Airtel Payments Bank ପକ୍ଷରୁ ଏନଏଫସି-ବେସଡ ବାଲାନ୍ସ ଅପଡେଟ ଫିଚରର ଶୁଭାରମ୍ଭ

Spread the love

ଭୁବନେଶ୍ୱର : ଏୟାରଟେଲ ପେମେଂଟସ ବ୍ୟାଙ୍କ(Airtel Payments Bank) ପକ୍ଷରୁ ଏହାର ରୁପେ ଅନ-ଦ-ଗୋ କାର୍ଡଗୁଡିକ ପାଇଁ ଏହାର ଇନଷ୍ଟାଂଟ ଏନଏଫସି ବେସଡ ବାଲାନ୍ସ ଅପ୍‌ଡେଟ(NFC-Based Balance Update) ଫିଚରର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହାକୁ ଏନସିଏମସି ଦ୍ୱାରା ସକ୍ଷମ କରାଯାଇଛି । ଗ୍ରାହକମାନେ ଏବେ ନିଜର ଏନଏଫସି-ପରିଚାଳିତ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କେବଳ କାର୍ଡ ଉପରେ ଟ୍ୟାପ କରି ତତ୍କାଳ ନିଜ କାର୍ଡର ବାଲାନ୍ସ ଯାଂଚ କିମ୍ବା ଅପ୍‌ଡେଟ କରିପାରିବେ, ଏହା ମେଟ୍ରୋ ଷ୍ଟେସନ କିଓସ୍କଗୁଡିକୁ ପରିଦର୍ଶନ କରିବାର ଆବଶ୍ୟକତାକୁ ଦୂର କରିବ ଏବଂ ଏକ ସହଜ, ସମ୍ପୂର୍ଣ୍ଣ ଡିଜିଟାଲ ଓ କଂଟାକ୍ଟଲେସ ଟ୍ରାଞ୍ଜିଟ ଅନୁଭୂତିକୁ ସକ୍ଷମ କରିବ । ଏହି ପଦକ୍ଷେପ ସହିତ ଯାତ୍ରୀମାନେ ଏୟାରଟେଲ ଥ୍ୟାଙ୍କସ ଆପ୍‌ରେ ନିଜା ବ୍ୟାଙ୍କ ଆକାଉଂଟ କିମ୍ବା ୱାଲେଟରେ ଲଗ୍‌ଇନ କରିବା ପରେ ନିଜର ଲିଙ୍କ ହୋଇଥିବା ଏନଏଫସି-ସକ୍ଷମ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ କାର୍ଡକୁ ଟ୍ୟାପ କରି ବାସ୍ତବ ସମୟରେ କାର୍ଡର ବାଲାନ୍ସ ଅପ୍‌ଡେଟ କିମ୍ବା ଯାଂଚ କରିପାରିବେ । କାର୍ଡ ଅର୍ଡର କରିବା ଓ ରିଚାର୍ଜ କରିବାଠାରୁ ଆରମ୍ଭ କରି ତତ୍କାଳ ବାଲାନ୍ସ ଅପ୍‌ଡେଟ କିମ୍ବା ଯାଚଂ କରିବା ପର୍ଯ୍ୟନ୍ତ ସମଗ୍ର ଅନୁଭୂତି ଏବେ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ସରଳ ଅଟେ ।

Also Read : BHIM Payments Appରେ UPI Circle ସ୍ୱୀକୃତିପ୍ରାପ୍ତ ୟୁପିଆଇ ପେମେଂଟକୁ ସହଜ ଓ ସୁରକ୍ଷିତ କରିଛି

ଏସମ୍ପର୍କରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ(Airtel Payments Bank)ର ବିଜ୍‌ନେସ୍ ଅପରେଶନ୍ସ ବିଭାଗର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗଣେଶ ଅନନ୍ତନାରାୟଣନ କହିଛନ୍ତି, “\”ଏୟାରଟେଲ୍ ପେମେଂଟସ ବ୍ୟାଙ୍କରେ, ଆମର ଗ୍ରାହକମାନଙ୍କ ପାଇଁ ଦୈନନ୍ଦିନ କାରବାରକୁ ଅଧିକ ସରଳ ଏବଂ ସହଜ କରିବା ଦିଗରେ ନୂଆ ଉପାୟ ଉଦ୍ଭାବନ କରିବା ଉପରେ ଆମର ନିରନ୍ତର ପ୍ରୟାସ ରହିଆସିଛି । ପାଇଲଟ୍ ପ୍ରୋଜେକ୍ଟ ସମୟରେ ମିଳିଥିବା ବିପୁଳ ପ୍ରତିକ୍ରିୟା, ଯାତ୍ରା ସମୟରେ ତୁରନ୍ତ ବାଲାନ୍ସ ଅପଡେଟ୍‌ର ଆବଶ୍ୟକତାକୁ ପ୍ରମାଣିତ କରିଛି । ଏହି ଶୁଭାରମ୍ଭ ସହିତ, ଆମେ ଇଣ୍ଡଷ୍ଟ୍ରିରେ ପ୍ରଥମ ଥର ପାଇଁ ଏଭଳି ଆଉ ଏକ ସମାଧାନ ଆଣିଥିବାରୁ ଗର୍ବିତ, ଯାହା ଯାତ୍ରୀମାନଙ୍କ ସୁବିଧାକୁ ବଢ଼ାଇବା ସହିତ ଭାରତର ଡିଜିଟାଲ ପେମେଂଟ ଏବଂ ମୋବିଲିଟି ଇକୋସିଷ୍ଟମକୁ ସୁଦୃଢ଼ କରିବ ।” ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ହେଉଛି ରୁପେ ଅନ-ଦ-ଗୋ କାର୍ଡର ଅନ୍ୟତମ ଅଗ୍ରଣୀ ଇସ୍ୟୁୟର ଏବଂ ବର୍ତମାନ ସୁଦ୍ଧା ବ୍ୟାଙ୍କ ୫ ମିଲିୟନରୁ ଅଧିକ କାର୍ଡ ଜାରି କରିଛି । ଏହି ଶୁଭାରମ୍ଭ ଭାରତର ଟ୍ରାଞ୍ଜିଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଚିହ୍ନିତ କରିଛି ଏବଂ ଗ୍ରାହକ ଅଭିଜ୍ଞତାକୁ ଉନ୍ନତ କରୁଥିବା ଅତ୍ୟାଧୁନିକ ଆର୍ଥିକ ଓ ଯାତାୟତ ସମାଧାନ ନିର୍ମାଣ କରିବା ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ମଜବୁତ କରିଛି ।

Also Read : ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି-ତାଲିମ-ମୂତୟନ କାର୍ଯ୍ୟକ୍ରମ ପାଇଁ ଆଡ୍ଡା ଏଜୁକେସନ ସହିତ ସହଯୋଗିତା


Spread the love

Leave A Reply

Your email address will not be published.