ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ଘଟଣା:କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କ୍ୟାପିଟାଲ ହସ୍ପିଟାଲ ଛକରେ କିନ୍ନର ସମାଜର ରାସ୍ତା ରୋକ

Spread the love

ଭୁବନେଶ୍ୱର,୦୨/୦୨ :ଟ୍ରାନ୍ସଜେଣ୍ଡର ଅଞ୍ଜଳିଙ୍କ ନିର୍ମମ ହତ୍ୟାକୁ କେନ୍ଦ୍ର କରି ରାଜଧାନୀରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲ ଛକରେ କିନ୍ନର ସମାଜର ସଦସ୍ୟମାନେ ରାସ୍ତା ରୋକ କରି ଭାରି ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀମାନେ ଘଟଣାର ନିର୍ପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ, ଏବଂ ମୃତକ ଅଞ୍ଜଳିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ସିଫା ନିକଟରେ ଅଞ୍ଜଳିଙ୍କୁ ଝୁରି-ଭୁସି (ଧାରାଳା ଅସ୍ତ୍ର) ଦ୍ୱାରା ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଜଡିତ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଫେରାର ଥିବାରୁ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି।
ରାସ୍ତା ରୋକ କାରଣରୁ କ୍ୟାପିଟାଲ ହସ୍ପିଟାଲ ଛକ ଓ ଆଖପାଖ ଅଞ୍ଚଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ପିପିଲି ଥାନା ପୋଲିସ ପକ୍ଷରୁ ଏକ ବିଶେଷ ଟିମ୍ ଗଠନ କରାଯାଇଛି। ସିସିଟିଭି ଫୁଟେଜ୍, ମୋବାଇଲ୍ କଲ୍ ଡିଟେଲ୍ସ ଓ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାକୁ ଜୋରଦାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି।

କିନ୍ନର ସମାଜ ପକ୍ଷରୁ କୁହାଯାଇଛି ଯେ, ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର ଶାସ୍ତି ଦିଆନଗଲେ ଆଗାମୀ ଦିନରେ ପ୍ରତିବାଦ ଆହୁରି ତୀବ୍ର ହେବ।


Spread the love

Leave A Reply

Your email address will not be published.