ଭୁବନେଶ୍ୱର, : ଆଇଟିଇଏସ କ୍ଷେତ୍ରରେ ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ କମ୍ପାନୀ ତତ୍ୱ ଟେକ୍ନୋଲୋଜିସ୍ ଏହାର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଏଆଇ-ପରିଚାଳିତ ‘ଓମ୍ନିଏଜେଂଟ’ ଲଂଚ କରିବା ସହିତ ଆନ୍ତର୍ଜାତୀୟ ସମ୍ପ୍ରସାରଣ ଯୋଜନାର ସଙ୍କେତ ଦେଇଛି। ଏହି ଅବସରକୁ ବୁଧବାର, ଫେବୃଆରୀ ୪ ତାରିଖ, ୨୦୨୬ରେ ଭୁବନେଶ୍ୱରସ୍ଥିତ କମ୍ପାନୀର ଇନ୍ଫୋସିଟି କ୍ୟାମ୍ପସରେ ବିଶାଳ ସମାରୋହରେ ଉତ୍ସାହର ସହ ପାଳନ କରାଯାଇଛି। ତତ୍ୱ ଗତ ଦୁଇ ଦଶନ୍ଧି ମଧ୍ୟରେ ଆଇଟିଇଏସ କ୍ଷେତ୍ରରେ ଏକ ମଜବୁତ ଓ ବିଶ୍ୱସନୀୟ ଉପସ୍ଥିତି ସ୍ଥାପନ କରିଛି ଏବଂ ବର୍ତମାନ ଏଆଇ ଯୁଗରେ ପ୍ରବେଶ ସହିତ ଏକ ନୂତନ ସାହସିକ ଅଧ୍ୟାୟର ଆରମ୍ଭ କରୁଛି।
ଏହି ଅବସରରେ ତତ୍ୱ ଟେକ୍ନୋଲୋଜିସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅୟଶକାନ୍ତ ମହାନ୍ତି କହିଛନ୍ତି, “ଗତବର୍ଷ ଓମ୍ନିଏଜେଂଟର ସଫଳ ବିଟା ଲଂଚ ପରେ ଆମେ ଏହା ପ୍ରତି ବୃହତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଏବଂ ସରକାରମାନଙ୍କ ଯଥେଷ୍ଟ ଧ୍ୟାନ ଆକର୍ଷଣ ପରିଲକ୍ଷିତ କରିଥିଲୁ। ଘରୋଇ ବଜାରରେ ଏହି ଅନୁକୂଳ, ଏଜେଂଟିକ ଏଆଇ ସମାଧାନର ମଜବୁତ ଗ୍ରହଣୀୟତା ଭବିଷ୍ୟତ ପାଇଁ ଏକ ବଡ ଲମ୍ଫ ଦେବା ଲାଗି ଆମର ଆତ୍ମବିଶ୍ୱାସକୁ ସୁଦୃଢ କରିଥିଲା। ତତ୍ୱ ବର୍ତମାନ ଆନ୍ତର୍ଜାତୀୟ ବଜାରରେ ସମ୍ପ୍ରସାରଣ ପାଇଁ ପ୍ରୟାସ କରୁଛି। ଆମେ ଆନ୍ତର୍ଜାତୀୟ ସ୍ତରରେ ଆମର ଏଆଇ ଉତ୍ପାଦଗୁଡିକର ବିସ୍ତାର କରିବା ପାଇଁ ପ୍ରସ୍ତୁତ ରହିଛୁ, ଓଡିଶାରୁ ଏକ ଗ୍ଲୋବାଲ କମ୍ପାନୀ ଗଠନ କରିବାର ଆମର ମହତ୍ୱାକାଂକ୍ଷାର ନିକଟତର ହେଉଛୁ।”


ସେହିପରି ତତ୍ୱ ଟେକ୍ନୋଲୋଜିସ ଲିମିଟେଡର ସିଇଓ ଓ ସହପ୍ରତିଷ୍ଠାତା ତପେନ୍ଦ୍ର ସେନାପତି ଏହି କାର୍ଯ୍ୟକ୍ରମ ସମୟରେ ଓମ୍ନିଏଜେଂଟର ପ୍ରଦର୍ଶନ କରିଥିଲେ। ସେ ଉଲ୍ଲେଖ କରିଥିଲେ, “ଓମ୍ନିଏଜେଂଟକୁ ଗ୍ରାହକ ଓ ନାଗରିକଙ୍କ ସମ୍ପୃକ୍ତିକୁ ପରିବର୍ତନ କରିବା ଉଦ୍ଦେଶ୍ୟ ସହିତ ଓମ୍ନିଏଜେଂଟକୁ ସମାନୁଭୂତି ଆଧାରରେ ଡିଜାଇନ କରାଯାଇଛି। ଦୁଇ ଦଶନ୍ଧିରୁ ଅଧିକ ସମୟର ଆମର ଅନୁଭୂତି ଆମକୁ ମାନବ ଆଚରଣକୁ ଗଭୀର ଭାବେ ବୁଝିବାରେ ସାହାଯ୍ୟ କରିଥିଲା, ଯାହାଫଳରେ ତତ୍ୱର ଭର୍ଚୁଆଲ ଏଆଇ ଏଜେଂଟଗୁଡିକୁ ସେମାନଙ୍କର ଯୋଗାଯୋଗକୁ ମାନବିକ ଓ ଦାୟିତ୍ୱପୂର୍ଣ୍ଣ କରିବା ପାଇଁ ସମୃଦ୍ଧ ପ୍ରାସଙ୍ଗିକ ଓ ଭାବନାତ୍ମକ ବୁଦ୍ଧିମତା ସହ ସଶକ୍ତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ୪୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଲାଇଭ ଷ୍ଟ୍ରିମିଂ ଓ ଭୌତିକ ରୂପେ ଯୋଗ ଦେଇଥିଲେ ଯେଉଁଥିରେ ତତ୍ୱର କର୍ମଚାରୀ ଓ ଶୁଭେଚ୍ଛୁମାନେ ସାମିଲ ଥିଲେ, ଏହା ସଂସ୍ଥାର ବିଶ୍ୱବ୍ୟାପୀ ବ୍ୟାପକ ପହଂଚ ଓ ମଜବୁତ ହିତାଧିକାରୀ ସଂଯୋଗକୁ ପ୍ରତିଫଳନ କରିଥିଲା।
ପ୍ରତିଷ୍ଠା ଦିବସ ଉତ୍ସବ ସୁଫି ସଙ୍ଗୀତ ପ୍ରଦର୍ଶନୀ ସହ ଏକ ଉତ୍ସାହପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶେଷ ହୋଇଥିଲା ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଏହି ସନ୍ଧ୍ୟାରେ ଏକ ଆତ୍ମିକ ଦିଗ ଯୋଡିଥିଲା। ତତ୍ୱ ଟେକ୍ନୋଲୋଜିସ ଏହାର ୨୫ତମ ବର୍ଷରେ ପଦାର୍ପଣ କରିଥିବାରୁ ଏହି ସଂସ୍ଥା ଉଦ୍ଭାବନ, ଗ୍ରାହକ-କେନ୍ଦ୍ରିକତା ଓ ସ୍ଥାୟୀ ଅଭିବୃଦ୍ଧି ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି ଏବଂ ନିଜକୁ ଆନ୍ତର୍ଜାତୀୟ ଦୃଷ୍ଟିକୋଣ ସହିତ ଓଡିଶାରୁ ଏକ ଭବିଷ୍ୟତ-ପ୍ରସ୍ତୁତ ଉଦ୍ୟୋଗ ଭାବେ ସ୍ଥାନିତ କରୁଛି।