ଭୁବନେଶ୍ଵର,୨୨/୦୨:ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ସ୍ପଷ୍ଟ ଚିହ୍ନତ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ଫେବୃଆରୀ 23 ଠାରୁ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।ସକ୍ରିୟ ଥିବା ସଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ 5.8 କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଆସନ୍ତା ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି ।ଆସନ୍ତା କାଲି ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି,କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି,ମୟୂରଭଞ୍ଜ,କେଉଁଝର,ବାଲେଶ୍ଵର ,ଭଦ୍ରକ।ସେହିପରି ୨୪ ତାରିଖ ପାଇଁ ଯାଜପୁର,କଟକ,ମୟୂରଭଞ୍ଜ ରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଟକା ପବନ ୩୦ ରୁ ୪୦ ରହିବା ସମ୍ଭାବନା।
ଏପଟେ ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ ରେ ସର୍ବାଧିକ ତାପମାତ୍ରା ୩୫.୫ ଡିଗ୍ରୀ ସେଲିସିୟସ ରେକର୍ଡ ହୋଇଥିବା ହେଲେ ଭୁବନେଶ୍ଵର ରେ ୩୫.୪ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି। ବର୍ତମାନ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୁଖୁଲା ପାଗ ରହିଥିବା ବେଳେ ରାତ୍ରି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।