ଭୁବନେଶ୍ୱର : ଶୀତ ଋତୁ ହେଉଛି ଭାରତରେ ଅନ୍ୟତମ ବହୁପ୍ରତିକ୍ଷୀତ ଋତୁ, କିନ୍ତୁ ଏହା ନିଜ ସହ ଥଣ୍ଡା-କାଶ ଏବଂ ଶ୍ୱାସକ୍ରିୟା ସମସ୍ୟା ଭଳି କିଛି ରୋଗ ମଧ୍ୟ ଆଣିଥାଏ; ଯାହାକି ଏହି ଋତୁରେ ସର୍ବାଧିକ ପ୍ରଚଳିତ ଏବଂ ସାଧାରଣତଃ ଏହା କମ୍ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଦେଖା ଦେଇଥାଏ । ଚୱନପ୍ରାଶ ହେଉଛି ପ୍ରାୟ ୩୦୦୦ ବର୍ଷ ପୁରୁଣା ଓ ସୁପରିଚିତ ଆୟୁର୍ବେଦିକ ଫର୍ମୂଲା ଯାହାକୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ଥଣ୍ଡା ଓ କାଶ ଭଳି ସାଧାରଣ ଦୈନନ୍ଦିନ ସଂକ୍ରମଣଗୁଡିକ ବିରୋଧରେ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଡାବର ଚୱନପ୍ରାଶରେ ଅନେକ ‘ରସାୟନ’ ଔଷଧି ରହିଛି ଯାହା ଏହାର ଇମ୍ୟୁନୋମଡ୍ୟୁଲେଟୋରୀ ପ୍ରଭାବଗୁଡିକ ମାଧ୍ୟମରେ ବିଭିନ୍ନ ପ୍ରକାରର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ ।
ଭବିଷ୍ୟତର ପିଢିଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜ ପ୍ରତିବଦ୍ଧତାର ଅଂଶ ଭାବେ ଡାବର ଚୱନପ୍ରାଶ ଏକ ବିଶାଳ ସଚେତନତା ଅଭିଯାନର ଶୁଭାରମ୍ଭ ଘୋଷଣା କରିଛି ଯାହା ଦେଶର ଗରିବ ଓ ଅବହେଳିତ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି । ଏହି ଅଭିଯାନ ଅଧିନରେ ଡାବର ଚୱନପ୍ରାଶ ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ ସହିତ ପରିବର୍ତିତ ଋତୁ, ସାଧାରଣ ବ୍ୟାକ୍ଟେରିଆ ଓ ଭୂତାଣୁ କାରଣରୁ ହେଉଥିବା ଅସୁସ୍ଥତା ବିରୋଧରେ ଏକ ମଜବୁତ ରୋଗପ୍ରତିରୋଧକ ପ୍ରଣାଳୀ ଗଠନ କରିବାର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ପାଇଁ ରୋଗପ୍ରତିରୋଧକ ଶକ୍ତି ସଚେତନତା ଅଧିବେଶନଗୁଡିକର ପରିଚାଳନା କରିବ ।
ଏହି ଅଭିଯାନକୁ ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ବେଳେ ଜ୍ଞାନ ମନ୍ଦିର ସ୍କୁଲର ୨୫୦ରୁ ଅଧିକ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନର ପରିଚାଳନନା କରାଯାଇଛି । ଏହି ଅଧିବେଶନ ଶୀତ ଋତୁରେ ଅସୁସ୍ଥତା ବିରୋଧରେ ଲଢିବା ପାଇଁ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲା । ପିଲାମାନେ ମଧ୍ୟ ମୌଳିକ ସ୍ୱଚ୍ଛତା ଓ ଏକ ପୋଷଣଯୁକ୍ତ ଆହାର ମାଧ୍ୟମରେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାର ମାର୍ଗଗୁଡିକ ଉପରେ ସଚେତନ ହୋଇଥିଲେ ।
ଏହି ଅବସରରେ ଡାବର ଇଣ୍ଡିଆ ଲିମିଟେଡର ହେଲ୍ଥକେୟାର ବିଭାଗର ନିର୍ଦ୍ଦେଶକ ଶ୍ରୀରାମ ପଦ୍ମନାଭନ କହିଛନ୍ତି, “ଡାବର ଚୱନପ୍ରାଶ ପ୍ରତ୍ୟେକ ଭାରତୀୟଙ୍କୁ ୧୦୦ ବର୍ଷରୁ ଅଧିକ ସମୟ ପାଇଁ ମଜବୁତ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବାରେ ସାହାଯ୍ୟ କରିବା ପାଇଁ ପ୍ରତିବଦ୍ଧ ରହିଛି । ଏହି ପଦକ୍ଷେପ ଉକ୍ତ ପ୍ରତିବଦ୍ଧତା ଦିଗରେ ଏକ ବଡ ଲମ୍ଫ ଅଟେ । ଆମେ ପ୍ରତି ବର୍ଷ ଅନେକ ଲୋକଙ୍କ ଜୀବନ ନେଉଥିବା ଥଣ୍ଡା ପବନ ବା କୋଲ୍ଡ ୱେଭ ସମ୍ପର୍କରେ ଚିନ୍ତିତ ଅଛୁ । ଏହି ପଦକ୍ଷେପ ମାଧ୍ୟମରେ ଆମେ ଚୱନପ୍ରାଶ ଦେବା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତିର ମହତ୍ୱକୁ ହାଇଲାଇଟ କରି ଗରିବ ଓ ଅବହେଳିତ ପିଲାମାନଙ୍କ ପାଇଁ ସୁରକ୍ଷା ପ୍ରଦାନ କରିବା ଲାଗି ସେମାନଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରିବୁ ।”
ଡା. ପାଣ୍ଡେ କହିଛନ୍ତି, “ ଋତୁକାଳିନ ପରିବର୍ତନର ଚକ୍ରଗୁଡିକ ସମୟରେ ତାପମାତ୍ରାରେ ହଠାତ ପରିବର୍ତନ ହୋଇଥାଏ, ଯେଉଁ କାରଣରୁ କାଶ, ଥଣ୍ଡା ଓ ଜ୍ୱର ଭଳି ଅସୁସ୍ଥତା ଦେଖା ଦେଇଥାଏ । ଥଣ୍ଡା, କାଶ, ଶ୍ୱାସକ୍ରିୟା ସମସ୍ୟା ଭଳି ଅସୁସ୍ଥତା ବିରୋଧରେ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏକ ପ୍ରଭାବଶାଳୀ ଉପାୟ ଅଟେ । ଡାବର ଚୱନପ୍ରାଶ ହେଉଛି ପରିବର୍ତନଶୀଳ ଜଳବାୟୁ ଚକ୍ର ସମୟରେ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏକ ପ୍ରଭାବଶାଳୀ ସମାଧାନ ଅଟେ ।”
ଏହି କ୍ୟାମ୍ପେନ ଅଧିନରେ ଡାବର ଚୱନପ୍ରାଶ ଆଗ୍ରାମ, ବାରାଣସୀ, କାନପୁର, ଭୋପାଳ, ଲକ୍ଷ୍ନୌ, ଉଦୟପୁର, ଜୟପୁର, ଭୁବନେଶ୍ୱର, କୋଲକାତା, ସିଲିଗୁଡି, ପାଟ୍ନା, ଇନ୍ଦୋର, ରାୟପୁର, ପୁନେ, ଔରଙ୍ଗାବାଦ, ହାଇଦ୍ରାବାଦ, ମହୀଶୂର, ମୁମ୍ବାଇ, ନାଗପୁର, ଗ୍ୱାଲିଅର ଓ ଚଣ୍ଡୀଗଡ ଭଳି ଭାରତର ୨୧ଟି ସହରରୁ ଅଗ୍ରଣୀ ଏନଜିଓମାନଙ୍କ ସହ ହାତ ମିଳାଇଛି । Make headlines