ରାଜ୍ୟରେ ୪୦ଜଣ ସକ୍ରିୟ ମାଓବାଦୀ

Spread the love

ଭୁବନେଶ୍ଵର,୨୩/୦୨:ରାଜ୍ୟରେ ମାଓବାଦୀ ସମସ୍ୟା ଜନିତ ସ୍ଥିତିରେ କ୍ରମାଗତ ଭାବରେ ଉନ୍ନତି ପରିଲକ୍ଷିତ ହୋଇଅଛି | ସାଂପ୍ରତିକ ସ୍ଥିତିରେ କେନ୍ଦ୍ର ସରକାରଙ୍କ Security Related Expenditure (SRE) ଯୋଜନା ଅନୁଯାୟୀ କେବଳ କନ୍ଧମାଳ ଜିଲ୍ଲାକୁ “Other LWE Affected District” ବର୍ଗରେ ରଖାଯାଇଅଛି ଏବଂ ଅନ୍ୟ ୮ଟି ଜିଲ୍ଲା ଯଥା :- ମାଲକାନଗିରି, କୋରାପୁଟ, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲାକୁ “Legacy & Thrust” ଜିଲ୍ଲା ବର୍ଗରେ ରଖାଯାଇଅଛି | ଏବେ ରାଜ୍ୟରେ ପ୍ରାୟ ୪୦ଜଣ ସକ୍ରିୟ ମାଓବାଦୀ କଳାହାଣ୍ଡି, ରାୟଗଡା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି…

ଆଜି ବିଧାସଭାରେ ବିଜେଡି ବିଧାୟକ ଧ୍ରୁବ ସାହୁ ପ୍ରଶ୍ନରେ ପଚାରିଥିଲେ, ରାଜ୍ୟରେ ମାଓବାଦୀ ସମସ୍ୟା ସ୍ଥିତି କଣ ? ଏବେ ରାଜ୍ୟରେ କେତେ ଜଣ ମାଓବାଦୀ ସକ୍ରିୟ ରହିଛନ୍ତି ଓ କେଉଁ କେଉଁ ଅଞ୍ଚଳରେ।କେବେ ସୁଦ୍ଧା ମାଓବାଦୀ ସମସ୍ୟାର ସମାଧାନ ହେବ ବୋଲି ପ୍ରଶ୍ନ କରିଥିଲେ ।ଏହାର  ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


Spread the love

Leave A Reply

Your email address will not be published.