ଭୁବନେଶ୍ଵର,୧୨/୦୨:ଜଣେ କିନ୍ନର, ଆଉ ଜଣେ ଯୁବକ ।ଅଳ୍ପ ଅଳ୍ପ କଥାରୁ ଦୁଇଜଣଙ୍କ ଭିତରେ ପ୍ରଥମେ ପଡ଼ିଥିଲା ବନ୍ଧୁତ୍ୱର ନିଅଁ । ତା’ ପରେ ଲେଖା ହେଲା ନୂଆ ଏକ ପ୍ରେମ କାହାଣୀ । ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ। ଏମିତି ଏକ ପ୍ରେମ କାହାଣୀ ଏବେ ବାହାଘରର ରୂପ ନେଇଛି ।ଯାହା ଆଜି ନେଇଛି ବିବାହର ରୂପ । ପ୍ରେମ ସପ୍ତାହରେ ପଡ଼ିଛି ହାତ ଗଣ୍ଠି,କିନ୍ନର ପ୍ରିୟଙ୍କା ଙ୍କ ସିନ୍ଥିରେ ଲାଗିଛି ରବି ଡାକୁଆ ଙ୍କ ସିନ୍ଦୂର।ବୋହୁଚର ଦେବୀ ପୀଠରେ ମା ଙ୍କୁ ସାକ୍ଷୀ ରଖି ଉଭୟ ଉଭୟଙ୍କୁ ବିବାହ କରି ହୋଇଛନ୍ତି ସାତ ଜନ୍ମର ସାଥି।ଏଭଳି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ।ଏଭଳି ବିବାହକୁ ସ୍ବୀକୃତି ଦେଇ କନ୍ୟାଦାନ କରିଥିଲେ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ା ।ସାତ ଜନ୍ମ ପାଇଁ ସାଙ୍ଗରେ ରହିବା ସହ ହସ ଖୁସିରେ ଜୀବନ ବିତାଇବାକୁ ଦେଇଥିଲେ ଉଭୟଙ୍କୁ ପରାମର୍ଶ।