ରାଉରକେଲା,୧୨/୦୨:ରାଜରାସ୍ତାରେ ଗଜରାଜ। ଆତଙ୍କ ଖେଳାଇଛନ୍ତି ହାତୀପଲ। ସୁନ୍ଦରଗଡ ଜିଲ୍ଲା କୁତ୍ରାରେ ୧୫ ଟିକିଆ ହାତୀପଲ ଆତଙ୍କ । କୁତ୍ରା ଥାନା ନିକଟରେ ରାସ୍ତା ପାର ହେଉଛନ୍ତି ହାତୀପଲ । ହାତୀ ବୁଲୁଥିବାରୁ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରାଯାଉଛି ।