ଭୁବନେଶ୍ଵର,୨୦/୦୨:ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଗତବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିଲେ । ସେହିପରି ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଅଣାଯାଇଥିଲା । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ ଲକ୍ଷ ୧୦ ହଜାର କୋଟି ଛୁଇଁଛି ।
ମୋହନଙ୍କ ବଜେଟ ରେ କେଉଁ ବିଭାଗ କୁ କେତେ….
ସର୍ବାଧିକ ଅର୍ଥ ବିଭାଗ କୁ 65 ହଜାର 292 କୋଟି
ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ କୁ 34 ହଜାର 166 କୋଟି
ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ 31 ହଜାର 997 କୋଟି
ସ୍ୱାସ୍ଥ୍ୟ ବିଭାଗ କୁ 23 ହଜାର 182 କୋଟି
ଜଳ ସମ୍ପଦ ବିଭାଗ କୁ 16 ହଜାର 488 କୋଟି
ମହିଳା ଓ ଶିଶୁ ବିଭାଗ କୁ 16 ହଜାର 152 କୋଟି
କୃଷି ବିଭାଗ କୁ 14 ହଜାର 701 କୋଟି
ପୂର୍ତ୍ତ ବିଭାଗ କୁ 13 ହଜାର 451 କୋଟି
ଗୃହ ବିଭାଗ କୁ 11 ହଜାର 28 କୋଟି
ଗୃହ ଓ ନଗର ଉନ୍ନୟନ ବିଭାଗ କୁ 10 ହଜାର 567 କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ କୁ 10 ହଜାର 204 କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ କୁ 9 ହଜାର 610 କୋଟି*ଲ
ରାଜସ୍ବ ବିପର୍ଯୟ ଓ ପରିଚାଳନା ବିଭାଗ କୁ 5 ହଜାର 558 କୋଟି