ମିନ୍ତ୍ରା ୧୯ତମ ଜନ୍ମବାର୍ଷିକୀରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର

Spread the love

ଭୁବନେଶ୍ୱର: ଭାରତର ପ୍ରମୁଖ ଫ୍ୟାଶନ ଓ ଲାଇଫଷ୍ଟାଇଲ ପ୍ଲାଟଫର୍ମ ‘ମିନ୍ତ୍ରା’ ନିଜର ୧୯ତମ ଜନ୍ମବାର୍ଷିକୀ ଅବସରରେ ‘ମିନ୍ତ୍ରା ବାର୍ଥଡେ ବ୍ଲାଷ୍ଟ’ର ଘୋଷଣା କରିଛି। ଏହି ସେଲ୍ ଫେବୃଆରୀ ୨୮ ରୁ ଆରମ୍ଭ ହେଉଥିବା ବେଳେ ‘ମିନ୍ତ୍ରା ଇନସାଇଡର’ ସଦସ୍ୟମାନେ ୨୭ ତାରିଖରୁ ଆଗୁଆ ପାଇପାରିବେ। ଏଥିରେ ୨୦,୦୦୦ରୁ ଅଧିକ ବ୍ରାଣ୍ଡର ୬ ମିଲିୟନରୁ ଅଧିକ ଷ୍ଟାଇଲ ଉପଲବ୍ଧ ହେବ।
ଏହି ଅବସରରେ ମିନ୍ତ୍ରାର କ୍ୟାଟାଗୋରୀ ଓ ରେଭେନ୍ୟୁ ମୁଖ୍ୟ ରିତେଶ ମିଶ୍ର କହିଛନ୍ତି ଯେ “ମିନ୍ତ୍ରା ବାର୍ଥଡେ ବ୍ଲାଷ୍ଟ ଆମ ଗ୍ରାହକଙ୍କ ସହ ୧୯ ବର୍ଷର ସଫଳ ଯାତ୍ରାକୁ ପାଳନ କରିବାର ଏକ ମାଧ୍ୟମ। ଆମେ ଆମର ବ୍ରାଣ୍ଡ ପାର୍ଟନର ଓ ଗ୍ରାହକଙ୍କ ବିଶ୍ୱାସ ପାଇଁ କୃତଜ୍ଞ। ଆଧୁନିକ ଗ୍ରାହକଙ୍କୁ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ୍ୟ।”
ମିନ୍ତ୍ରା ବାର୍ଥଡେ ବ୍ଲାଷ୍ଟର ଏହି ସଂସ୍କରଣରେ ଫ୍ୟାଶନ, ବିୟୁଟି ଏବଂ ହୋମ୍ କ୍ୟାଟାଗୋରୀରେ ଅନେକ ନୂଆ ବ୍ରାଣ୍ଡ ଓ କଲେକ୍ସନ ଦେଖିବାକୁ ମିଳିବ। ଫ୍ୟାଶନ ପ୍ରେମୀମାନେ ହାସ୍‌ବ୍ରୋ, ମାଲାବର ଗୋଲ୍ଡ, ମିଭି ଏବଂ ୟୁରିଏଜ ଭଳି ୩୦ରୁ ଅଧିକ ନୂଆ ବ୍ରାଣ୍ଡ୍ ଏକ୍ସପ୍ଲୋର କରିବାର ସୁଯୋଗ ପାଇବେ । ଏଥିସହ ନୂଆ ସିଲେକ୍ସନରେ ରେୟାର ର‌୍ୟାବିଟ, ସ୍ନିଚ୍‌, ନୋବେରୋ, ରେନ ଆଣ୍ଡ୍ ରେନ୍‌ବୋ ଏବଂ ଚୁମ୍ବକ୍ ଭଳି ଲୋକପ୍ରିୟ ଡି୨ସି ଓ ରାଇଜିଂ ଷ୍ଟାର୍‌ସ୍ ବ୍ରାଣ୍ଡଗୁଡ଼ିକୁ ସାମିଲ କରାଯାଇଛି । ସେହିପରି ବିୟୁଟି ଓ ପର୍ସନାଲ କେୟାର (ବିପିସି) ବିଭାଗରେ ସବୁଠାରୁ ବଡ଼ ରେଞ୍ଜ୍ ଦେଖିବାକୁ ମିଳିବ, ଯେଉଁଥିରେ ମ୍ୟାକ୍‌, ଭିକ୍ଟୋରିଆସ ସିକ୍ରେଟ, ବାଥ୍ ଆଣ୍ଡ ବଡି ୱର୍କସ୍‌, ଲାନିଏଜ ଏବଂ ହୁଡା ବିୟୁଟି ସମେତ ୪୫୦୦ରୁ ଅଧିକ ଗ୍ଲୋବାଲ୍ ବ୍ରାଣ୍ଡ୍ ଖୁବ୍ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ଅନ୍ୟପଟେ ଗ୍ରାହକଙ୍କ ସପିଂ ଅନୁଭୂତିକୁ ଆହୁରି ପ୍ରିମିୟମ ତଥା ଖାସ୍ କରିବା ପାଇଁ ମିନ୍ତ୍ରା ଲ୍ୟୁକ୍ସ କ୍ୟାଟାଗୋରିରେ ଗ୍ୱେସ, ମାଇକେଲ କୋର୍‌ସ, ଅରମାନି ଏକ୍ସଚେଞ୍ଜ ଏବଂ ଏଷ୍ଟି ଲାଉଡର ଭଳି ଅଗ୍ରଣୀ ବିଦେଶୀ ବ୍ରାଣ୍ଡଗୁଡିକୁ ମଧ୍ୟ ଉପଲବ୍ଧ କରାଯାଇଛି ।


Spread the love

Leave A Reply

Your email address will not be published.