ପୁରୀ,୨୬/୦୨:ଆସନ୍ତା ମାର୍ଚ୍ଚ 2 ତାରିଖ ସୋମବାର ଧାର୍ଯ୍ୟ ହେବ ରତ୍ନ ଅଳଙ୍କାର ଗଣତିମଣତିର ତାରିଖ,ସମୟ ଓ ଶୁଭବେଳା। ଆସନ୍ତା ମାର୍ଚ୍ଚ 2 ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି। ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି। ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ ଚୂଡାନ୍ତ ହେବ। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ। ସେବାୟତଙ୍କ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ସମ୍ପର୍କରେ ହେବ ଆଲୋଚନା। ମହାପ୍ରଭୁଙ୍କୁ ନୂତନ ରତ୍ନପଲଙ୍କ ସେଟ୍ କେବେ ବ୍ୟବହାର ହେବ ସେନେଇ ମଧ୍ୟ ହେବ ଆଲୋଚନା। ଶ୍ରୀମନ୍ଦିର ଭିତରେ ଉଭୟ ପୋଲିସ ଓ ସେବକଙ୍କ ମୋବାଇଲ ଫୋନ୍ ବାରଣ ନେଇ ଆଲୋଚନା ହେବ। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ମଧ୍ୟ ହେବ ଆଲୋଚନା। ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା ହେବ।
Also Read : Rajya Sabha Election: ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି