ଆଜି ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ,୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟର ଫାଇନାଲ ମ୍ୟାଚ୍ 

Spread the love

ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ।୧୯ ବର୍ଷରୁ କମ ବିଶ୍ବକପ୍ କ୍ରିକେଟର ଆଜି ଫାଇନାଲ ମ୍ୟାଚ୍  । ହରାରେରେ ଦିନ ଗୋଟାଏରେ ଖେଳାଯିବ ମ୍ୟାଚ୍ । ସ୍ପଷ୍ଟ ହେବ କିଏ ହେବ ଭାରତ ବିଶ୍ବଚାମ୍ପିଅନ୍ ।ଭାରତ ଲଗାତାର ୭ମ ଥର ଫାଇନାଲରେ ପହଞ୍ଚିଛି, ଏବଂ ଏହା ପ୍ରମାଣ ଯେ ଭାରତର ୟୁବା ଟିମ୍ ସର୍ବଦା ଶ୍ରେଷ୍ଠତାରେ ରହିଛି। ସୂଚନାଯୋଗ୍ୟ, ଭାରତ ପୂର୍ବରୁ ସର୍ବାଧିକ ୫ଥର ବିଶ୍ୱକପ୍ ଟ୍ରଫି ଜିତିଛି। ଇଂଲଣ୍ଡ ମଧ୍ୟ ଥରେ ବିଶ୍ବକପରେ ଚାମ୍ପିଅନ୍ ହୋଇଛି ।

ଏହି ଟୁର୍ଣ୍ଣାମେଣ୍ଟରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଭାରତ ୭ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା ।  ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ସେମିରେ ଇଂଲଣ୍ଡ ୨୭ ରନରେ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ।


Spread the love

Leave A Reply

Your email address will not be published.