ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛନ୍ତି ସରକାର,ଦୁଇ ବର୍ଷ ରେ ୯୩ କୋଟି ରୁ ଅଧିକ ଟଙ୍କା ର ଜୋରିମାନା ଆଦାୟ

Spread the love

ଭୁବନେଶ୍ଵର,୧୯/୦୨:ବାଲି ମାଫିଆଙ୍କ ଅଣ୍ଟା ଭାଙ୍ଗୁଛନ୍ତି ସରକାର।ଚୋର ଚାଲାଣ କାରୀ ଙ୍କ ଉପରେ ରାଜ୍ୟ ସରକାର ଜାରି ରଖିଛନ୍ତି ଜୋରଦାର କାର୍ଯ୍ୟାନୁଷ୍ଠାନ ।ଦୁଇ ବର୍ଷ ରେ ୧୩ ହଜାର ୧୦୩ ଚଢ଼ାଉ ରୁ ୯୩ କୋଟି ରୁ ଅଧିକ ଟଙ୍କା ର ଜୋରିମାନା ଆଦାୟ ହୋଇଛି।ପୂର୍ବ ସରକାରରେ ରେଡ୍, କାର୍ଯ୍ୟାନୁଷ୍ଠାନ ଏବଂ ବ୍ୟାପକ ଚୋରାଚାଲାଣ ରୋକା ଯାଉନଥିଲା । କିନ୍ତୁ ବିଜେପି ସରକାର ଆସିବା ପରେ ଦୃଢ଼ ହସ୍ତରେ ଦମନ କରାଯାଉଛି । 2023-24ରେ 10 କୋଟି ଜରିମାନା ଆଦାୟ ହୋଇଥିଲା, ତାହା ଏବେ 48 କୋଟିରେ ପହଞ୍ଚିଛି ।ସେତେବେଳର 1486 କୋଟି ଟଙ୍କାର ରାଜସ୍ବ, ଏବେ 1776 କୋଟି ଟଙ୍କାରେ ପହଞ୍ଚିଛି । ଏବେ ପାଖାପାଖି 7 ହାଜର 800 ଥର ରେଡ ହେବା, 1100ରୁ ଅଧିକ କେସ ରେଜିଷ୍ଟର କରିବା ଏବଂ ପାଖାପାଖି 60 ଜଣ ଗିରଫ ହେଲେଣି । ଏ ସବୁ ଉପରେ ଦୃଢ଼ ପଦକ୍ଷେପ ନିଆଯାଉଛି । ମୁଁ ନିଜେ ମନିଟରିଂ କରି ଦେଖୁଛି, କୌଣସି ଜାଗାରେ ଯେମିତି ବେଆଇନ ବାଲି ଖନନ ହେବ ନାହିଁ ବୋଲି କହିଲେ ମନ୍ତ୍ରୀ ।

ଏପଟେ ବଜାରରେ ବାଲି ଅଭାବୀ ବିକ୍ରି ସମସ୍ୟା ସମାଧାନ ପାଇଁ ବିଭାଗ sop ଆଣିଛି । ଆଗରୁ ଷ୍ଟୋରେଜ ନଥିବା କାରଣରୁ ନଦୀରେ ପାଣି ଆସିଲେ ବାଲି ଉପଲବ୍ଧ ହେଉନଥିଲା । କିନ୍ତୁ ଏବେ ସରକାର ଷ୍ଟୋରେଜ ଲାଇସେନ୍ସ ମଧ୍ୟ ଦେବେ । ବାଲି ମନଇଚ୍ଛା ଚଢ଼ା ଦରରେ ବିକ୍ରି କରିପାରିବେ ନାହିଁ । ସରକାର msp ସ୍ଥିର କରିଛନ୍ତି । ବାଲି cm 320 ଟଙ୍କା ରହିବ । ଗୋଟିଏ ଟ୍ରାକ୍ଟର ବାଲି 600 ଟଙ୍କାରେ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।


Spread the love

Leave A Reply

Your email address will not be published.