ରାଜଧାନୀ ଗଡିଲା ମୁଣ୍ଡ,ୟୁଟୁବରଙ୍କୁ ନିର୍ମମ ହତ୍ୟା
ଭୁବନେଶ୍ଵର,୦୧/୦୩:ରାଜଧାନୀ ପୁଣି ଗଡିଲା ମୁଣ୍ଡ । ଯୁବକଙ୍କୁ ନିର୍ମମ ହତ୍ୟା । ମଞ୍ଚେଶ୍ୱର GGP କଲୋନି ସ୍କୁଲ ପଡିଆରେ ଯୁବକଙ୍କ ଛାତିରେ ବାରମ୍ବାର ଛୁରୀ ଭୂଷି ହତ୍ୟା । ମୃତ ଯୁବକ ହେଲେ ରାହୁଲ ମହାରଣା। ଯୁବକ ହେଉଛନ୍ତି ସ୍ଥାନୀୟ ଅଂଚଳର ଗ୍ୟାସ ବ୍ୟବସାୟୀ ଏହା ସହ ସେ ଜଣେ ୟୁଟୁବର। ହତ୍ୟା କାଣ୍ଡ ପରେ ମୃତ ଦେହ ଜବତ କରିଛି ପୋଲିସ ।ଘଟଣାସ୍ଥଳରେ ଭୁବନେଶ୍ବର DCP ଏବଂ ମଞ୍ଚେଶ୍ବର ଥାନା ପୋଲିସର ଖୋଳତାଡ଼। ମୃତକ ଙ୍କ ପତ୍ନୀ ଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।ଘଟଣାରେ ୩ ଜଣ ସମ୍ପୂର୍କ୍ତ ଥିବା ପୋଲିସ ଜାଣିବା ପାଇଁ ପାଇଛି । ସ୍ଥାନୀୟ ଅଂଚଳ ସିସିଟିଭି ଓ ସାକ୍ଷୀଙ୍କ ବୟାନ ଅନୁସାରେ ଆରମ୍ଭ ହେଇଛି ତଦନ୍ତ । ଘଟଣାସ୍ଥଳ ରେ ସାଇଣ୍ଟିଫିକ୍ ଟିମ୍ କରିବ ତଦନ୍ତ । ଟଙ୍କା ଦେବା ନେବାକୁ ନେଇ ହତ୍ୟା ହେଇଥିବା ସେନ୍ଦେହ କରାଯାଉଛି | ସେପଟେ ସନ୍ଦିଗ୍ଧ କୁ ଧରିବା ପାଇଁ ଚାରିଆଡେ ୩ ଟି ଟିମ ଚଢ଼ାଉ କରାଯାଇଥିବା କଥା କହିଛନ୍ତି ଭୁବନେଶ୍ବର ଡିସିପି।
Next Post