ମାଲକାନଗିରି,୦୬/୦୨:ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ।ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡରର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ନିହତ ହୋଇଛନ୍ତି।
ଘଟଣାସ୍ଥଳରୁ ପୋଲିସ ଏକ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି। ମୃତ ମାଓବାଦୀ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା।
ଏହି ସଫଳ ଅପରେସନ DRG ଏବଂ CRPF କୋବ୍ରା ଜବାନଙ୍କର ସହଯୋଗରେ କାର୍ଯ୍ୟାନ୍ବିତ ହୋଇଥିଲା।ପୋଲିସ ଏହାକୁ ମାଓବାଦୀ ସଂଗଠନରେ ଏକ ବଡ଼ ସଫଳତା ବୋଲି ମୂଲ୍ୟାୟନ କରୁଛନ୍ତି।