ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

Spread the love

ଭୁବନେଶ୍ଵର,୦୯/୦୨: ଉତ୍ତରପ୍ରଦେଶର ମୋଦୀନଗରଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ୭ଟି ପଦକ ଅର୍ଜନ କରିଛି। ବରିଷ୍ଠ ମହିଳା ୫୮ କେଜି ଓଜନ ବର୍ଗରେ ରିମା ଭୋଇ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଶ୍ରେଷ୍ଠ ସାଫଲ୍ୟ ଅର୍ଜନ କରିଛନ୍ତି। ପୁରୁଷ ଯୁବ ୬୦ କେଜି ବର୍ଗରେ ସୁବ୍ରତ ନାୟକ ଅନ୍ୟ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଓଜନ ଶ୍ରେଣୀରେ ରୌପ୍ୟ ପଦକ ଓଡ଼ିଶାର ମୁକେଶ ଗମାଙ୍ଗୋ ଅକ୍ତିଆର କରିଛନ୍ତି।

ଓଡ଼ିଶାର ଅନ୍ୟ ପଦକ ବିଜେତାଙ୍କ ମଧ୍ୟରେ କନିଷ୍ଠ ମହିଳା ୪୮ କେଜି ଶ୍ରେଣୀରେ ପ୍ରୀତିସ୍ମିତା ଭୋଇ, ୫୩ କେଜି ବର୍ଗରେ ମୀନା ଶାନ୍ତା ବି ଏବଂ ୫୮ କେଜି ଶ୍ରେଣୀରେ ଅଙ୍କିତା ପ୍ରଧାନ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।


Spread the love

Leave A Reply

Your email address will not be published.