ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ୍ ଏ୭୯ ୫ଜିର ଶୁଭାରମ୍ଭ କରାଯାଇଛି, ଯାହାକୁ ଏକ ପ୍ରିମିୟମ ୫ଜି ଡିଭାଇସ୍ର ସନ୍ଧାନ କରୁଥିବା ଗ୍ରାହକଙ୍କ ପାଇଁ ନିର୍ମାଣ କରାଯାଇଛି । ଏହି ଡିଭାଇସ୍ର ମୂଲ୍ୟ ୧୯,୯୯୯ଟଙ୍କା ରହିଛି ଏବଂ ଏହା ଚଳିତ ଅକ୍ଟୋବର ୨୮ ତାରିଖରୁ ଓପୋ ଷ୍ଟୋର୍, ଫ୍ଲିପ୍କାର୍ଟ, ଆମାଜନ ଓ ଅନ୍ୟାନ୍ୟ ରିଟେଲ୍ ଷ୍ଟୋର୍ଗୁଡିକରେ ଉପଲବ୍ଧ ହୋଇଯାଉଛି । ଗ୍ଲୋଇଙ୍ଗ୍ ଗ୍ରୀନ୍ ଓ ମିଷ୍ଟ୍ରୀ ବ୍ଲାକ୍ କଲର୍ରେ ଉପଲବ୍ଧ ଓପୋ ଏ୭୯୫ଜିର ଓଜନ କେବଳ ୧୯୩ ଗ୍ରାମ ଓ ମୋଟେଇ ୭.୯୯ ଏମ୍ଏମ୍ ପତଳା ରହିଛି । ଏହି ଆଇପି୫୪-ରେଟେଡ୍ ସ୍ମାର୍ଟଫୋନ୍ ୩୨୦ରୁ ଅଧିକ ଗୁଣବତା ପରୀକ୍ଷଣ ଓ ୧୩୦ଟି ଅତ୍ୟଧିକ ନିର୍ଭରଯୋଗ୍ୟତା ପରୀକ୍ଷଣର ସାମ୍ନା କରିଛି । ଏହି ଡିଭାଇସ୍ରେ ଏକ ପଂଚ୍-ହୋଲ୍ କ୍ୟାମେରା ସହ ୬.୭୨ ଇଂଚ୍ ଏଫ୍ଏଚ୍ଡି+ ସନ୍ଲାଇଟ୍ ଡିସ୍ପ୍ଲେ ରହିଛି । ଏହି ସ୍କ୍ରିନ୍ ସୁଗମ ସ୍କ୍ରୋଲିଂ ପାଇଁ ୯୦ଏଚ୍ଜେଡ୍ ରିଫ୍ରେଶ୍ ରେଟ୍ ସହ ଆସୁଛି ଏବଂ ଓପୋର ଅଲ୍-ଡେ ଆଇ କମ୍ଫର୍ଟ ଫିଚରରେ ସୁସଜ୍ଜିତ ରହିଛି ।
ଓପୋ ଏ୭୯ ୫ଜିରେ ଏକ ଶକ୍ତିଶାଳୀ କ୍ୟାମେରା ସେଟ୍ଅପ୍ ରହିଛି ଯେଉଁଥିରେ ଏକ ୫୦ଏମ୍ପି ଏଆଇ କ୍ୟାମେରା, ଏକ ୨ଏମ୍ପି ପୋର୍ଟ୍ରେଟ୍ କ୍ୟାମେରା ଓ ଏକ ୮ଏମ୍ପି ସେଲ୍ଫି କ୍ୟାମେରା ରହିଛି । ଉପଭୋକ୍ତାମାନେ ଉଜ୍ଜ୍ୱଳ ପରିବେଶରେ ହାଇ-ରିଜୋଲ୍ୟୁଶନ ଫଟୋ ପାଇଁ ୫୦ଏମ୍ପି ସ୍ୱିଚ୍ କରିପାରିବେ । ଏହି ସ୍ମାର୍ଟଫୋନ୍ରେ ୧୨୮ ଜିବି ଷ୍ଟୋରେଜ୍ ଓ ୧ଟିବି ପର୍ଯ୍ୟନ୍ତ ମାଇକ୍ରୋଏସ୍ଡି କାର୍ଡ ପାଇଁ ସପୋର୍ଟ ରହିଛି । ୮ଜିବି ରାମ୍ ଓ ଏବଂ ଡିଭାଇସ୍ ଷ୍ଟୋରେଜରୁ ଅତିରିକ୍ତ ୮ଜି ଆଣୁଥିବା ଓପୋର ରାମ୍ ଏକ୍ସପାନ୍ଶନ ଟେକ୍ନୋଲୋଜି ସହିତ ଏହି ସ୍ମାର୍ଟଫୋନ୍ରେ ମଲ୍ଟିଟାସ୍କିଙ୍ଗ୍ ସୁଗମ ହୋଇଥାଏ । ଓପୋ କଲର୍ଓଏସ୍ ୧୩ର ଡାଇନାମିକ୍ କମ୍ପ୍ୟୁଟିଂ ଇଞ୍ଜିନ୍ ସହିତ ଡିଭାଇସ୍ ପ୍ରଦର୍ଶନକୁ ଉନ୍ନତ କରିଥାଏ । ଏହା ଏକ ବୃହତ୍ ୫୦୦୦ ଏମ୍ଏଏଚ୍ ବ୍ୟାଟେରୀ ଦ୍ୱାରା ସମର୍ଥିତ ଅଟେ ଯାହା କେବଳ ୩୦ ମିନିଟ୍ରେ ଡିଭାଇସ୍କୁ ୫୧% ଚାର୍ଜ କରିଥାଏ ।
ଓପୋ ପକ୍ଷରୁ କିଛି ନିର୍ଦ୍ଧିଷ୍ଟ ଉତ୍ପାଦଗୁଡିକ ଉପରେ ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଆକର୍ଷଣୀୟ ରିହାତି ଓ ପ୍ରମୋଶନର ଘୋଷଣା କରାଯାଇଛି । ଗ୍ରାହକମାନେ ମେନ୍ଲାଇନ୍ ରିଟେଲ ଆଉଟ୍ଲେଟ୍ ଓ ଓପୋ ଷ୍ଟୋର୍ରୁ ଆଇସିଆଇସିଆଇ ବ୍ୟାଙ୍କ, ଏସ୍ବିଆଇ କାର୍ଡ, କୋଟାକ୍ ବ୍ୟାଙ୍କ, ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ୍ କାର୍ଡ, ଏୟୁ ଫାଇନାନ୍ସ ବ୍ୟାଙ୍କ ଓ ୱାନ୍ କାର୍ଡରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ଓ ୯ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମ୍ଆଇ ସୁବିଧା ପାଇପାରିବେ । ଏହାଛଡା ଗ୍ରାହକମାନେ ବଜାଜ ଫିନ୍ସର୍ଭ, ଟିଭିଏସ୍ କ୍ରେଡିଟ୍, ହୋମ୍ କ୍ରେଡିଟ୍, ଏଚ୍ଡିବି ଫାଇନାନ୍ସିଆଲ ସର୍ଭିସେସ୍, ଆଇଡିଏଫ୍ସି ଫାର୍ଷ୍ଟ ବ୍ୟାଙ୍କ ଓ ମହିନ୍ଦ୍ରା ଫାଇନାନ୍ସ ଭଳି ଅଗ୍ରଣୀ ଫାଇନାନ୍ସିୟରଙ୍କଠାରୁ ଜିରୋ ଡାଉନ୍ ପେମେଂଟ୍ ସ୍କିମ୍ ପାଇପାରିବେ । ବିଶ୍ୱସ୍ତ ଓପୋ ଗ୍ରାହକମାନେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍ ପାଇପାରିବେ । ମାଇଁ ଓପୋ ଏକ୍ସକ୍ଲୁସିଭ୍ର ଅଂଶ ଭାବେ ଗ୍ରାହକମାନେ ଯେକୌଣସି ଓପୋ ଡିଭାଇସ୍ କ୍ରୟ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଏବଂ ଅନ୍ୟାନ୍ୟ ନିଶ୍ଚିତ ଉପହାର ଜିତିବାର ସୁଯୋଗ ପାଇବେ ।