ସାରା ରାଜ୍ୟରେ ଗୋଦାନ ଚଳଚ୍ଚିତ୍ର କୁ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର ୦୬/୦୨: ଫିଲ୍ମ ଦେଖିଲେ ।ଟିକସ ମୁକ୍ତ କଲେ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିବା ସହ ଏହି ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ବୋଲି ଘୋଷଣା କରିଛନ୍ତି।ଖାଲି ସେତିକି ନୁହେଁ  ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଖୁବ ଶୀଘ୍ର ଗୋ-ଅନୁସନ୍ଧାନ କେନ୍ଦ୍ର ସ୍ଥାପନା କରାଯିବ।

ଚଳଚ୍ଚିତ୍ର ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର, ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି।ମୁଖ୍ୟମନ୍ତ୍ରୀ, ଚଳଚ୍ଚିତ୍ରର ବିଷୟବସ୍ତୁ ଏବଂ ସାମାଜିକ ମୂଲ୍ୟବୋଧ, ସାଂସ୍କୃତିକ ପରମ୍ପରା ଏବଂ ପାରିବାରିକ ନୀତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଗୋଦାନ ଭଳି ପ୍ରାସଙ୍ଗିକ ସିନେମା ସାମାଜିକ ସଚେତନତା ସୃଷ୍ଟି ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ସେ ଯୁବ ପୀଢ଼ିକୁ ଆହ୍ୱାନ ଦେଇ ଏହି ଚଳଚ୍ଚିତ୍ରକୁ ସପରିବାରେ ଦେଖିବାକୁ କହିଥିଲେ ଏବଂ ସମାଜରେ ସାଂସ୍କୃତିକ ଭାବନାକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଥିଲେ।


Spread the love

Leave A Reply

Your email address will not be published.