କ୍ରିମିନାଲ୍‌ ଇନଭେଷ୍ଟିଗେସନ୍‌ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁଁ

Spread the love

ଭୁବନେଶ୍ଵର,୧୭/୦୨:କ୍ରିମିନାଲ୍‌ ଇନଭେଷ୍ଟିଗେସନ୍‌ ଦାବି କଲେ ନିଖୋଜ ନାବିକ ସାର୍ଥକଙ୍କ ମାମୁଁ।ସିଙ୍ଗାପୁରରୁ ଫେରିଲା ପରେ ପ୍ରେସ୍‌ କନଫରେନ୍ସରେ ଦାବି କଲେ।କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ଅନୁଭବ କରୁଛୁ।ଜାହାଜରେ ଆମକୁ ସାର୍ଥକର କ୍ୟାବିନକୁ ଛାଡ଼ିଲେ, ଅନ୍ୟସ୍ଥାନକୁ ଛାଡ଼ିଲେନି।କୌଣସି କର୍ମଚାରୀଙ୍କୁ ପଚାରିବାକୁ ଚେଷ୍ଟା କଲେ ବାଧା ଦେଲେ।ଆଙ୍ଗ୍‌ଲୋ ଇଷ୍ଟର୍ଣ୍ଣ କମ୍ପାନୀ କର୍ତ୍ତୃପକ୍ଷ ଆମକୁ ସହଯୋଗ କଲେନି।ନିଖୋଜକୁ ୧୨ ଦିନ ବିତିଥିଲେ ସିସିଟିଭି ଯାଞ୍ଚ ହୋଇ ନ ଥିବା ଜାଣିପାରିଲୁ।ତେଣୁ କମ୍ପାନୀ କର୍ତ୍ତୃପକ୍ଷ ଯେପରି ଖୋଜିବା କଥା ଖୋଜୁ ନାହାନ୍ତି।୨୫୦ ମିଟର ଲମ୍ବା ଜାହାଜ ଭିତରେ ବୁଲି ଖୋଜିବାକୁ ଦେଲେନି।ସିଙ୍ଗାପୁର ସ୍ଥିତ ଜାହାଜ କମ୍ପାନି ଏଚ୍‌ଆରଙ୍କ ଆଚରଣ କଷ୍ଟଦାୟକ ଥିଲା।ଜଣେ ଷ୍ଟାଫ୍‌ ନିଖୋଜ ହେଲେ ଜାହାଜ ଆରେଷ୍ଟ ହେବାର ପ୍ରାବଧାନ ଅଛି।


Spread the love

Leave A Reply

Your email address will not be published.