୨୦ ତମ ଭବ୍ୟ ତୋଷାଳୀ ମେଳା ଉଦଯାପିତ

Spread the love

ଭୁବନେଶ୍ୱର,୨୬/୨:୨୦ତମ ଭବ୍ୟ ତୋଷାଳୀ ମେଳାର ଉଦଯାପନୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ ଯେ, ତୋଷାଳି ମହାକୁମ୍ଭ ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧିରେ ସହାୟକ ହୋଇଛି ।  ଓଡିଶା ହେଉଛି  କଳା ଓ ସଂସ୍କୃତିର ଭଣ୍ଡାର । ଓଡିଶାର ୬୪ଟି ହସ୍ତଶିଳ୍ପ ଓଡିଶା ସରକାରଙ୍କ ସ୍ୱୀକୃତି ପାଇ ସାରିଛି । ସୃଜନିକା କ୍ରାଫ୍ଟ କ୍ଲଷ୍ଟର ଓଡିଶାର ହସ୍ତକଳା ଓ ସଂସ୍କୃତିକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଏ ବର୍ଷର ମେଳାରେ ଆର୍ଟିଫିସିଆଲ ଇଂଟଲ୍ଲିଜେନସର ବ୍ୟବହାର କରାଯାଇ ଦର୍ଶକମାନଙ୍କ ଆଗମନର ଗଣନା କରାଯାଇଛି । ଏହି ମେଳାକୁ ସଫଳ ରୂପାୟନ ଦେବାରେ ପ୍ରୟାସ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଆମ ଶିଳ୍ପ କଳା କୁ ବଞ୍ଚାଇ ରଖିଥିବା ଶିଳ୍ପୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ।

ଜନତା ମୈଦାନ ଆକାଶରେ ପ୍ରଦର୍ଶିତ “ଡ୍ରୋନ ସୋ”ରେ ବିଭାଗର ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଥିଲା । ପଦ୍ମଶ୍ରୀ ଇଲିଆନା ସୀତାରେଷ୍ଟିଙ୍କ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା ।


Spread the love

Leave A Reply

Your email address will not be published.