ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା,ଅଟୋକୁ ପଛରୁ ପିଟିଲା କାର୍

Spread the love

ଭୁବନେଶ୍ଵର,୧୮/୦୨:ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା।ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ହୋଇଛି ଦୁର୍ଘଟଣା।ଅଟୋକୁ ପଛରୁ ପିଟିଲା କାର୍।ଡିଭାଇଡ଼ର୍ ଡେଇଁ ଅଟୋ ବିପରୀତ ରାସ୍ତାରେ ପଡ଼ିଥିବା ବେଳେ ଆଉ ଗୋଟିଏ କାର୍ ସହ ପିଟି ହୋଇଥିଲା।ଦୁର୍ଘଟଣାରେ ତିନିଜଣ ଗୁରୁତର ହୋଇଥିବା ବେଳେ ପ୍ରଥମେ ଦୁଇଟି ପିଶିଆର୍ ଆସି ଆହତଙ୍କୁ ମେଡିକାଲ ପଠାଇଥିଲେ।ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା କର୍ମଚାରୀ ଆସି ଉଭୟ ପାର୍ଶ୍ଵ ରାସ୍ତା କ୍ଲିୟର କରିଥିଲେ।ଦୁର୍ଘଟଣା ଗ୍ରସ୍ତ କାର୍ ଏବଂ ଅଟୋ କୁ ଜବତ କରିବା ସହ ପୋଲିସ ତଦନ୍ତ ଚଳାଇଛି।ସେପଟେ ଡ୍ରଙ୍କେନ୍ ଡ୍ରାଇଭ୍ ଯୋଗୁ ଏପରି ଦୁର୍ଘଟଣା ଘଟଥିବା ସୂଚନା ମିଳିଛି।

Also Read : ଦନ୍ତାହାତୀ ‘ପଲଙ୍କ’କୁ ଟ୍ରାଙ୍କୁଲାଇଜ୍ କଲା ବନବିଭାଗ,୨ ଦିନର ଅପରେସନ୍ ପରେ ଟ୍ରାଙ୍କୁଲାଇଜ୍


Spread the love

Leave A Reply

Your email address will not be published.