ଆଜି ବିଶ୍ୱ ରେଡ଼ିଓ ଦିବସ:ରେଡିଓ ଚରିତ୍ର ବଦଳାଇଛି ପରିଚୟ ନୁହେଁ

Spread the love

ଭୁବନେଶ୍ଵର,୧୩/୦୨:ଆଜି ବିଶ୍ୱ ରେଡ଼ିଓ ଦିବସ।”ରେଡ଼ିଓ ” ଦିନ ଥିଲା ପୂରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାର ଥିଲା ଅତି ଆଦର।ଛୋଟ ପିଲା କୁହନ୍ତୁ ଅବା ବୃଦ୍ଧ ସମସ୍ତେ ଥିଲେ ରେଡ଼ିଓ ପ୍ରେମୀ।ଏହି ରେଡ଼ିଓ ବିନା ନିଜ ନିଜର ଅବସର ସମୟ କଟେଇବା ଏକ ରକମ୍ ଅସମ୍ଭବ ମନେ ହେଉଥିଲା।ଏହି ରେଡ଼ିଓ କେବେ ଉପହାର ସାଜି ବଡ ଲୋକ ଙ୍କୁ ପ୍ରଦାନ କରାଯାଉଥିଲା ତ କେବେ ବାପ ଘର ର ସ୍ମୃତି ହିସାବ ରେ ଯୌତୁକ ରେ ଦିଆଯାଉଥିଲା।ତେବେ ବଦଳୁଥିବା ସମୟ ରେଡ଼ିଓ ର ମର୍ଯ୍ୟାଦା କୁ ବଦଳାଇଛି।ବଦଳିଛି ତାର ପରିଭାଷା।ପରିବର୍ତ୍ତନଶୀଳ ଦୁନିଆରେ ସବୁ କିଛି ପରିବର୍ତ୍ତନ ହେଉଛି। ରେଡିଓ ମଧ୍ୟ ନିଜର ରୂପ ବଦଳାଇଛି। ଏବେ ମୋବାଇଲ୍‌ ଆପ୍‌ ଜରିଆରେ ରେଡିଓ ନିଜର ଉପସ୍ଥିତି ଜାହିର କଲାଣି।କିନ୍ତୁ ଆଜି ପୁଣି ଥରେ ଯୁବପିଢି ଙ୍କୁ ରେଡ଼ିଓ ର ଆକର୍ଷଣ ବିମୋହିତ କରୁଛି।ରେଡ଼ିଓ ମେଳା ଦେଖିବାକୁ ଲୋକଙ୍କର ଭିଡ ଜମୁଛି ରାଜଧାନୀରେ….

ଏପଟେ ଆଜିଠୁ ଆଉଟରିଚ ପକ୍ଷରୁ ଏକାମ୍ର ହାଟରେ ଆରମ୍ଭ ହୋଇଛି ରେଡିଓ ମେଳା।ଯେଉଁଠି ପ୍ରଦର୍ଶିତ ହେଉଛି 3000 ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ ଓ ହାମ ରେଡିଓ।ପ୍ରତିବର୍ଷ ପରି ଏଥର ରେଡିଓ ମେଳାରେ ବିଭିନ୍ନ ପ୍ରକାର ରେଡିଓ ସେଟ୍ ବିକ୍ରି ହେଉଥିବା ବେଳେ ବହୁ ପୁରୁଣା ରେଡିଓ ମଧ୍ୟ ଆପଣ ନିଜର ଘର ପାଇଁ କିଣି ନେଇ ପାରିବେ ।ଏଥିସହ ଏହି ମେଳାର ମୁଖ୍ୟ ଆକର୍ଷଣ ରେଡିଓ ପ୍ରସାରଣ କିପରି କରାଯାଏ ତାହା ଦର୍ଶକ ଦେଖିପାରିବେ ।ବିଶେଷ ଭାବେ ହଜି ଯାଉଥିବା ରେଡିଓକୁ ସଂରକ୍ଷଣ କରିବାକୁ ଏହି ମେଳାର ଆୟୋଜନ କରାଯାଉ ଥିବାବେଳେ ପୁରୁଣା ରେଡ଼ିଓକୁ ମରାମତି କରାଯାଉଥିଲା । ଯୁବପିଢ଼ିଙ୍କ ନିକଟରେ ଟେକ୍ନୋଲୋଜି ସହ ରେଡ଼ିଓର ଆବଶ୍ୟକତା ବିଷୟରେ ଅବଗତ କରାଇବା ଏହି ମେଳାର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଆୟୋଜକ ସୁବ୍ରତ ପତି।


Spread the love

Leave A Reply

Your email address will not be published.