ଡ୍ରାଇଭରଙ୍କ ଧର୍ମଘଟ, ୬ ଘଣ୍ଟା ଧରି ବନ୍ଦ ରହିବ ଓଲା, ଉବର, ରାପିଡୋ, ପୋର୍ଟର ସେବା

Spread the love

ନୂଆଦିଲ୍ଲୀ ,୦୭/୦୨:ଆଜି ସାରା ଭାରତରେ ଆପ୍-ଆଧାରିତ ରାଇଡ୍ ସେବା ସହିତ ଜଡିତ ଡ୍ରାଇଭରମାନେ ଧର୍ମଘଟରେ ଯୋଗଦେଇଛନ୍ତି। ଓଲା, ଉବର, ରାପିଡୋ, ପୋର୍ଟର ସହିତ ଅନ୍ୟାନ୍ୟ ଏଗ୍ରିଗେଟର ପ୍ଲାଟଫର୍ମର ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୬ ଘଣ୍ଟା ଧରି ଚାଲିବ ଏହି ଧର୍ମଘଟ

କାହିଁକି ଏ ଧର୍ମଘଟ?
ଏହି ଆନ୍ଦୋଳନର ମୂଳ କାରଣ ହେଉଛି,ସରକାରୀ ଭାବେ ସର୍ବନିମ୍ନ ଭଡ଼ା ନିର୍ଦ୍ଧାରଣର ଅଭାବ,ବାଣିଜ୍ୟିକ ଯାତ୍ରା ପାଇଁ ,ବ୍ୟକ୍ତିଗତ ଯାନବାହାନ ବ୍ୟବହାର,ଡ୍ରାଇଭରଙ୍କ ଆୟରେ ହ୍ରାସ ଓ ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଂଗଠନ ମିଳିତ ଭାବରେ ଏହି ଧର୍ମଘଟ ଡାକରା ଦେଇଛନ୍ତି।

ସଂଘ ପକ୍ଷରୁ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖି ଆପ୍-ଆଧାରିତ ଡ୍ରାଇଭରମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି। ଏପଟେ ସଂଘର ମୁଖ୍ୟ ଦାବି ଆପ୍-ଆଧାରିତ ଅଟୋ, କ୍ୟାବ୍ ଓ ବାଇକ୍ ଟ୍ୟାକ୍ସି ପାଇଁ ସରକାରୀ ସର୍ବନିମ୍ନ ଭଡ଼ା ନିର୍ଦ୍ଧାରଣ,ବାଣିଜ୍ୟିକ ଯାତ୍ରା ପାଇଁ ବ୍ୟକ୍ତିଗତ (ନନ୍-କମର୍ଶିଆଲ୍) ଯାନବାହାନ ବ୍ୟବହାର ଉପରେ ପ୍ରତିବନ୍ଧ ସଂଘର ମତାନୁସାରେ, ବ୍ୟକ୍ତିଗତ ଯାନର ଅପବ୍ୟବହାର ଲାଇସେନ୍ସପ୍ରାପ୍ତ ଡ୍ରାଇଭରମାନଙ୍କ ପାଇଁ ଅନ୍ୟାୟ ପ୍ରତିଯୋଗିତା ସୃଷ୍ଟି କରୁଛି ଓ ସେମାନଙ୍କ ଜୀବିକାକୁ ପ୍ରଭାବିତ କରୁଛି।


Spread the love

Leave A Reply

Your email address will not be published.