ଭୁବନେଶ୍ଵର,୨୩/୦୨:ପିଲାମାନଙ୍କୁ Horlicks ପିଆଉଛନ୍ତି କି? ସାବଧାନ! Horlicks ରେ ବି ହେଉଛି ଅପମିଶ୍ରଣ।ବିଧାନସଭାରେ ଏ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।ଖୋର୍ଦ୍ଧା ଜିଲ୍ଲାରେ ତ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି ।ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ ମୟୁରଭଞ୍ଜରୁ ଜବତ ହୋଇଛି ଅପମିଶ୍ରିତ horlicks ।ଏହା ସହ ବଜାରରୁ ଆପଣ କିଣୁଥିବା ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି,ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ, ସୋୟାବୀନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ, ନୁଡୁଲସ ଅପମିଶ୍ରିତ ।ଏମିତିକି ଆପଣ ଖାଉଥିବା ଲୁଣ ବି ବିଷାକ୍ତ ।ସର୍ବାଧିକ ଖୋର୍ଦ୍ଧାରେ ଅଧିକାଂଶ ଖାଦ୍ୟ ଦ୍ରବ୍ୟ ଅପମିଶ୍ରିତ ବୋଲି ଜଣାପଡିଛି।