ସହରିଆଙ୍କ ଦୁଃଖ ଶୁଣିବେ ମୋହନ ସରକାର

Spread the love

ଭୁବନେଶ୍ୱର ୦୬/୦୨: ରାଜଧାନୀରେ ଘରଭଡ଼ା ଟେନ୍‌ସନ୍‌ ହେଲା ଦୂର । ଏଣିକି ସହରିଆଙ୍କୁ ସରକାର ଦେବେ ଘରଭଡ଼ା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଅବ୍ୟବହୃତ ଘର ଗୁଡ଼ିକୁ ଭଡ଼ା ସୂତ୍ରରେ ଦିଆଯିବ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ମାଧ୍ୟମରେ ସୁଲଭ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର ।

ସହର ଅଞ୍ଚଳରେ ଖାଲି ପଡ଼ିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘର ଓ ଭବନକୁ ଭଡ଼ାଘର ଭାବେ ପରିବର୍ତ୍ତନ କରାଯିବ । ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗକୁ ଏହି ଖାଲି ଭବନର ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରକୁ କାମ ପାଇଁ ଆସୁଥିବା ଶ୍ରମିକ, କର୍ମଜୀବୀ ମହିଳା ଓ ଗରିବ ପରିବାର ଲୋକ ଲାଭବାନ ହେବେ । ସ୍ଥାନୀୟ ପ୍ରଶାସନ ଭଡ଼ା ନିର୍ଦ୍ଧାରଣ କରିବ । ପ୍ରତି ୨ ବର୍ଷରେ ୮ ପ୍ରତିଶତ ବୃଦ୍ଧି ହେବ, ୫ ବର୍ଷରେ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ। ଏହି ପଦକ୍ଷେପ ସହର ଗରିବଙ୍କ ପାଇଁ ସୁରକ୍ଷିତ ଓ ସସ୍ତା ଆବାସ ସୁବିଧା ଦେବାରେ ମାଇଲସ୍ଟୋନ୍ ହେବ ବୋଲି ସରକାର କହିଛନ୍ତି ।


Spread the love

Leave A Reply

Your email address will not be published.