ଅନ୍ନପୂର୍ଣ୍ଣା ଗ୍ରୁପ ପକ୍ଷରୁ ଅନ୍ନପୂର୍ଣ୍ଣା ଗାଈ ଘିଅର ଔପଚାରିକ ଶୁଭାରମ୍ଭ

Spread the love

ଭୁବନେଶ୍ୱର :ସାତ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ଉପରେ ନିର୍ମିତ ଉତରପୂର୍ବାଂଚଳର ପ୍ରତିଷ୍ଠିତ ଘରୋଇ ଏଫଏମସିଜି କମ୍ପାନୀ, ଅନ୍ନପୂର୍ଣ୍ଣା ଗ୍ରୁପ ଉତରପ୍ରଦେଶ, ଦିଲ୍ଲୀ-ଏନସିଆର, ବିହାର, ଝାଡ଼ଖଣ୍ଡ ଓ ଓଡିଶା ସମେତ ଉତର ଓ ପୂର୍ବ ଭାରତୀୟ ବଜାରଗୁଡିକରେ ଏହାର ଫ୍ଲାଗସିପ ପ୍ରଡକ୍ଟ ଅନ୍ନପୂର୍ଣ୍ଣା ଗାଈ ଘିଅର ଶୁଭାରମ୍ଭ କରିଛି । ଏହି ରଣନୈତିକ ପଦକ୍ଷେପ ଅନ୍ନପୂର୍ଣ୍ଣା ଗ୍ରୁପର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ କରିଛି କାରଣ ଏହା ଉଚ୍ଚ-ସମ୍ଭାବନାପୂର୍ଣ୍ଣ ଉପଯୋଗ ବଜାର ଭାବେ ଉଭା ହେଉଥିବା ଅଂଚଳଗୁଡିକରେ ନିଜର ଉପସ୍ଥିତି ସୁଦୃଢ କରୁଛି । ଅନ୍ନପୂର୍ଣ୍ଣା ଗାଈ ଘିଅକୁ ଏହାର ସମୃଦ୍ଧ ସୁଗନ୍ଧ, ପ୍ରକୃତ ସ୍ୱାଦ ଓ ପ୍ରାକୃତିକ ଉତମତାକୁ ସଂରକ୍ଷିତ ରଖିବା ପାଇଁ ଆଧୁନିକ ଟେକ୍ନୋଲୋଜି ସହ ପାରମ୍ପରିକ ପଦ୍ଧତିଗୁଡିକୁ ଏକତ୍ରିତ କରି ଯତ୍ନର ସହିତ ପ୍ରସ୍ତୁତ କରାଯାଉଛି । ପୂର୍ବାଂଚଳ ଭାରତରେ ଏକ ସୁପରିଚିତ ନାମରେ ପରିଣତ ହୋଇଥିବା ଏହି ଘିଅ ଶୁଦ୍ଧତା ଓ ଗୁଣବତା ପ୍ରଦାନ କରିବା ପାଇଁ ବ୍ରାଣ୍ଡର ପ୍ରତିବଦ୍ଧତାର ପ୍ରତିନିଧିତ୍ୱ କରୁଛି । ଏହି ସମ୍ପ୍ରସାରଣ ସହିତ ଅନ୍ନପୂର୍ଣ୍ଣା ନିଜର ଦୈନନ୍ଦିନ ରୋଷେଇ ଓ ପାର୍ବଣ ପରମ୍ପରାର ଅଂଶ ଭାବେ ପ୍ରାମାଣିକ ଓ ଅପମିଶ୍ରିତ ହୋଇନଥିବା ଘିଅ ଖୋଜୁଥିବା ଅଧିକରୁ ଅଧିକ ପରିବାର ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛି ।
ଏହି ଶୁଭାରମ୍ଭ ସମ୍ପର୍କରେ ଅନ୍ନପୂର୍ଣ୍ଣା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସୁବୀର ଘୋଷ କହିଛନ୍ତି,“ଶୁଦ୍ଧତା ସବୁବେଳେ ଅନ୍ନପୂର୍ଣ୍ଣାର ମୂଳଦୁଆ ରହିଆସିଛି । ଅନ୍ନପୂର୍ଣ୍ଣା ଗାଈ ଘିଅ ଭାରତୀୟ ଘରଗୁଡିକ ପାଇଁ ପ୍ରାମାଣିକ ଓ ସାମଗ୍ରିକ ଖାଦ୍ୟ ଆଣିବା ପାଇଁ ଆମର ଦର୍ଶନର ଏକ ପ୍ରତିଫଳନ ଅଟେ । ଏଭଳି ଆଂଚଳିକ ବଜାରଗୁଡିକରେ ଆମର ପ୍ରବେଶ, ଉଚ୍ଚ-ଅଭିବୃଦ୍ଧିଶୀଳ ବଜାରଗୁଡିକରେ ଆମର ଉପସ୍ଥିତିକୁ ସୁଦୃଢ କରିବା ପାଇଁ ଏକ କେନ୍ଦ୍ରିତ ରଣନୀତିର ଅଂଶ ଅଟେ । ଆମେ ନିଶ୍ଚିତ ଯେ, ଏହି ରାଜ୍ୟଗୁଡିକର ଉପଭୋକ୍ତାମାନେ ଏହାର ଗୁଣବତା, ସ୍ୱାଦ ଓ ବିଶ୍ୱାସ ମୂଲ୍ୟବୋଧ ପାଇଁ ଅନ୍ନପୂର୍ଣ୍ଣା ଗାଈ ଘିଅକୁ ଗ୍ରହଣ କରିବେ ।”
୧୯୫୨ ମସିହାରୁ ଅନ୍ନପୂର୍ଣ୍ଣା ଗ୍ରୁପ ଶୁଦ୍ଧତା, ବିଶ୍ୱାସ ଓ ଗୁଣବତାର ସମାର୍ଥକ ରହିଆସିଛି । ବିଗତ ବର୍ଷଗୁଡିକରେ ଏହା ଖାଦ୍ୟ, ଦୁଗ୍ଧ, ମୃଦୁ ପାନୀୟ ଓ ଖାଇବା ତେଲ ସମେତ ଏକ ବିବିଧ ପୋର୍ଟଫୋଲିଓ ସହ ଲକ୍ଷ ଲକ୍ଷ ପରିବାରକୁ ସେବା ପ୍ରଦାନ କରିଛି । ଏହି ଗ୍ରୁପ ବର୍ତମାନ ଉତର ଓ ପୂର୍ବ ଭାରତରେ ନୂଆ ଉପଭୋକ୍ତାଙ୍କ ପାଇଁ ଏହାର ସିଗ୍ନେଚର ଅନ୍ନପୂର୍ଣ୍ଣା ଗାଈ ଘିଅ ଆଣିଛି, ଯାହା ପ୍ରତ୍ୟେକ ପରିବାର ପାଇଁ ଶୁଦ୍ଧ ଓ ପୋଷଣଯୁକ୍ତ ଉତ୍ପାଦଗୁଡିକୁ ଉପଲବ୍ଧ କରାଇବାର ଏହାର ଦୃଷ୍ଟିକୋଣକୁ ମଜବୁତ କରିଛି ।
କମ୍ପାନୀ ବ୍ୟାପକ ବଜାର ଉପଲବ୍ଧତା ଓ ଦ୍ରୁତ ଉପଭୋକ୍ତା ପହଂଚ ସୁନିଶ୍ଚିତ କରିବା ପାଇଁ ଜେନେରାଲ ଟ୍ରେଡ, ମଡର୍ଣ୍ଣ ଟ୍ରେଡ ସମେତ ଏକାଧିକ ବଜାର ଏବଂ କ୍ୱିକ୍‌-କମର୍ସ ଭଳି ନୂତନ ଯୁଗର ମାଧ୍ୟମଗୁଡିକରେ ନିଜର ବିତରଣ ନେଟ୍‌ୱର୍କକୁ ଶକ୍ତିଶାଳୀ କରିଛି । ଏହି ଲଂଚ ଅନ୍ନପୂର୍ଣ୍ଣାର ଆଇକୋନିକ କାଓ (ଗାଈ) ମାସ୍କଟ ଦ୍ୱାରା ପରିଚାଳିତ ଏକ ମାର୍କେଟିଂ କ୍ୟାମ୍ପେନ ଦ୍ୱାରା ସମର୍ôଥତ ଅଟେ । ଅନ୍ନପୂର୍ଣ୍ଣା ବିଶ୍ୱାସ କରେ ଯେ, ଗାଈମାନଙ୍କୁ ଉତମ ଖାଦ୍ୟ, ଉତମ ପୋଷଣ ଦିଆଗଲେ ଓ ସେମାନଙ୍କର ଦାୟିତ୍ୱପୂର୍ଣ୍ଣ ଭାବେ ଯତ୍ନ ନିଆଗଲେ, ଶୁଦ୍ଧ ଓ ଉଚ୍ଚମାନର ଘିଅ ମିଳିପାରିବ । ଏହି ବିଶ୍ୱାସକୁ ବ୍ରାଣ୍ଡର ବିଚାରଧାରା ‘ସୁପର କାଓ ସେ ବନା ସୁପର ଘି’ରେ କ୍ୟାପ୍‌ଚର କରାଯାଇଛି । ପ୍ରମୁଖ ଆଂଚଳିକ ବଜାରଗୁଡିକରେ ଏହି ଲଂଚ ସହିତ ବାଣିଜ୍ୟ ସକ୍ରିୟକରଣ ଓ ଉପଭୋକ୍ତା ସମ୍ପର୍କ କାର୍ଯ୍ୟକ୍ରମଗୁଡିକୁ ଆରମ୍ଭ କରାଯିବ ।


Spread the love

Leave A Reply

Your email address will not be published.