ସାମ୍‌ସଙ୍ଗ ପକ୍ଷରୁ ନୂଆ ଗ୍ୟାଲାକ୍ସି ଏ୫୪ ୫ଜିର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ସାମ୍‌ସଙ୍ଗ ଗ୍ୟାଲାକ୍ସି ଏ୫୪ ୫ଜିର ନୂଆ ଅସମ୍ ହ୍ୱାଇଟ୍ ୮/୨୫୬ ଜିବି ଭାରିଆଂଟ୍‌ର ସେଲ୍ ଭାରତରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଯାଇଛି । ଗ୍ୟାଲାକ୍ସି ଏ୫୪ ୫ଜି ବର୍ତମାନ ଅସମ୍ ଲାଇମ୍‌, ଅସମ ଗ୍ରାଫାଇଟ୍ ଓ ଅସମ ଭାୟୋଲେଟ୍ କଲର୍ ଭାରିଆଂଟ୍‌ରେ ଉପଲବ୍ଧ ହେଉଛି । ସାମ୍‌ସଙ୍ଗ ପକ୍ଷରୁ ନିକଟରେ ଗ୍ୟାଲାକ୍ସି ଏ୫୪ ଓ ଗ୍ୟାଲାକ୍ସି ଏ୩୪ ୫ଜି ଉପରେ ନୂଆ ଉତ୍ସାହଜନକ ଅଫର୍ ଘୋଷଣା କରାଯାଇଛି ।

ଗ୍ରାହକମାନେ ଏବେ ୩୦,୯୯୯ ଟଙ୍କାରେ ଶୁଭାରମ୍ଭ ହୋଇଥିବା ଗ୍ୟାଲାକ୍ସି ଏ୩୪ ୫ଜିକୁ ୨୬୯୯୯ ଟଙ୍କାର ପ୍ରଭାବୀ ମୂଲ୍ୟରେ କ୍ରୟ କରିପାରିବେ । ଏହି ସଂଶୋଧିତ ମୂଲ୍ୟରେ ୨୦୦୦ ଟଙ୍କାର ଇନ୍‌ଷ୍ଟାଂଟ୍ ରିହାତି ଏବଂ ଆଇସିଆଇସିଆଇ ବ୍ୟାଙ୍କ ଓ ଏସ୍‌ବିଆଇ କ୍ରେଡିଟ୍ କାର୍ଡ ଉପରେ ପ୍ରଯୁଜ୍ୟ ୨୦୦୦ ଟଙ୍କାର ଅତିରିକ୍ତ ବ୍ୟାଙ୍କ କ୍ୟାଶବ୍ୟାକ୍ ସାମିଲ ରହିଛି । ୪୦,୯୯୯ ଟଙ୍କାରେ ଶୁଭାରମ୍ଭ ହୋଇଥିବା ଗ୍ୟାଲାକ୍ସି ଏ୫୪ ୮/୨୫୬ଜିବି ଭାରିଆଂଟ୍‌କୁ କ୍ରୟ କରିବାକୁ ଚାହୁଁଥିବା ଗ୍ରାହକମାନେ ଏବେ ଏହାକୁ କେବଳ ୩୬୯୯୯ ଟଙ୍କାରେ କିଣିପାରିବେ । ଏହାବ୍ୟତୀତ ଗ୍ରାହକମାନେ ଜିରୋ ଡାଉନ୍ ପେମେଂଟ୍ ସହିତ ସୁବିଧାଜନକ ୧୨ ମାସର ନୋ-କଷ୍ଟ ଇଏମ୍‌ଆଇର ଲାଭ ପାଇପାରିବେ ।

ଏହାଛଡା ସାମ୍‌ସଙ୍ଗ ପକ୍ଷରୁ ସେପ୍ଟେମ୍ବର ୭ ତାରିଖ ଦିନ ୧୨ଟାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟରାତ୍ରି ମଧ୍ୟରେ ଗ୍ୟାଲାକ୍ସି ଏ୫୪ ୫ଜି ଓ ଗ୍ୟାଲାକ୍ସି ଏ୩୪ ୫ଜି ପାଇଁ ଏକ ଲାଇଭ୍ କମର୍ସ ଇଭେଂଟ୍‌ର ଆୟୋଜନ କରାଯିବ । ସାମ୍‌ସଙ୍ଗ ଡଟ୍ କମ୍‌ରେ ଲାଇଭ୍ କମର୍ସ ଇଭେଂଟ୍ ସମୟରେ ଏହି ଡିଭାଇସ୍‌ଗୁଡିକୁ କ୍ରୟ କରୁଥିବା ଗ୍ରାହକମାନେ ୧୨୯୯ ଟଙ୍କା ମୂଲ୍ୟର ଏକ ୨୫ୱାଟ୍‌ର ଟ୍ରାଭେଲ ଆଡାପ୍ଟର ମାଗଣାରେ ପାଇବାକୁ ଯୋଗ୍ୟ ହେବେ । ଗ୍ୟାଲାକ୍ସି ଏ୫୪ ୫ଜି ଓ ଗ୍ୟାଲାକ୍ସି ଏ୩୪ ୫ଜିରେ ପ୍ରିମିୟମ ଲୁକ୍ ଓ ଫିଲ୍ ରହିଛି ଏବଂ ଏହାକୁ ଦୀର୍ଘସ୍ଥାୟୀ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀ ଲାଇଫ୍ ସହିତ ସ୍ଥାୟିତ୍ୱ ପାଇଁ ଡିଜାଇନ୍ କରାଯାଇଛି ।

ଏହି ସ୍ମାର୍ଟଫୋନ୍‌ଗୁଡିକରେ ସାମ୍‌ସଙ୍ଗ ୱାଲେଟ୍ ଓ ଭଏସ୍ ଫୋକସ୍ ଭଳି ଏକ୍ସପେରିଏନ୍ସିଆଲ ଫିଚର ସମେତ ଡୁଆଲ ଡଲ୍‌ବି ଇଞ୍ଜିନିୟର୍‌ଡ ଷ୍ଟେରିଓ ସ୍ପିକର୍ ଭଳି ଚମତ୍କାର ମନୋରଞ୍ଜନ ଫିଚର ରହିଛି । ଗ୍ୟାଲାକ୍ସି ଏ୫୪ ୫ଜିରେ ୧୨ଏମ୍‌ପି ଅଲ୍‌ଟ୍ରା-ୱାଇଡ୍ ଲେନ୍ସ ସହିତ ଏକ ୫୦ଏମ୍‌ପି ଓଆଇଏସ୍ ପ୍ରାଇମେରୀ ଲେନ୍ସ ରହିଥିବା ବେଳେ ଗ୍ୟାଲାକ୍ସି ଏ୩୪ ୫ଜି ୪୮ଏମ୍‌ପି ଓଆଇଏସ୍ ପ୍ରାଇମେରୀ ଲେନ୍ସ ଓ ଏକ ୮ଏମ୍‌ପି ଅଲ୍‌ଟ୍ରା-ୱାଇଡ୍ ଲେନ୍ସ ସହ ଆସୁଛି । ଉଭୟ ମଡେଲ୍‌ଗୁଡିକ ଏକ ୫ଏମ୍‌ପି ମାକ୍ରୋ ଲେନ୍ସ ସହ ସୁସଜ୍ଜିତ ରହିଛି । ସାମ୍‌ସଙ୍ଗର ଫ୍ଲାଗ୍‌ସିପ୍ ସିରିଜ୍‌ର ବହୁ-ପ୍ରଶଂସିତ ‘ନାଇଟୋଗ୍ରାଫି’ ଫିଚରକୁ ଗ୍ୟାଲାକ୍ସି ଏ୫୪ ୫ଜି ଓ ଗ୍ୟାଲାକ୍ସି ଏ୩୪ ୫ଜିରେ ଏହାର ଶୁଭାରମ୍ଭ ସହିତ ଅଧିକ ପହଂଚଯୋଗ୍ୟ କରାଯାଇଛି ।

ଉଭୟ ଡିଭାଇସ୍‌ର ଉଜ୍ଜ୍ୱଳ ଡିସ୍‌ପ୍ଲେରେ ସୁପର୍ ଆମୋଲେଡ୍ ଟେକ୍ନୋଲୋଜି ଓ ୧୦୦୦ ନିଟ୍‌ସ ବ୍ରାଇଟ୍‌ନେସ୍ ସହିତ ବାସ୍ତବରେ ଜୀବନ୍ତ ଭଳି ରଙ୍ଗ ରହିଛି । ଉଭୟ ଡିଭାଇସ୍‌ରେ ଥିବା ୧୨୦ଏଚ୍‌ଜେଡ୍ ରିଫ୍ରେଶ୍ ରେଟ୍ ଦ୍ରୁତ ବେଗରେ ମଧ୍ୟରେ ଅତୁଳନୀୟ ଭାବେ ସୁଗମ ସିନ୍‌-ଟୁ-ସିନ୍ ଟ୍ରାଞ୍ଜିସନ ପାଇଁ ଅନୁମତି ଦେଇଥାଏ ।

ଗ୍ୟାଲାକ୍ସି ଏ୫୪ ଓ ଗ୍ୟାଲାକ୍ସି ଏ୩୪ ସାମ୍‌ସଙ୍ଗର ଡିଫେନ୍ସ-ଗ୍ରେଡ୍ ସିକ୍ୟୁରିଟି ପ୍ଲାଟ୍‌ଫର୍ମ ନକ୍ସ ସହ ସୁରକ୍ଷିତ ରହିଛି ଯାହା ଆପଣଙ୍କର ବ୍ୟକ୍ତିଗତ ଡାଟାକୁ ବାସ୍ତବ ସମୟରେ ସୁରକ୍ଷିତ ରଖିଥାଏ । ଗ୍ୟାଲାକ୍ସି ଏ୫୪ ଓ ଗ୍ୟାଲାକ୍ସି ଏ୩୪ ୫ଜି ୪ଟି ଓଏସ୍ ଅପ୍‌ଡେଟ୍ ଓ ୫ ବର୍ଷର ସୁରକ୍ଷା ଅପ୍‌ଡେଟ୍ ପ୍ରଦାନ କରୁଛି, ଯାହା ସୁନିଶ୍ଚିତ କରୁଛି ଯେ, ଡିଭାଇସ୍‌ଗୁଡିକ ଅପ୍‌-ଟୁ-ଡେଟ୍ ରହିବ, ଅନେକ ବର୍ଷ ପର୍ଯ୍ୟନ୍ତ ଶୀର୍ଷ ସ୍ତରର ପ୍ରଦର୍ଶନ ପ୍ରଦାନ କରିବ , ଯାହା ଏହାକୁ ଉପଭୋକ୍ତାଙ୍କ ପାଇଁ ପ୍ରଥମ ପସନ୍ଦରେ ପରିଣତ କରୁଛି ।


Spread the love

Leave A Reply

Your email address will not be published.