ଶଶୀ ସାହୁ ଙ୍କୁ ନିଲମ୍ବନ କଲା ବିଜେଡି

Spread the love

ଭୁବନେଶ୍ଵର,୦୧/୦୨: ଶଶୀ ସାହୁ ଙ୍କୁ ନିଲମ୍ବନ କଲା ବିଜେଡି।ବିଶୃଙ୍ଖଳିତ କାର୍ଯ୍ୟକ୍ରମ ପାଇଁ ବିଜେଡି ରୁ ନିଲମ୍ବିତ ହୋଇଥିବା ପ୍ରେସ ରିଲିଜ ରେ ଉଲ୍ଲେଖ ।ବିଭିନ୍ନ ବିବାଦମୂଳକ ପରିସ୍ଥିତିକୁ ଧ୍ୟାନରେ ରଖି ନିଆଯାଇଛି ଏଭଳି ନିଷ୍ପତି ନେଇଛି ବିଜେଡି ।
ଶଶୀ ସାହୁ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ସିମୁଳିଆ ନିର୍ବାଚନ ମଣ୍ଡଳୀରୁ ତାଙ୍କର ପତ୍ନୀ ସୁଭାସିନୀ ସାହୁଙ୍କୁ କ୍ୟାଣ୍ଡିଡେଟ୍ କରାଯାଇଥିଲା।
ବାଲେଶ୍ୱର ବିଜେଡି ମଧ୍ୟରେ ଦୀର୍ଘ ସମୟ ଧରି କନ୍ଦଳ ଲାଗି ରହିଥିବା ପରିସ୍ଥିତି ଏବଂ ଶଶୀ ସାହୁ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ଫଳରେ ଚୟନ ହୋଇ ପାରୁନି ଜିଲ୍ଲା ସଭାପତି ।

ଏପଟେ ବିଜେଡ଼ି ରୁ ନିଲମ୍ବନ ପରେ ଶଶି ସାହୁ ଙ୍କ ପ୍ରତିକ୍ରିୟା

ଆସନ୍ତାକାଲି ମୁଁ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବି। ଦଳରେ ମୁଁ କୌଣସି ବିଶୃଙ୍ଖଳା କାମ କରିନାହିଁ। ଦଳ ମୋ ସହ କୌଣସି ଆଲୋଚନା କରିନାହିଁ। ଯେଉଁମାନେ ନିର୍ବାଚନ ସମୟରେ ବିଶୃଙ୍ଖଳା କରିଥଲେ , ସବୁ ପ୍ରମାଣ ସହ ମୁଁ ବିଜେଡ଼ିର ନେତୃତ୍ୱକୁ ଜନେଇଛି। ମୋ ସ୍ତ୍ରୀ ହାରିବା ପରେ ବିଜେପି ବିଧାୟକ ଲୋକଙ୍କ ସହ ଜ୍ୟୋତି ପାଣିଗ୍ରାହୀ ସେଲିବ୍ରେଶନ କରୁଥିଲେ। ମୁଁ ଲୋକଙ୍କ ପାଇଁ କାମ କରୁଛି ଆଗକୁ ମଧ୍ୟ କରିବି। ମୁଁ ଶଙ୍ଖ ଭବନ ଅଧିକ ଯାଏନାହିଁ, କିମ୍ବା ବିଜେଡ଼ି ନେତାକୁ ତେଲ ମାରେ ନାହିଁ। କିଛି କୁଚକ୍ରୀ ଅଛନ୍ତି।


Spread the love

Leave A Reply

Your email address will not be published.