ଭୁବନେଶ୍ଵର,୧୮/୦୨:48 ଘଣ୍ଟା ର ପ୍ରୟାସ ପରେ ପଲଙ୍କ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରି ସଫଳତାର ସହ ରେଡିଓ କଲାର ବାନ୍ଧିବାରେ ସଫଳ ହେଲା ବନ ବିଭାଗ ।ଚନ୍ଦକା ଡିଏଫଓ ଙ୍କ ତତ୍ତ୍ଵାବଧାନରେ ଚନ୍ଦକା ଡିଭିଜନ ଷ୍ଟାଫ ଏବଂ ନନ୍ଦନ ନନ୍ଦନକାନନ ଟିମ୍ ଭରତପୁର ଜଙ୍ଗଲ ଭିତରେ ଦନ୍ତା ପଲଙ୍କୁ ଟ୍ରାଙ୍କୁଲାଇଜ୍ କରି ତା ଦେହରେ ପ୍ରଥମ ରେଡିଓ କଳାର ବାନ୍ଧି ବାରେ ସଫଳ ହୋଇଛି ଟିମ୍ ।କିଛି ଦିନ ଧରି ଏହି ଜଙ୍ଗଲୀ ଦନ୍ତା ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ରାଜଧାନୀ ମୁହାଁ ହେଉଥିଲା ।ଖାଦ୍ୟଶସ୍ୟ ନଷ୍ଟ କରିବା ସହିତ ଲୋକଙ୍କ ଘର ଭାଙ୍ଗୁଥିବା ବେଳେ ,ଏବେ ତା ଦେହରେ
ରେଡିଓ କଲାର ବାନ୍ଧିବା ଫଳରେ ତାର ଗତି ବିଧି ଉପରେ ନଜର ରଖି ପାରିବ ବନ ବିଭାଗ । ଯାହାଫଳରେ ଆଗାମୀ ସମୟରେ ସେ ଜନ ବସତି ମୁହାଁ ହେଲେ ତାକୁ ଘୋଡାଇବା ପାଇଁ ଆଗୁଆ ପ୍ରସ୍ତୁତି କରି ପାରିବ ବିଭାଗ ।
Also Read : ଭୁବନେଶ୍ବରରେ ପୁଣି ସିରିଜ୍ ଦୁର୍ଘଟଣା,ଅଟୋକୁ ପଛରୁ ପିଟିଲା କାର୍