କଂଗ୍ରେସ ଭବନ ଆଗରେ ରାହୁଲଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କଲା-ଯୁବମୋର୍ଚ୍ଚା

Spread the love

ଭୁବନେଶ୍ୱର,20/02:ଆଜି ଆମ ଦେଶରେ ରାଜଧାନୀ ନୂଆଦିଲ୍ଲୀ ଠାରେ ବିଶ୍ଵ ସ୍ତରୀୟ AI Impact Sammit ର  ଉଦଯାପନୀ ଦିବସ ଥିଲା ବେଳେ ଯୁବ କଂଗ୍ରେସର ସାର୍ଟ ଖୋଲି ଫୁଙ୍ଗୁଳା ଦେହରେ ପ୍ରତିବାଦ ଆମ ଦେଶକୁ ବିଶ୍ଵ ସ୍ଥରରେ ଅପମାନିତ କରିବାର କଂଗ୍ରେସ ଦଳର ହିନ ପ୍ରୟସକୁ ଓଡ଼ିଶା ପ୍ରଦେଶ ଯୁବମୋର୍ଚ୍ଚା ତରଫରୁ ତୀବ୍ର ବିରୋଧ କରାଯାଇଛି। ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଭୁବନେଶ୍ୱର କଂଗ୍ରେସ ଭବନ ଆଗରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ଵରେ ରାହୁଲ ଗାନ୍ଧୀଙ୍କ କୁଶ ପତଲିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା।

ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ଗଣତନ୍ତ୍ରରେ ବିରୋଧୀ ଦଳ ହିସାବରେ ଶାସକ ଦଳକୁ ବିରୋଧ, ଶାସକ ଦଳର ପଲିସି କୁ ବିରୋଧ ତାହା ସ୍ବାଗତଯୋଗ୍ୟ, କିନ୍ତୁ ଦେଶ କୁ ବିରୋଧ, ଗୋଟେ ଗ୍ଲୋବାଲ ପ୍ଲାଟଫର୍ମ ରେ ବିରୋଧ କେବେ ହେଲେ ସ୍ବାଗତଯୋଗ୍ୟ ନୁହେଁ। ନଗ୍ନତା ପୂର୍ବକ ରାହୁଲ ଗାନ୍ଧୀଙ୍କ ଇସାରାରେ ଦେଶକୁ ଯେଉଁ ଭଳି ଯୁବ କଂଗ୍ରେସ ବିରୋଧ କରିଛନ୍ତି ଏହାକୁ ଦେଶର ଯୁବ ସମାଜ ସର୍ବତ ଖଣ୍ଡନ କରୁଛି ଏବଂ ବିରୋଧ କରୁଛି।


Spread the love

Leave A Reply

Your email address will not be published.