ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଏବେ aiims ଭୁବନେଶ୍ୱରରେ

Spread the love

ଭୁବନେଶ୍ୱର, ୨୩/୦୨/୨୦୨୬: ଓଡ଼ିଶା ଏବଂ ପୂର୍ବ ଭାରତର ସ୍ୱାସ୍ଥ୍ୟସେବା ପରିଦୃଶ୍ୟକୁ ଏକ ନୂତନ ଦିଶା । ଏମ୍ସ ଭୁବନେଶ୍ୱର ସଫଳତାର ସହିତ ଏକ ଅତ୍ୟାଧୁନିକ ଯକୃତ ପ୍ରତିରୋପଣ(ଲିଭର ଟ୍ରାନ୍ସପ୍ଲାଣ୍ଟ୍) କାର୍ଯ୍ୟକ୍ରମ ସହିତ ଏକ ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ବ୍ୟବସ୍ଥା ଆରମ୍ଭ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭର୍ଚୁଆଲ୍ ଭାବରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଉଦଘାଟନ କରିଛନ୍ତି ଏବଂ ପ୍ରତିଷ୍ଠାନରେ ଉନ୍ନତ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଛନ୍ତି।

ସୁବିଧାଗୁଡ଼ିକୁ ଉଦଘାଟନ କରି ଶ୍ରୀ ନଡ୍ଡା କହିଛନ୍ତି ଯେ “ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ଅବସର, ଏମ୍ସ ଭୁବନେଶ୍ୱରର ଗୌରବମୟ ଦଶନ୍ଧିରୁ ଊର୍ଧ୍ବ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଦ୍ରୁତ ଗତିରେ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପ୍ରଦାନରେ ଉତ୍କର୍ଷ କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଏହି ନୂତନ ବ୍ୟବସ୍ଥାଗୁଡ଼ିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଉଲ୍ଲେଖନୀୟ ଭାବରେ ମଜବୁତ କରିବ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନର ଗୁଣବତ୍ତା ବୃଦ୍ଧି କରିବ, ଯାହା ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ରୋଗୀଙ୍କ ପାଇଁ ଉନ୍ନତ, ବିଶ୍ୱସ୍ତରୀୟ, ଜୀବନ ରକ୍ଷାକାରୀ ଚିକିତ୍ସା ସୁବିଧା ପ୍ରଦାନ କରିବ।” ଏମ୍ସ ଭୁବନେଶ୍ୱର ଟିମ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରତିଷ୍ଠାନ ପୂର୍ବରୁ ସଫଳତାର ସହିତ ବୃକକ୍ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ କରିଆସୁଥିବା ବେଳେ, ଲିଭର ଟ୍ରାନ୍ସପ୍ଲାଣ୍ଟ କାର୍ଯ୍ୟକ୍ରମର ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟ ଏବଂ ଏହି ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟ।

ଏମ୍ସ ଭୁବନେଶ୍ବରରେ ଦଶ ଶଯ୍ୟା ବିଶିଷ୍ଟ, ଅତ୍ୟନ୍ତ ଉନ୍ନତ ଲିଭର ଟ୍ରାନ୍ସପ୍ଲାଣ୍ଟ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ଏବଂ ଏକ ସ୍ୱତନ୍ତ୍ର ମଡ୍ୟୁଲାର୍ ଓଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ। ରୋବୋଟିକ୍ ସର୍ଜରୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ୟୁରୋଲୋଜି (ଜଟିଳ ଅଙ୍କୋଲୋଜିକାଲ୍ ଏବଂ ପୁନଃନିର୍ମାଣ ପ୍ରକ୍ରିୟା ସମେତ), ଜେନେରାଲ ସର୍ଜରୀ, ସ୍ତ୍ରୀ ରୋଗ, ଶିଶୁ ରୋଗ ଶଲ୍ୟଚିକିତ୍ସା ପାଇଁ ସେବା ଯୋଗାଇବା ନେଇ ଡ. ବିଶ୍ୱାସ ସୂଚନା ଦେଇଛନ୍ତି।


Spread the love

Leave A Reply

Your email address will not be published.