ଆଜିଠୁ କମିବ ଶୀତ ,କୁହୁଡି ନେଇ ସତର୍କ ସୂଚନା

Spread the love

ଭୁବନେଶ୍ଵର,୦୯/୦୨:ପୁଣି କିଛି ଦିନର ବ୍ୟବଧାନ ପରେ ଫେରିଲା ଶୀତ।ଆସନ୍ତା ୨୪ଘଣ୍ଟା ପାଇଁ ରାଜ୍ୟରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି ।ବିଶେଷକରି ନୟାଗଡ଼ ,ଗଂଜାମ, ଗଜପତି,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଖୋର୍ଦ୍ଧା ଓ ପୁରୀ ରେ ହାଲୁକା ମଧ୍ୟମ ଧରଣର କୁହୁଡି ହୋଇପାରେ ।

ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ,ଉତ୍ତର ଓଡ଼ିଶା,ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଉପକୂଳ ରେ ତାପମାତ୍ରା ୨–୩° ପର୍ଯ୍ୟନ୍ତ କମିଲା ରାତ୍ରି ତାପମାତ୍ରା।ବର୍ତ୍ତମାନ ଓଡ଼ିଶା ଉପରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଓଡ଼ିଶାରେ ବର୍ତ୍ତମାନ ପାଗ ଶୁଖିଲା ରହିଛି ।ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଜିଠୁ ବଢିବ ରାତି ତାପମାତ୍ରା । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ। ଏହାର ପ୍ରଭାବରେ ଶୀତ କମିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ ।

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ। ସେହିଭଳି ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।


Spread the love

Leave A Reply

Your email address will not be published.