ରାଜ୍ୟରେ ଆହୁରି ୪୮ ଘଣ୍ଟା ଘନ କୁହୁଡ଼ି,୧୦ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କଲା ଆଇଏମଡି

Spread the love

ଭୁବନେଶ୍ଵର,୧୭/୦୨:ରାଜ୍ୟରେ କଲବଲ କରୁଛି ଘନ କୁହୁଡି । ସକାଳ ୯ଟା ପର୍ଯ୍ୟନ୍ତ ଦୃଶ୍ୟମାନ ଦୂରତା କମ୍ ରହୁଥିବା ବେଳେ ଆହୁରି ୨ ଦିନ କଲବଲ କରିବ ଘନ କୁହୁଡି।ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟୋଲୋ ୱାର୍ଣୀ। ଉପକୂଳ ଓ ଅଭ୍ୟନ୍ତରିଣ ଓଡ଼ିଶାରେ ଘନ କୁହୁଡି ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର।

ଆଜି ପାଇଁ ଗଜପତି,ଗଞ୍ଜାମ,ନୟାଗଡ଼,ଖୋର୍ଦ୍ଧା,ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଅନୁଗୁଳ ଓ ଢେ଼ଙ୍କାନାଳ ଜିଲ୍ଲାକୁ ଘନ କୁହୁଡି ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି।ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ଏହି ୧୦ ଟି ଜିଲ୍ଲାରେ ଘନ କୁହୁଡି ଦେଖାଯିବ ଯେଉଁଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସର୍ତକ୍ ସୂଚନା ସହ ହଳଦିଆ ଚେତାବନୀ ଜାରି।

ବର୍ତମାନ ରାତି ତାପମାତ୍ରା ସ୍ଵାଭାବିକ ଅଛି। କିଛି ଜିଲ୍ଲାରେ ରେ ତାପମାତ୍ରା ରାତି ତାପମାତ୍ରା କମ ରହୁଛି । ରାଜ୍ୟରେ ଫେବୃଆରୀ ମାସରେ ଯାହା ତାପମାତ୍ରା ରହିବା କଥା ତା ଠାରୁ କିଛି ମାତ୍ରାରେ ଅଧିକ ରହିଛି ଦିନ ତାପମାତ୍ରା।୨୪ ଘଣ୍ଟା ପରେ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା।


Spread the love

Leave A Reply

Your email address will not be published.