ଜୀ ସାର୍ଥକରେ ୱାର୍ଲଡ ଟିଭି ପ୍ରିମିୟରରେ ଓଡ଼ିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା”

Spread the love

ଭୁବନେଶ୍ଵର,୧୮/୦୨:ଓଡ଼ିଶାରେ ଲୋକପ୍ରିୟ ଓଡ଼ିଆ ଚ୍ଯାନେଲ ଜୀ ସାର୍ଥକ ସଫଳତାର ସହିତ ଆଗେଇ ଚାଲିଛି । ଅନେକ ମନୋରଞ୍ଜନ ଭିତ୍ତିକ ଧାରାବାହିକ, ରିୟ୍ଯାଲିଟି ସୋ ଓ ନୂଆ ଓଡିଆ ଚଳଚ୍ଚିତ୍ର ସହିତ ପ୍ରତି ସପ୍ତାହରେ ଯୋଡ଼ିଛି ନୂଆ ନୂଆ ଦର୍ଶକ। ସେହିପରି ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ସମୟରେ ଜୀ ସାର୍ଥକରେ ୱାର୍ଲଡ ଟିଭି ପ୍ରିମିୟର ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା”। କମେଡି, ଆକ୍ସନ ଏବଂ ରୋମାନ୍ସର ଏକ ଭରପୂର ମନୋରଞ୍ଜନ ପ୍ୟାକେଜ୍ ନେଇ ଆସୁଛି ଏହି ସିନେମା।

Also Read : ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ସବଳ’ କାର୍ଯ୍ୟକ୍ରମ ଅଧୀନରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ


ସନା ଜଣେ ଜଣାଶୁଣା ତଥା ସରଳମନା ବ୍ୟକ୍ତି ଯିଏ ଏକ ଅପରାଧମୁକ୍ତ ଗାଁରେ ନିଜର ହାସ୍ୟାସ୍ପଦ ଏବଂ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି। ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସେ ଯେତେବେଳେ ସେ ଅନ୍ୟ ଏକ ଗାଁରେ ପୋଲିସ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ସେଠାରେ ସନାଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ଥାଏ,  ମନ୍ଦିରର ରତ୍ନଭଣ୍ଡାରରେ ଥିବା ପ୍ରାଚୀନ ଅଳଙ୍କାରକୁ ଜଣେ ଚତୁର ଖଳନାୟକ କବଳରୁ ରକ୍ଷା କରିବା। ତେବେ ଏହି ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ସନାଙ୍କ ଜୀବନରେ ପ୍ରେମର ଆଗମନ କାହାଣୀକୁ ଆହୁରି ହୃଦୟସ୍ପର୍ଶୀ କରିଛି ।

ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଭାବରେ ଅଭିନୟ କରିଛନ୍ତି ସୋସିଆଲ ମିଡ଼ିଆ ସୁପରଷ୍ଟାର ଓ କମେଡିଆନ୍ ଅନୁଗୁଳିଆ ବଣ୍ଟି ଓ ତାଙ୍କ ସହ ଲୋକପ୍ରିୟ କଳାକାର ଯେପରି ହରିହର ମହାପାତ୍ର, ଅଶୋକ ଦାସ, ଅଭିଜିତ ମିଶ୍ର, ଅର୍ଚ୍ଚିତା ମହାନ୍ତି ଏବଂ ଓଡ଼ିଆ ସିନେମା ଜଗତର ଅନେକ ନାମୀ କଳାକାର ସମୂହ ।

Also Read : Gold Fraud : ମାପରେ ଠକୁଛନ୍ତି ସୁନା ଦୋକାନୀ,ସୁନା କିଣିବା ପୂର୍ବରୁ ରୁହନ୍ତୁ ସାବଧାନ !


‘ଅମରା ଷ୍ଟୁଡିଓଜ୍ ଦ୍ୱାରା ପ୍ରଯୋଜିତ ଏବଂ ନିର୍ଦ୍ଦେଶକ ରାଜା ଡି’ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଅସଦ୍ ନିଜାମ ଓ ଗୀତଗୁଡ଼ିକ ବେଶ୍ ଶ୍ରୁତି ମଧୁର ଏବଂ ଭାବପୂର୍ଣ୍ଣ ହୋଇଛି।ହାସ୍ୟରସ, ପ୍ରେମ ଏବଂ ସସପେନ୍ସରେ ଭରପୂର “ଇନ୍ସପେକ୍ଟର ସନା” ସବୁ ବର୍ଗର ଦର୍ଶକଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମନୋରଞ୍ଜନର ଖୋରାକ ଯୋଗାଇବ।


Spread the love

Leave A Reply

Your email address will not be published.