଲାଇ ୨୬ ତାରିଖ, ୨୦୨୩ ଦିନ ୧୨ଟାରୁ ଉଭୟ ରିଅଲ୍‌ମି ଡଟ୍ କମ୍‌, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ୍ ଚ୍ୟାନେଲରେ ଆରମ୍ଭ ହେବ । ସେଲ୍ ସମୟରେ ଗ୍ରାହକମାନେ ରିଅଲ୍‌ମି ସି୫୩ ୬ଜିବି+୬୪ଜିବି ଭାରିଆଂଟ୍ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି (୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ଓ ୫୦୦ ଟଙ୍କାର ଅତିରିକ୍ତ କୁପନ୍ ସମେତ) ପାଇବାକୁ ସୁଯୋଗ ପାଇବେ । ଏହାଛଡା ରିଅଲ୍‌ମି ଡଟ୍ କମ୍ ଓ ଫ୍ଲିପ୍‌କାର୍ଟରେ ଉପଲବ୍ଧ ଏକ ୟର୍ଲି ବାର୍ଡ ସେଲ୍ ଜୁଲାଇ ୧୯ ତାରିଖ ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ଯେଉଁଠାରେ ଗ୍ରାହକମାନେ ସମାନ ରିହାତି ଅଫର୍ ଉପଭୋଗ କରିପାରିବେ ।

ରିଅଲ୍‌ମି ଆସନ୍ତା ଜୁଲାଇ ୨୪ ତାରିଖରେ ସ୍ୱତନ୍ତ୍ର ଭାବେ ଉପଭୋକ୍ତାଙ୍କ ପାଇଁ ଏକ ସ୍ପେଶିଆଲ ସେଲ୍ ପ୍ରଦାନ କରୁଛି ଯେଉଁଠାରେ ସେମାନେ ଦିନ ୧୨ଟାରୁ ୨ ଟା ପର୍ଯ୍ୟନ୍ତ ସମାନ ରିହାତି ସୁବିଧା ପାଇପାରିବେ । ଗ୍ରାହକମାନେ ରିଅଲ୍‌ମି ପ୍ୟାଡ୍ ୨ ଉପରେ ୫୦୦ ଟଙ୍କାର କୁପନ ଓ ୧୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ସମେତ ପ୍ରି-ବୁକିଙ୍ଗ୍ ଅଫର ପାଇପାରିବେ । ପ୍ରି-ବୁକିଙ୍ଗ୍ ଆସନ୍ତା ଜୁଲାଇ ୨୬ ତାରିଖ ରାତି ୧୨ଟା (ମଧ୍ୟରାତ୍ରି)ରୁ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମି ଡଟ୍ କମ୍‌ରେ ଆରମ୍ଭ ହେବ । ଉପଭୋକ୍ତାମାନେ ଆସନ୍ତା ଅଗଷ୍ଟ ୧ ତାରିଖ ଦିନ ୧୨ଟା ପରଠାରୁ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମି ଡଟ୍ କମ୍‌ରେ ପ୍ରଥମ ସେଲ୍ ଉପରେ ୯ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍‌ଆଇ ସହିତ ରିଅଲ୍‌ମି ପ୍ୟାଡ୍ ୨ ଉପରେ ୧୫୦୦ ଟଙ୍କାର ବ୍ୟାଙ୍କ ଅଫର୍ ପାଇପାରିବେ । ଛାତ୍ରଛାତ୍ରୀମାନେ ଫ୍ଲିପ୍‌କାର୍ଟ ଓ ରିଅଲ୍‌ମି ଡଟ୍ କମ୍‌ରେ ୫୦୦ ଟଙ୍କାର ଏକ ଅତିରିକ୍ତ ରିହାତି ପାଇପାରିବେ ।


Spread the love

Leave A Reply

Your email address will not be published.