ଭୁବନେଶ୍ଵର,୨୨/୦୨:ସେବାୟତଙ୍କ ବିବାଦ ଯୋଗୁ ଗତକାଲି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଅଧାରୁ ଅଟକିଲା ନୀତିକାନ୍ତି। ଦୀର୍ଘ ୧୨ବର୍ଷ ଧରି ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କେଉଁ ନୀତି କେଉଁ ସେବାୟତ କରିବେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଯାହାକୁ ନେଇ ଯାତ୍ରା ସମ୍ପନ୍ନ ହୋଇପାରିଲା ନାହିଁ । ଯାତ୍ରା ପରମ୍ପରା ଅନୁଯାଇ ମହାପ୍ରଭୁ ଲିଙ୍ଗରାଜ କପିଳେଶ୍ୱର ମନ୍ଦିରକୁ ଯାଇପାରିନଥିଲେ।ନୀତି ବନ୍ଦ ସହ ଉପାସରେ ରହିଥିଲେ ଉଭୟ କପିଳେଶ୍ୱର ଓ ଲିଙ୍ଗରାଜ ।କିନ୍ତୁ ଆଜି ସକାଳୁ ସ୍ଵାଭାବିକ ହୋଇଛି ଉଭୟ ଠାକୁର ଙ୍କ ନୀତିକାନ୍ତି।
ଆଜି ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଶେଷ ହୋଇ ସାଧାରଣ ଧାଡ଼ି ଦର୍ଶନ ସ୍ଵାଭାବିକ ଚାଲିଛି ଏପଟେ କପିଳେଶ୍ୱର ମନ୍ଦିରରେ ମଧ୍ୟ ଚାଲିଛି ସାଧାରଣ ଧାଡ଼ି ଦର୍ଶନ।