Budget 2026 ଦେଲା ବିକାଶର ଗତି: ସ୍ୱାସ୍ଥ୍ୟ ପାଇଁ ୩ AIIMS, ରେଳ ପାଇଁ ୭ କରିଡର୍

Spread the love



ନୂଆଦିଲ୍ଲୀ ,୦୧/୦୨ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି କହିଲେ ନିର୍ମଳା । ଲଗାତାର ୯ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩ଟି ନୂଆ ଏମ୍ସ ନିର୍ମାଣ ହେବା ନେଇ ଘୋଷଣା କରୁଛନ୍ତି । ଏହାଛଡା ୫ଟି ମେଡିକାଲ ହବ ନିର୍ମାଣ କରାଯିବ । ଏଠାରେ ମେଡିକାଲ ସହିତ ଟ୍ରେନିଂ ଏବଂ ରିସର୍ଚ୍ଚ ଉପରେ କାମ କରାଯିବ । ମେଡିକାଲ ସୁବିଧା ବହୁତ ସହଜରେ ମିଳିବ । ଏହି ହବ୍ ବିଭିନ୍ନ ଉପାୟରେ ରୋଜଗାର କରିବାର ସୁଯୋଗ ଦେବ ।

ସେହିପରି ବଜେଟରେ ହାଇସ୍ପିଡ ରେଳ କରିଡର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ଦିଲ୍ଲୀ-ବାରାଣସୀ ସମେତ ୭ଟି ହାଇସ୍ପିଡ ରେଳ କରିଡର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ବାରାଣସୀ ଏବଂ ପାଟନାରେ ଜାହାଜ ମରାମତି ସୁବିଧା କରାଯିବ । ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ ।


Spread the love

Leave A Reply

Your email address will not be published.