ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ପୂରଣ କରିବେ ସବୁ ମନୋସ୍କାମନା

Spread the love

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୧୫ ଫେବୃଆରୀ ୨୦୨୬ ରବିବାର ଦିନ ପଡ଼ୁଛି ମହାଶିବରାତ୍ରି ।

ଶିବ ଭକ୍ତମାନେ ବର୍ଷ ସାରା ଶିବରାତ୍ରିକୁ ଅପେକ୍ଷା କରିଥାନ୍ତି । ଏ ଅବସରରେ ସେମାନେ ଶିବଙ୍କ ଅଭିଷେକ କରିବା ସହ ତାଙ୍କ ପ୍ରିୟ ଜିନିଷକୁ ଭୋଗ ଲଗାଇଥାନ୍ତି । ସେହିପରି କୁଆଁରୀ କନ୍ୟାମାନେ ଏହି ଦିନ ମନଲାଖି ବର ପାଇବା ପାଇଁ ଭଗବାନ ଶିବଙ୍କର ସ୍ୱତନ୍ତ୍ର ପୂଜା କରିଥାନ୍ତି । ଶିବରାତ୍ରି ବ୍ରତ କରିବା ବେଳେ କେତେକ ଜିନିଷ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିଥାଏ ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି କାମ

ବ୍ରତ ଦିନ ସକାଳୁ ଉଠି ସ୍ନାନାଦି କର୍ମ ସାରି ଘରେ କିମ୍ବା ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍‌ ।
ଓଁ ନମଃ ଶିବାୟ ଜପ କରି ଶିବଲିଙ୍ଗରେ ଜଳ କିମ୍ବା କ୍ଷୀରରେ ଅଭିଷେକ ନିଶ୍ଚୟ କରନ୍ତୁ ।
ମହାଶିବରାତ୍ରିରେ ବ୍ରତ ରଖିବା ବେଳେ ସବୁବେଳେ ସତ୍ୟାଚରଣ, ସଂଯମିତ ବ୍ୟବହାର ଓ ମଧୁର ଭାଷା କୁହନ୍ତୁ ।
ରାତିରେ ସାମୂହିକ ଭାବେ ଘରେ ଶଙ୍କରଙ୍କ ଗୁଣଗାନ କରନ୍ତୁ ।
ରୁଦ୍ରାଭିଷେକ, ମହାରୁଦ୍ରାଭିଷେକ, ମହାମୃତ୍ୟୁଞ୍ଜୟ ମନ୍ତ୍ରର ଭଜନ କୀର୍ତ୍ତନ କରନ୍ତୁ ।
ଏହି ଦିନ ରାତ୍ରି ଜାଗରଣ ମଧ୍ୟ କରାଯାଏ ।


Spread the love

Leave A Reply

Your email address will not be published.