ମଡେଲ୍ ଜେଲ୍‌ ଉପରେ ଗୁରୁତ୍ଵ : ଜେଲ୍ DG

Spread the love

ଭୁବନେଶ୍ଵର,୧୮/୦୨:ଗତ କିଛିଦିନ ହେଲା ଜେଲ ବିଭାଗରେ ଅନେକ ବ୍ୟତିକ୍ରମ ଦେଖାଆଯାଇଛି । କେତବେଳେ ଅନ୍ତେବାସୀ ଖସି ଯାଉଛନ୍ତି ତ କେତବେଳେ ଅନ୍ତେବାସୀଙ୍କ ସୁନା ଚୋରି ଅଭିଯୋଗ ଆସୁଛି । ଏଭଳି କିଛି ଘଟଣାକ୍ରମକୁ ନେଇ ମୁହଁ ଖୋଲିଛନ୍ତି ଜେଲ ଡିଜି । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଲୋକ ବଳ ଅଭାବ ଏବେ ଜେଲ ବିଭାଗରେ ଏକ ପ୍ରମୁଖ ସମସ୍ୟା ପାଲଟିଛି । Modern Jail Manual ଅନୁଯାୟୀ ୫୦ ପ୍ରତିଶତ କର୍ମଚାରୀ ରହିଛନ୍ତି । ସାରା ରାଜ୍ୟରେ ବର୍ତ୍ତମାନ ୧୮ ହଜାର ଅନ୍ତେବାସୀ ରହିଛନ୍ତି । ଅନ୍ତେବାସୀଙ୍କ ମଧ୍ୟରେ ସୁଧାର ଆଣିବା ସହ ସେମାନଙ୍କ ମାନସିକତା ରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଯୋଗ ପ୍ରାଣାୟମ ପାଇଁ ଯୋଗ ଶିକ୍ଷକଙ୍କୁ ନିଯୁକ୍ତ କରିଛି ଜେଲ ବିଭାଗ । କିଛି କାଉନ୍ସିଲରଙ୍କୁ ନିଯୁକ୍ତି ମିଳିଛି। ନିଶା ଛଡ଼ାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ସ୍କିଲ ଇଣ୍ଡିଆ ଜରିଆରେ ଅନ୍ତେବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜେଲ ପରିସରରେ ଚାଷ, ହାତ ତିଆରି ସାମଗ୍ରୀର ପ୍ରଶିକ୍ଷଣ ଓ ବିକ୍ରୟ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । ଏହାବାଦ ମଧ୍ୟ ପାଚେରୀ ଡେଇଁ ଜେଲ ପରିସରକୁ ନିଶା ଦ୍ରବ୍ୟ ଚାଲାଣ ନେଇ ବାରମ୍ବାର ଅଭିଯୋଗ ପରେ ବର୍ତ୍ତମାନ ଜେଲ ପାଚେରୀ ମାନଙ୍କରେ AI କ୍ୟାମେରା ଇଂଷ୍ଟଲ କରିବା ପାଇଁ ଯୋଜନା ଚଳାଉଛି ଜେଲ ବିଭାଗ ।  ୨୦୨୪ ରେ ୧୨ ଜଣ ଜେଲରୁ ଚମ୍ପଟ ମାରିଥିବା ବେଳେ ୨୦୨୫ ରେ ୬ ଜଣ ଚମ୍ପଟ ମାରିଥିଲେ । ପାରୋଲ ରେ ଯାଇ ଫେରୁନଥିବା ଅନ୍ତେବାସୀଙ୍କୁ ଧରିବା ପାଇଁ ଡ୍ରାଇଭ ଚାଲିଛି । ଏ ନେଇ ପୋଲିସ ସହାୟତାରେ ସ୍ପେଶାଲ ଡ୍ରାଇଭ ଚାଲିଛି । ତେବେ ଜେଲ ବିଭାଗର କିଛି ଗୁପ୍ତ ଖବର ବାହାରକୁ ଆସୁଥିବା ନେଇ ବର୍ଷିଛନ୍ତି ଜେଲ ଡିଜି । ବିଭାଗରେ କିଛି ଦୁର୍ନୀତିଗସ୍ତ ତଥା ବିଶୃଙ୍ଖଳ ଅଫିସର ଏଭଳି ଖବର ବାହାରକୁ ଆଣୁଥିବା କହିଛନ୍ତି ଡିଜିପି ।


Spread the love

Leave A Reply

Your email address will not be published.