ଲିଙ୍ଗରାଜ ମନ୍ଦିର ଜାଗର ପ୍ରସ୍ତୁତି ବୈଠକ, ରାତି ୧୦ଟାରେ ଉଠିବ ମହାଦୀପ

Spread the love


ଭୁବନେଶ୍ୱର, ୦୧/୦୨: ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏହି ନିଷ୍ପତ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ଜାଗର ପ୍ରସ୍ତୁତି ସମ୍ପର୍କିତ ବୈଠକରେ ନିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାଶିବରାତ୍ରି ଜାଗର ନୀତି, ସୁରକ୍ଷା ଓ ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ନିଅଂଶ ପାଳି ଓ ସେବାୟତ ଦାୟିତ୍ୱ ସମ୍ପର୍କରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଆବଶ୍ୟକ ନିଷ୍ପତ୍ତି ନେବେ।
ମନ୍ଦିର ପରିସରରେ ରହିଥିବା କିଛି ଦେବୀ ପ୍ରତିମା, ନାଗ ମୂର୍ତ୍ତି ଓ ଅନ୍ୟାନ୍ୟ ମୂର୍ତ୍ତି ଯାହାର ମନ୍ଦିରର ଐତିହ୍ୟ ସହ ସିଧାସଳଖ ସମ୍ପର୍କ ନାହିଁ, ସେଗୁଡ଼ିକୁ ବାହାର କରାଯିବ। ଏହି ଉଦ୍ଦେଶ୍ୟରେ ଏକ ସବ୍–କମିଟି ଗଠନ କରାଯିବ ଓ ସମ୍ପୃକ୍ତ ତଥ୍ୟ ସଂଗ୍ରହ କରାଯିବ।
ଏହା ସହ OTDC ଦ୍ୱାରା ନିର୍ମିତ ଐତିହ୍ୟ ଲିଙ୍ଗରାଜ ମାର୍କେଟ୍‌ରେ ଖାଲି ପଡ଼ିଥିବା ଉପର ମହଲାକୁ ନିଲାମ କରିବା ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଠିକ୍ ସମୟରେ ମହାଦୀପ ଉଠିବା ପାଇଁ ସମସ୍ତ ସେବାୟତ ଶୃଙ୍ଖଳାବଦ୍ଧ ଭାବେ ଦାୟିତ୍ୱ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।


Spread the love

Leave A Reply

Your email address will not be published.