ସ୍ବାସ୍ଥ୍ୟକର ଭୋଜନ, ସୁଖୀ ଜୀବନ: ସ୍ବାସ୍ଥ୍ୟକର ଖାଦ୍ୟ ଉପରେ ଭୁବନେଶ୍ବରରେ ଗଣମାଧ୍ଯମ କର୍ମଶାଳା ଆୟୋଜିତ

Spread the love

ଭୁବନେଶ୍ବର : ୟୁନିସେଫ୍ ଓଡ଼ିଶା ଏବଂ ଓଡ଼ିଶା ଓମେନ୍‌ ଇନ୍ ମିଡିଆ ସହ‌ଯୋଗୀତାରେ ଭୁବନେଶ୍ବରରେ ଶୁକ୍ରବାର ଦିନ ‘ହେଲ୍‌ଦି ପ୍ଲେଟସ୍, ହାପି ଲାଇଭସ୍’ (ସ୍ବାସ୍ଥ୍ୟକର ଭୋଜନ, ସୁସ୍ଥ ଜୀବନ) ଶୀର୍ଷକରେ ଏକ ଗଣମାଧ୍ଯମ କର୍ମଶାଳା ଆୟୋଜନ କରାଯାଇଥିଲା । ଏହା ଶିଶୁ ଓ ବିଶୋରମାନଙ୍କର ପୋଷଣ ଉପରେ ରିପୋର୍ଟିକୁ ସୁଦୃଢ କରିବ ନିମନ୍ତେ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧ ଙ୍କୁ ଏକତ୍ର କରାଯାଇଥିଲା ।

ଏହି କର୍ମଶାଳାରେ ଖାଦ୍ୟ ପରିବେଶ – ଯାହା ସୁଲଭ, ଦୃଶ୍ୟମାନ ଏବଂ ବହୁଳ ଭାବରେ ବଜାର ରେ ବିକ୍ରି ହୁଏ – କେବଳ ବ୍ୟକ୍ତିଗତ ପସନ୍ଦ ଅପେକ୍ଷା ପିଲାମାନଙ୍କ ଖାଦ୍ୟକୁ କିପରି ଅଧିକ ପ୍ରଭାବ ପକାଇଥାଏ ତାହା ଉପରେ ଖାନ ଦିଆଯାଇଥିଲା I କର୍ମଶାଳାର ଅଂଶଗ୍ରହଣକାରୀମାନେ ଅଲ୍‌ଟ୍ରା-ପ୍ରକ୍ରିୟାକୃତ ଖାଦ୍ୟଗୁଡିକର ବନ୍ଧିତ ଉପଲବ୍ଧତା କାରଣରୁ ଅପପୃଷ୍ଟି, ଅଣୁପୋଷଳ ଅଭାବ, ଅଧ‌ିକ ଓଜନ ଏବଂ ମେଦବହୁଳତା ଆଦିର ବଦ୍ଧିତ ଉପ‌ସ୍ଥିତି ଜିଉଳି କେତେକାଂଶରେ କାରଣ ହେଉଛି ତାହା ଉପରେ ଆଲୋଚନା କରିଥିଲେ ।

“ପିଲାମାନେ ସମ୍ପ୍ରତି ଯାହା ଖାଉଛନ୍ତି ତାହା କେବଳ ବ୍ୟକ୍ତିଗତ ପସନ୍ଦ ଦ୍ବାରା ପରିଚାଳିତ ହେଉନାହିଁ, ବରଂ ସେମାନଙ୍କ ଚାରିପଟେ ରହିଥିବା ଖାଦ୍ୟ ପରିବେଶ ଦ୍ବାରା ହେଉଛି,” ବୋଲି ସୌରର କହାଚାର୍ଡି, ନୃତୁ୍ୟଟ୍ରିସନ ସ୍ପେଶାଲିଷ୍ଟ, ୟୁନିସେଫ୍ ଓଡ଼ିଶା କହିଥିଲେ । “ସ୍ପଷ୍ଟ ଭାବରେ ପ୍ୟାକେଟଗୁଡିକର ସମ୍ମୁଖ ଭାଗ ଲେବଲିଂ”, ଦାୟିତ୍ରସମ୍ପନ ମାର୍କେଟିଙ୍ଗ ଏବଂ ଉତ୍କୃଷ୍ଟ ଖାଦ୍ୟ ନୀତି ପରିବାରଗୁଡିକୁ ସୁଚିଚିତ ପସନ୍ଦ କରିବାରେ ସହାୟକ ହେଇପାରିବ । ଏହି ସମସ୍ତ ବିଷୟଗୁଡିକ ବ୍ୟାଖ୍ୟା କରିବାରେ ଗଣମାଧ୍ୟମ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରୁଛି ଯାହାର ଦୃଶ୍ୟମାନ ପ୍ରଭାବ ରହିଛି ଏବଂ ସ୍ବାସ୍ଥ୍ୟକର ଖାଦ୍ୟକୁ ବାସ୍ତବିକ କେଉଁଗୁଡିକ ସମର୍ଥନ କରୁଛି ଏବଂ ତାହାଦ୍ବାରା ପିଲାମାନେ ସଠିକ୍ ଖାଦ୍ୟ ଖାଇପାରିବେ ଏବଂ ସୁସ୍ଥ ରହିପାରିବେ ତାହାକୁ ନେଇ ସର୍ବସାଧାରଣରେ ଏକ ବୋଧଗମ୍ୟତା ସୃଷ୍ଟି କରିବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ୮

କର୍ମଶାଳାରେ ପିଲାମାନଙ୍କର ଅଭିବୃଦ୍ଧି, ଶିକ୍ଷା ଆହରଣ, ରୋଗ ପ୍ରତିରୋଧ ଶକ୍ତି ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ସ୍ବାସ୍ଥ୍ୟବର ମୂଳଦୁଆ ବୋଲି ଆଲୋକପାତ କରାଯାଇଥିବାବେଳେ ନିମ୍ନ ମାନର ଖାଦ୍ୟ ଅଣ ସଂକ୍ରାମକ ରୋଗର ବିପଦ ଏବଂ ଜୀବନର ପରବର୍ତ୍ତୀ ସମୟରେ ଚାଲେଞ୍ଜ ବୃଦ୍ଧି କରିଥାଏ ବୋଲି ଉଲ୍ଲେଖ କରାଯାଇଥିଲା । ଏ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରାନଯିବା ଦ୍ବାରା ଦୀର୍ଘସୂତ୍ରୀ ସ୍ବାସ୍ଥ୍ୟଗତ ଓ ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ଜାତୀୟ ଏବଂ ଓଡ଼ିଶା ପରିପ୍ରେକ୍ଷୀରେ ତ‌ଥ୍ୟଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ବ ଦେଇ ସୁଚିନ୍ତିତ ରିପୋର୍ଟି” କିଭଳି ପୋଷଣକୁ ଏକ ସାମୂହିକ ଦାୟିତ୍ଵ ଏବଂ ସର୍ବସାଧାରଣ ଗୁରୁତ୍ବ ଭାବରେ ଉପସ୍ଥାପିତ କରିପାରିବ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା । “ଜନସାଧାରଣ ଖାଦ୍ୟ ଓ ସ୍ବାସ୍ଥ୍ୟ ସମ୍ପର୍କରେ କିଭଳି ଚିନ୍ତା କରନ୍ତି ତାହାକୁ ଏକ ରୂପରେଖ ପ୍ରଦାନ କରିବାରେ ଗଣମାଧ୍ୟମର ଶକ୍ତି ରହିଛି, ’” ବୋଲି ଆସ୍ଥା ଆଲାଙ୍ଗ, କମୁୟନିକେସନ ସ୍ପେଶାଲିଷ୍ଟ, ୟୁନିସେଫ୍ ଓଡ଼ିଶା ପ୍ରକାଶ କରିଥିଲେ । ‘ଦାୟିତ୍ଵସମ୍ପନ୍ନ, ପ୍ରମାଣ ଆଧାରିତ ବାହାଣୀଗୁଡିକ ବର୍ଣ୍ଣନା କରି ଗଣମାଧ୍ଯମ ପରିବାରଗୁଡିକୁ ପୁଷ୍ଟିକର ଖାଦ୍ୟକୁ ଗୁରୁତ୍ବ ଦେବା, ପିଲାମାନଙ୍କୁ କ୍ଷତିକାରକ ଖାଦ୍ୟ ପ୍ରଭାବରୁ ସୁରକ୍ଷିତ ରବା ଏବଂ ଉଭୟ ସ୍ବାସ୍ଥ୍ୟ ଓ ସଂସ୍କୃତିର ପରିପୃଷ୍ଟ କରୁଥିବା ସ୍ଥାନୀୟ ଖାଦ୍ୟ ପରମ୍ପରା ଆପଣେଇବା ନିମନ୍ତେ ପ୍ରେରିତ କରିପାରିବେ,”” ବୋଲି ସେ ଉଲ୍ଲେଖ କରିଥିଲେ । ଅଂଶଗ୍ରହଣକାରୀମାନେ ସଚେତନବାଠାରୁ ଉତ୍ତରଦାୟିତ୍ଵ ପର୍ଯ୍ୟନ୍ତ ଦୀର୍ଘସ୍ଥାୟୀ କଳରେଜର ଗୁରୁତ୍ବ ଉପରେ ମଧ୍ୟ ଆଲୋଚନା କରିଥିଲେ। କସ୍ତୁରୀ ନାୟ, ପ୍ରେସିଡେଣ୍ଟ, ଓଡ଼ିଶା ଓମେନ୍ ଜନ ମିଡିଆ, ରିପୋର୍ଟି ସମୟରେ ନୈତିକତାପୂର୍ଣ ସାମ୍ବାଦିକତାର ଗୁରୁତ୍ବ ଉପରେ ଜୋର୍ ଦେଇଥିଲେ । ସେ କହିଥିଲେ, *‘ସ୍ବାସ୍ଥ୍ୟକର ଖାଦ୍ୟ କେବଳ ଏକ ସ୍ବାସ୍ଥ୍ୟ ପ୍ରସଙ୍ଗ ନୁହେଁ ଏହା ଏକ ସାମାଳିକ ବିଷୟ । ନୈତିକ, ସୂଚିରିତ ସାମ୍ବାଦିକତା ଏ ସମ୍ପର୍କିତ ଆଲୋଚନାକୁ ଭୟରୁ ଏକ ସମତୁଲ ଏବଂ କଲ୍ୟାଣର ଧାରା ଆଡକୁ ନେଇଯିବାରେ ସହାୟକ ହୋଇପାରିବ । ଏହି ସହଯୋଗୀତା ଭ୍ରାନ୍ତମୂଳକ ସୂଚନା ଉପରେ ପ୍ରଶ୍ନ କରିବା ଏବଂ ବାସ୍ତବରେ ଜନସ୍ବାର୍ଥ ସାଧନ କରୁଥିବା ପୋଷଣ ସମ୍ପର୍କରେ ରିପୋଟିଂ କରିବା ନିମନ୍ତେ ଗଣମାଧ୍ୟମ ବୁଦ୍ଧିଧାରୀଙ୍କୁ ଉପଯୁକ୍ତ ସାଧନରେ ସଶକ୍ତ କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”

ମହିଳା ଗଣମାଧ୍ଯମ ବୃତ୍ତିଧାରୀଙ୍କୁ ନିୟୋଜିତ କରି କର୍ମଶାଳା ଶିଶୁମାନଙ୍କ କଲ୍ୟାଣକୁ ସର୍ବସାଧାରଣ ଆଲୋଚନାର କେନ୍ଦ୍ରସ୍ଥଳରେ ରଖିବା ଏବଂ ସୁସ୍ଥ, ସୁଲଭ ତଥା ସଂସ୍କୃତିଗତ ମୂଳ ଖାଦ୍ୟକୁ ସ୍ବାଭାବିକ ଭାବରେ ବ୍ୟବହାର କରିବାରେ ସହାୟତା କରୁଥିବା ସୁକ୍ଷ୍ମ, ସମାଧାନ ଭିଭିକ ଖବର ପ୍ରସାରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଲକ୍ଷ୍ୟ ରଖିଥଲା ।

ସ୍ବାସ୍ଥ୍ୟକର ଖାଦ୍ୟ ପରିବେଶ ସୃଷ୍ଟି କରିବା ତଥା ପ୍ରତ୍ୟେକ ଶିଶୁକ ନିମନ୍ତେ ଏକ ଉନ୍ନତ ଭବିଷ୍ୟତ ସୁରକ୍ଷିତ କରିବାକୁ ଗଣମାଧ୍ୟମକୁ ଏକ ପ୍ରମୁଖ ସହଭାଗୀ ଭାବରେ ନେଇ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପାଇଁ ୟୁନିସେଫ୍ ଓଡ଼ିଶାର ପ୍ରତିବଦ୍ଧତାକୁ ଏହି କର୍ମଶାଳାରେ ପୁନଃସୁଦୃଜୀକରଣ କରାଯାଇଥିଲା ।


Spread the love

Leave A Reply

Your email address will not be published.