ସ୍ୱିଗି ଡାଇନଆଉଟ୍‌ର ବଡ଼ ଖାଦ୍ୟ ମହୋତ୍ସବ: ବ୍ରାଣ୍ଡ୍ ଆମ୍ବାସାଡର ହେଲେ ଭୁବନ ବାମ୍‌

Spread the love

ଭୁବନେଶ୍ୱର: ଭାରତର ଲୋକପ୍ରିୟ ଫୁଡ୍ ଆପ୍ ‘ସ୍ୱିଗି ଡାଇନଆଉଟ୍‌’ ପକ୍ଷରୁ ଏହାର ବହୁ ପ୍ରତୀକ୍ଷିତ ତଥା ବଡ଼ ଖାଦ୍ୟ ମହୋତ୍ସବ ‘ଗ୍ରେଟ୍ ଇଣ୍ଡିଆନ୍ ରେଷ୍ଟୁରାଂଟ ଫେଷ୍ଟିଭାଲ୍ (ଜିଆଇଆରଏଫ୍‌) ୨୦୨୬’ ର ଶୁଭାରମ୍ଭ କରାଯାଇଛି। ଭାରତର ଏହି ସବୁଠାରୁ ବଡ଼ ଡାଇନିଂ ଫେଷ୍ଟିଭାଲ୍ (ବାହାରେ ଖାଇବାର ମହୋତ୍ସବ) ପାଇଁ ପ୍ରସିଦ୍ଧ ୟୁଟ୍ୟୁବ୍ ଶୋ, ‘ବିବି କି ଭାଇନ୍ସ’ର ଲୋକପ୍ରିୟ ଷ୍ଟାର୍ ଭୁବନ ବାମ୍‌ଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଚୟନ କରାଯାଇଛି।
ଏହି ଶୁଭାରମ୍ଭକୁ ନେଇ ସ୍ୱିଗି ଡାଇନଆଉଟ୍‌ର ମାର୍କେଟିଂ ମୁଖ୍ୟ ଧ୍ରୁବିଶ ଠକ୍କର କହିଛନ୍ତି ଯେ, “ଜିଆଇଆରଏଫ୍ ହେଉଛି ଭାରତର ସବୁଠାରୁ ବଡ଼ ଖାଦ୍ୟ ମହୋତ୍ସବ। ପ୍ରତିବର୍ଷ ଆମର ଲକ୍ଷ୍ୟ ରହୁଛି ଯେ, ଗ୍ରାହକମାନେ କିପରି ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ବାରମ୍ବାର ବାହାରେ ଖାଇବାର ମଜା ନେଇପାରିବେ। ଏହା ସହିତ ଆମ ସହ ଯୋଡ଼ି ହୋଇଥିବା ରେଷ୍ଟୁରାଂଟ ଗୁଡ଼ିକର କିପରି ଲଗାତାର ଗ୍ରାହକ ସଂଖ୍ୟା ବଢ଼ିବା ସହ ବ୍ୟବସାୟରେ ଲାଭ ହେବ। ଲୋକମାନେ ଭୁବନ ବାମ୍ ଏବଂ ତାଙ୍କର ‘ବିବି କି ଭାଇନ୍ସ’ର ଚରିତ୍ରମାନଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ଆମେ ସେମାନଙ୍କୁ ଏଥିରେ ସାମିଲ କରିଛୁ।’
ଗତ ବର୍ଷର ଅପାର ସଫଳତା ପରେ, ଚଳିତ ବର୍ଷ ଜିଆଇଆରଏଫ୍ ୨୦୨୬ “ବିଲ୍ ଅଧା, ପାର୍ଟି ପୂରା’ ନାମକ ଏକ ଆକର୍ଷଣୀୟ ଲକ୍ଷ୍ୟ ସହିତ ଆହୁରି ବଡ଼ ଧରଣର ହୋଇ ଫେରିଛି। ୧୫ ଫେବୃଆରୀ ୨୦୨୬ ଠାରୁ ଗ୍ରାହକମାନେ ଭାରତର ୬୦ରୁ ଅଧିକ ସହରରେ ଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଶ୍ରେଷ୍ଠ ରେଷ୍ଟୁରାଂଟ ରେ ୫୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। କାଫେ, ପବ୍‌, ବାର୍ ଠାରୁ ଆରମ୍ଭ କରି ବଡ଼ ବଡ଼ ଲଗଜରୀ ଏବଂ ଫ୍ୟାମିଲି ରେଷ୍ଟୁରାଂଟ ଗୁଡ଼ିକରେ ଏହି ଅଫର୍ ପୂରା ଦୁଇ ମାସ ପର୍ଯ୍ୟନ୍ତ ମିଳିବ। ଏହି ଫେଷ୍ଟିଭାଲରେ ଗ୍ରାହକମାନେ ନିଜ ଖାଦ୍ୟ ବିଲ୍ ଉପରେ ଅଧା ଦାମ୍ ଛାଡ଼ ପାଇବା ସହ, ଏଚଡିଏଫସି ବ୍ୟାଙ୍କ କାର୍ଡରେ ପେମେଂଟ କଲେ ଅତିରିକ୍ତ ୧୦% ସାଙ୍ଗେ ସାଙ୍ଗେ ରିହାତି ପାଇବେ। ଏହାଛଡ଼ା ଡାଇନଆଉଟ୍ ଆପ୍ ଜରିଆରେ ବୁକିଂ କଲେ ପ୍ରତି ଅର୍ଡରରେ ଆହୁରି ୧୦% ଡାଇନକ୍ୟାସ୍ ମଧ୍ୟ କ୍ୟାସବ୍ୟାକ୍ ଆକାରରେ ଫେରିପାଇବେ।
ଏହି ପ୍ରଚାର ଅଭିଯାନ ମୁଖ୍ୟତଃ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିବ, ଯେଉଁଥିରେ ‘ବିବି କି ଭାଇନ୍ସ’ର ଲୋକପ୍ରିୟ ଚରିତ୍ରମାନଙ୍କୁ ନେଇ ମଜାଦାର ବିଜ୍ଞାପନ ପ୍ରସ୍ତୁତ କରାଯିବ। କେବଳ ରିହାତି ବା ଡିସକାଉଂଟ ନୁହେଁ, ବରଂ ଜିଆଇଆରଏଫ୍ ୨୦୨୬ ରେ ଗ୍ରାହକମାନଙ୍କ ପାଇଁ ପ୍ରତିଦିନ ସୀମିତ ସମୟର ‘କ୍ରେଜି ଡିଲ୍ସ ଅଫ୍ ଦି ଡେ’ ଭଳି ସ୍ୱତନ୍ତ୍ର ଅଫର୍ ମଧ୍ୟ ରହିବ। ଏହାଛଡ଼ା କିଛି ବଛାବଛା ବାରରେ ମାଗଣା କକଟେଲ୍ ଏବଂ ମକଟେଲ୍ ମିଳିବା ସହିତ ବିଭିନ୍ନ ରେଷ୍ଟୁରାଂଟ ରେ ଅଧିକ ସମୟ ପର୍ଯ୍ୟନ୍ତ ‘ହାପି ଆୱାର୍ସ’ ର ସୁବିଧା ମିଳିବ। ଚଳିତ ବର୍ଷ ଏହି ଖାଦ୍ୟ ମହୋତ୍ସବରେ କାଫେ କଫି ଡେ, ବରିଷ୍ଟା, ଗୁଡ୍ ଫ୍ଲିପିନ୍ ବର୍ଗର୍ସ, ପଞ୍ଜାବ ଗ୍ରିଲ୍‌, ୟୁମି, କ୍ରିଷ୍ଣାପଟ୍ଟନମ୍‌, ବିଏରଗାର୍ଟେନ୍ ଏବଂ ଆଇରନ୍ ହିଲ୍ ଭଳି ଅନେକ ନାମୀଦାମୀ ତଥା ଲୋକପ୍ରିୟ ବ୍ରାଣ୍ଡ୍ ସାମିଲ ହୋଇଛନ୍ତି।
ଫିଲ୍ମର ଲିଙ୍କ୍- https://www.instagram.com/p/DU0Nc8ViB1q/


Spread the love

Leave A Reply

Your email address will not be published.