ବିଜାପୁରରେ ଟଳିଲେ ୩ ମାଓବାଦୀ ।

Spread the love

ମାଲକାନାଗିରି,୦୭/୦୨:ପୁଣି ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଗୁଳି ବିନିମୟ। ପୋଲିସ ଗୁଳିରେ ୩ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଅବୁଝାମାଡ଼ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ସୂଚନା ପାଇ CRPF ଯବାନ ଚଢାଉ କରିଥିଲେ ।

ମୃତ ୩ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ୨ ହାର୍କଡୋର ମାଓବାଦୀ ଅଛନ୍ତି । ସହିଦ ଯବାନ ଦୀପକ ଚିନ୍ନା ମାଡ଼ବି ।  ଅନ୍ୟ ଜଣେ ଆହତ ଯବାନ ଯୋଗାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।  ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।


Spread the love

Leave A Reply

Your email address will not be published.