ସରକାରୀ କର୍ମଚାରୀଙ୍କ ବଢ଼ିଲା ଯାତ୍ରା ଭତ୍ତା

Spread the love

ଭୁବନେଶ୍ଵର,୦୭/୦୨:ସରକାରୀ କର୍ମଚାରୀଙ୍କ ବଢ଼ିଲା ଯାତ୍ରା ଭତ୍ତା । ସରକାରୀ ଅଧିକାରୀ/କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ବିଭିନ୍ନ ବର୍ଗର ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରିତ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଯାତ୍ରା ଭତ୍ତା (Travelling Allowance) ବୃଦ୍ଧି କରାଯାଇଛି। ଏଥିରେ ଉଭୟ କାର୍ ଏବଂ ତିନିଚକିଆ ଶ୍ରେଣୀର ଠିକା ଯାନବାହନଗୁଡ଼ିକ ପାଇଁ ଭଡ଼ା ଦର ନିର୍ଦ୍ଧାରିତ ହୋଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଛି। ବାଣିଜ୍ୟ ଏବଂ ପରିବହନ ବିଭାଗ ଫେବୃଆରୀ ୫, ୨୦୨୬ ରେ ୧୬୮୧/TRN-LC-MISC-0007-2017 ନମ୍ବର ବିଶିଷ୍ଟ ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲା। ଏହି ବିଜ୍ଞପ୍ତିରେ ଇ-ରିକ୍ସା, ଅଟୋ ରିକ୍ସା, ଷ୍ଟାଣ୍ଡାର୍ଡ କାର, ଲଗଜରୀ କାର ଏବଂ ପ୍ରିମିୟମ୍ ଲଗଜରୀ କାର ସମେତ ବିଭିନ୍ନ ବର୍ଗର ଯାନବାହାନ ପାଇଁ ଭଡ଼ା ଗଠନ ନିର୍ଦ୍ଦିଷ୍ଟ କରାଯାଇଥିଲା।

ଅଟୋ ରିକ୍ସା ପାଇଁ କିମି ପିଛା ୯ ଟଙ୍କାକୁ ବୃଦ୍ଧି ହୋଇଛି। ଇ-ରିକ୍ସା ପାଇଁ ସର୍ବନିମ୍ନ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ସାଧାରଣ କାର୍ ପାଇଁ କିମି ପିଛା ଭଡ଼ା ୧୪ ଟଙ୍କା ହୋଇଥିବା ବେଳେ ବୋଲେରୋ ପାଇଁ କିମି ପିଛା ୧୬ ଟଙ୍କା ଧାର୍ଯ୍ୟ ହୋଇଛି ଓ  ପ୍ରିମିୟମ ଗାଡ଼ି ପାଇଁ କିମି ପିଛା ଭଡ଼ା ୧୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଫେବ୍ରୁଆରୀ ୫ରୁ ରାଜ୍ୟରେ ବର୍ଦ୍ଧିତ ଭଡ଼ା ଲାଗୁ ହୋଇଛି  । ବିଭାଗ ସ୍ପଷ୍ଟ କରିଛି ଯେ ଏହି ଭଡ଼ା କେବଳ ସରକାରୀ ଅଧିକାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ପ୍ରଯୁଜ୍ୟ। ଏହି ଆଦେଶର ଲକ୍ଷ୍ୟ ପରିଶୋଧ ପ୍ରକ୍ରିୟାକୁ ସୁଗମ କରିବା ଏବଂ ପରିବହନ ଖର୍ଚ୍ଚ ଉପରେ ବିବାଦକୁ ଏଡାଇବା।

ଅଧିକାରୀମାନେ ଗୁରୁତ୍ୱାରୋପ କରିଛନ୍ତି ଯେ ସଂଶୋଧିତ ଭଡ଼ା ଗଠନ ବର୍ତ୍ତମାନର ବଜାର ପରିସ୍ଥିତିକୁ ପ୍ରତିଫଳିତ କରେ ଏବଂ ଯାତ୍ରା ଖର୍ଚ୍ଚ ପାଇଁ ନ୍ୟାୟସଙ୍ଗତ କ୍ଷତିପୂରଣ ସୁନିଶ୍ଚିତ କରେ। ବାଣିଜ୍ୟ ଏବଂ ପରିବହନ ବିଭାଗ ଆଲୋକପାତ କରିଛି ଯେ ନୂତନ ଦର ସରକାରୀ ଯାତ୍ରା ଦାବିରେ ସ୍ୱଚ୍ଛତା ବଜାୟ ରଖିବାରେ ସାହାଯ୍ୟ କରିବ। ପ୍ରଶାସନିକ ପ୍ରକ୍ରିୟାରେ ଦକ୍ଷତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ନୀତିଗୁଡ଼ିକୁ ଅପଡେଟ୍ କରିଚାଲିଛନ୍ତି। ନୂତନ ଭଡ଼ା ଆଦେଶ ଉତ୍ତରଦାୟିତ୍ୱ ଏବଂ ସଂରଚିତ ଶାସନ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରେ।


Spread the love

Leave A Reply

Your email address will not be published.