ଏବେଠୁ ପ୍ରବଳ ଖରା,ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା

ଭୁବନେଶ୍ଵର,୧୬/୦୨:ରାଜ୍ୟରୁ ବିଦାୟ ନେଉଛି ଶୀତ।ଏବେଠୁ ପ୍ରବଳ ଖରା।ଆହୁରି ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।ରାଜ୍ୟରେ ୩୫ ଡିଗ୍ରୀ ପାର କରିପାରେ ଦିନ ତାପମାତ୍ରା । ତାତିରୁ ନାହିଁ ତ୍ରାହି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ରେ ସ୍ଵାଭାବିକ ତାପମାତ୍ରା ଠାରୁ ୩.୬ ଡିଗ୍ରୀ ଅଧିକ ରହିବା ସହ ଗତକାଲି ଦିନ ତାପମାତ୍ରା ୩୬.୦ ଡିଗ୍ରୀ ସେଲସୀୟସ ରେକର୍ଡ ହୋଇଥିଲା।

ଏପଟେ ଘନ କୁହୁଡି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା। ଆଗାମୀ ୨ ଦିନ ରାଜ୍ୟରେ ଘନ କୁହୁଡି ସମ୍ଭାବନା। ବିଶେଷକରି ଆସନ୍ତା ୨୪ ଘଣ୍ଟା ପାଇଁ ଖୋର୍ଦ୍ଧା, କଟକ,ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର,ଭଦ୍ରକ,ଢେଙ୍କାନାଳ ରେ ଘନ କୁହୁଡି ସମ୍ଭାବନା ଥିବାରୁ ଜାରି ହୋଇଛି ହଳଦିଆ ଚେତାବନୀ।ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଘନ କୁହୁଡି ନେଇ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ଚେତାବନୀ ଜାରି।

Leave A Reply

Your email address will not be published.