ଭୁବନେଶ୍ଵର,୨୦/୦୨:ବହୁ ପ୍ରତିକ୍ଷିତ ବଜେଟ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଗତ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପାଣ୍ଠି ବଜେଟରେ ବରାଦ ହୋଇଛି ।ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଭାଷା ଏବଂ ସାଂସ୍କୃତିକ ସମ୍ପଦ, ଏହାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ। ଭୁବନେଶ୍ୱରରେ ଏକ ବିଶ୍ୱ ମାନର ସଂଗ୍ରହାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି, ଯାହା ଆମର ଗୌରବମୟ ଅତୀତକୁ ପ୍ରଦର୍ଶନ କରିବ। ସାମରିକ କଳା କୌଶଳ ‘ଛଉ’ ଆମର ଗର୍ବ। ଆମେ ବାରିପଦା ଠାରେ ‘ମୟୂରଭଞ୍ଜ ଛଉ ଏକାଡେମୀ’ ପ୍ରତିଷ୍ଠା କରିବୁ, ଯାହା ପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା ପ୍ରାବଧାନ କରାଯାଇଛି।
ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ବାଣିଜ୍ୟ, ଭିତ୍ତିଭୂମି, ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରକୁ ଫୋକସ୍ କରାଯାଇଛି । ଚଳିତ ବଜେଟରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର । ଗତଥର ଅପେକ୍ଷା ଏଥର ଓଡ଼ିଆ ଅସ୍ମିତାକୁ ଅଧିକ ଫୋକସ ଦେଇ ଓଡ଼ିଆ ଅସ୍ମିତା ପାଇଁ ୩୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।